ଏଇ ଭାରତରେ

ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା ହେଲେ ଦାସୁ ମାର୍ଲିନି। ତାଙ୍କୁ ବର୍ତ୍ତମାନ ବୟସ ୩୮ ବର୍ଷ। ମେଘାଳୟର ଶିଲଂରେ କଫି ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୨୦୧୫ରେ ଏହି ଚାକିରି ଛାଡ଼ି ସେ ପ୍ରଥମେ କଫି ଚାଷ ଆରମ୍ଭ କରିଥିଲେ। ଏବେ ସେ ୩୦୦ ମହିଳାଙ୍କୁ ନିଯୁକ୍ତି ଦେବା ସହ ବର୍ଷକୁ ୭ ଟନ୍‌ କଫି ଉପତ୍ାଦନ କରୁଛନ୍ତି। ଦାସୁ ୧୪ଟିରୁ ଅଧିକ କାଫେକୁ କଫି ଯୋଗାଉଛନ୍ତି। ଏହା ବ୍ୟତୀତ ତାଙ୍କ ଦ୍ୱାରା ଉପତ୍ାଦିତ କଫି ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ଗୁଆହାଟୀରେ ଖୁଚୁରାରେ ବିକ୍ରି କରୁଛନ୍ତି। ଏହି କଫି ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଯାଉଛି। ଏହି ସମୟରେ ଦାସୁ ନର୍ଥ ଇଷ୍ଟ ହିଲ୍‌ ୟୁନିଭର୍ସିଟି (ଏନ୍‌ଇଏଚ୍‌ୟୁ)ରୁ ବାୟୋକେମିଷ୍ଟ୍ରିରେ ଡିଗ୍ରୀ ହାସଲ କରିବା ପରେ ସେହି ୟୁନିଭର୍ସିଟିରୁ ପିଏଚ୍‌ଡି ବି କରି ଚାକିରି କରିଥିଲେ ମଧ୍ୟ କଫି ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ। ‘ସ୍ମୋକି ଫଲ୍‌ସ ଟ୍ରାଇବକଫି’ କମ୍ପାନୀ ପ୍ରତିଷ୍ଠା କରି ସେ ତାଙ୍କ ବ୍ୟବସାୟକୁ ବ୍ୟାପକ କରିପାରିଛନ୍ତି ଓ ଆଗକୁ ଆହୁରି ବେଶି ମହିଳାଙ୍କୁ ନିଯୁକ୍ତି ଦେବା ଲାଗି ଲକ୍ଷ୍ୟ ରଖିଛନ୍ତି ବୋଲି କହନ୍ତି ଦାସୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri