ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେମାନେ ‘ମି ବୁଡି’ ନାମକ ଏକ ଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏହି ଆପ୍‌ର ପ୍ରତିଷ୍ଠାତା ତଥା ସିଇଓ ହେଉଛନ୍ତି ମାଲିରେଡ୍ଡୀ ରାଜଶେଖର। ଏହା ପୂର୍ବରୁ ଏହି ଆପ୍‌ ମାଧ୍ୟମରେ ସେ ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ କୃଷି ଉପକରଣ,ବୈଦ୍ୟୁତିକ ଯନ୍ତ୍ରପାତି , ହସ୍ତକଳା ସାମଗ୍ରୀ ପହଞ୍ଚାଉଥିଲେ। କିନ୍ତୁ ଏବେ ଲକ୍‌ଡାଉନରେ ଲୋକଙ୍କ ସମସ୍ୟା ଦୂର କରିବା ଲାଗି ସେ ଆଗକୁ ଆସି ଲୋକଙ୍କ ଅଭାବ ପୂରଣ କରିପାରୁଛନ୍ତି। ସେ ଏହି ଆପ୍‌କୁ ଫେବୃୟାରୀ ୨୦୧୯ରେ ଆରମ୍ଭ କରିଥିଲେ। ସେବେଠାରୁ ଏହା ୨୦୦ ଗାଁରେ ଲୋକଙ୍କ ପାଖରେ ଜିନିଷ ପହଞ୍ଚାଇବାରେ ଲାଗିଛି। ସରକାରଙ୍କ ସହ ଏହା ସ୍ମାର୍ଟ ଭିଲେଜ ଅଭିଯାନରେ ମଧ୍ୟ ସାମିଲ ହୋଇଛି। ଏବେ ଏହି ଆପ ମାଧ୍ୟମରେ ଲୋହିତ ଜିଲାର ତେଜୁ ସହରର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି ରାଜଶେଖର। ଏବେ ସୁଦ୍ଧା ଏହି ଆପ୍‌ରେ ୧୪୮୦ ଜଣଙ୍କୁ ପଞ୍ଜୀକୃତ କରି ୨୦୦ରୁ ଊର୍ଦ୍ଧ୍ୱଙ୍କୁ ସାମଗ୍ରୀ ଯୋଗାଇ ସାରିଲେଣିି। ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ଲାଗି ଏଥିତ୍ରେ ୫ ଜଣ ସଦସ୍ୟ ରହିଛନ୍ତି। ଲକ୍‌ଡାଉନ ସମୟରେ ସାମାଜିକ ଦୂରତ୍ୱ ପାଳନ କରିବା ସହ ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥା ମଧ୍ୟ କରିଛନ୍ତି ରାଜଶେଖର।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?