ଏଇ ଭାରତରେ

ଚାକିରି ଛାଡି ବ୍ୟକ୍ତିଗତ ଉଦ୍ୟମରେ ଜଣେ ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି କରିପାରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି ପୂର୍ବତନ ଆଇଏଏସ୍‌ ଆଦିତ୍ୟ ସିଂ। ତାଙ୍କୁ ଏଥିରେ ସହଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ପୁନମ୍‌। ବାଘ-ମଣିଷ ମଧ୍ୟରେ ଲାଗି ରହିଥିବା ଲଢେଇକୁ ରୋକିବା ପାଇଁ ଏମାନେ ଏଭଳି ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି। ଏଥିଲାଗି ତାଙ୍କୁ ୨୦ ବର୍ଷ ଲାଗିଯାଇଛି। ଆଦିତ୍ୟ ସଂଚାର ମନ୍ତ୍ରଣାଳୟରେ ଚାକିରି କରିଥିଲେ। ପରେ ଚାକିରି ଛାଡି ପ୍ରଥମେ ରାଜସ୍ଥାନର ରନ୍ଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟ(ଆର୍‌ଟିଆର୍‌)ରେ ଜଣେ ଫଟୋଗ୍ରାଫର ଭାବେ ସମୟ କଟାଇଥିଲେ। ପରେ ଆର୍‌ଟିଆର୍‌ ନିକଟସ୍ଥ ସହର ସାଓ୍ବି ମାଧପୁରାରେ ରହିଥିଲେ। ଏହି ସମୟରେ ପୁନମ ସିଂ ବି ରନ୍ଥମ୍ବୋରରେ ଏକ ଟୁରିଷ୍ଟ୍‌ ଲଜ୍‌ ଆରମ୍ଭ କରିଥିଲେ। ବ୍ୟାଘ୍ର ଅଭୟାରଣ୍ୟ ପାଖରେ ଥିବା ଭଦ୍‌ଲାଭ ଓ ଏହାର ଆଖପାଖ ଗାଁକୁ ବାଘ ଶିକାର କରିବାକୁ ପଶିଆସୁଥିବା ସେମାନେ ଲକ୍ଷ୍ୟ କରିଥିଲେ। ଏହାଦ୍ୱାରା କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି କାରଣରୁ କୃଷକମାନେ ଅଭୟାରଣ୍ୟକୁ ଲାଗି ରହିଥିବା ସେମାନଙ୍କ ଜମି ବିକ୍ରି କରିଦେଉଥିଲେ। ଆଦିତ୍ୟ ଓ ତାଙ୍କ ସ୍ତ୍ରୀ ପୁନମ ଏହି ସବୁ ଜମି କିଣି ବାଘମାନଙ୍କ ପାଇଁ ଏକ ସୁନ୍ଦର ଜଙ୍ଗଲ ସୃଷ୍ଟି କରିପାରିଛନ୍ତି, ଯାହାଦ୍ୱାରା ଆଉ ବାଘ ଗାଁ ଆଡକୁ ଆସୁନାହାନ୍ତି କି କୃଷକମାନଙ୍କର କୌଣସି କ୍ଷତି ମଧ୍ୟ କରୁନାହାନ୍ତି। ୨୦୦୦ରୁ ଏବେ ସୁଦ୍ଧା ସେମାନେ ୩୫ ଏକରରୁ ଅଧିକ ଜମିରେ ଜଙ୍ଗଲ ସୃଷ୍ଟି କରିସାରିଲେଣି। ଏହାର ନାମ ରଖିଛନ୍ତି ଭଦ୍‌ଲାଭ ବ୍ୟାଘ୍ର ଅଭୟାରଣ୍ୟ। ଏହା ପୂରା ରନ୍ଥମ୍ବୋର ଅଭୟାରଣ୍ୟକୁ ଲାଗି ରହିଛି। ତା’ ଭିତରେ ବି ଜଳାଶୟ ରହିଛି । ଏହା କଡ଼ରେ ତାର ବାଡ ମଧ୍ୟ ଦେଇଛନ୍ତି ଏହି ଦମ୍ପତି। ବହୁ ସମୟରେ ଆର୍‌ଟିଆର୍‌ରୁ ବାଘ ବାହାରକୁ ଆସିଲେ ବି ଏହି ଜଙ୍ଗଲରେ ରହିଯାଉଛନ୍ତି। ଏହାଦ୍ୱାରା ସେଠାରେ ମଣିଷ ଓ ବାଘ ଲଢ଼େଇ ଏକ ପ୍ରକାର ଶେଷ ହୋଇଯାଇଛି। ଜଙ୍ଗଲର ସୁରକ୍ଷା ଲାଗି ଆଦିତ୍ୟ ଗାର୍ଡଙ୍କୁ ବି ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri