ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଆଦିବାସୀ ମହିଳା କୃଷିରେ ନୂଆ କୌଶଳ ପ୍ରୟୋଗ କରି ଗାଁରେ ପୂରା ଚାଷ ପଦ୍ଧତିକୁ ବଦଳାଇ ଦେଇଛନ୍ତି। ଆଦିବାସୀବହୁଳ ଡିଣ୍ଡୋରି ଜିଲାର ଏକ ଛୋଟ ଗାଁରେ ରହନ୍ତି ବୈଗା ସମ୍ପ୍ରଦାୟର ମହିଳା ଉଜିୟାରୀ ବାଈ। ସେ ୫ମ ଶ୍ରେଣୀ ଯାଏ ପଢିଛନ୍ତି। ତାଙ୍କ ଚାଷ ପଦ୍ଧତି ଶିଖିବା ଲାଗି ଦକ୍ଷିଣ ଆଫ୍ରିକା ଓ ଫିଲିପାଇନ୍ସ ଭଳି ଦେଶ ତାଙ୍କୁ ଆମନ୍ତ୍ରିିତ କରିଛିି। ଡିଣ୍ଡୋରୀର କୃଷିବିଜ୍ଞାନ କେନ୍ଦ୍ରର ବରିଷ୍ଠ ଟେକ୍‌ନିକାଲ ଅଧିକାରୀଙ୍କ ମୁତାବକ ଉଜିୟାରୀ ଫସଲରେ ପାଣି ଦେବା ଲାଗି ବନ୍ଧ ବାନ୍ଧିଛନ୍ତି ଓ ପାଣି ଦେବାର ଭିନ୍ନ କୌଶଳ ଆପଣାଇଛନ୍ତି। ସ୍ବତନ୍ତ୍ର କୁଣ୍ଡରେ ସେ ଜିଆଖତ ପ୍ରସ୍ତୁତ କରୁଛନ୍ତି। ଜୈବିକ ଉପାୟରେ ଶସ୍ୟ ଉପତ୍ାଦନ କରିବା ସହ ମଞ୍ଜି ସଂଗ୍ରହ କରୁଛନ୍ତି। ମଞ୍ଜିକୁ ଜୈବିକ ଉପାୟରେ ବିଶୋଧନ ବି କରୁଛନ୍ତି। ଉଜିୟାରୀଙ୍କ ପିଲାଦିନ ଦାରିଦ୍ର୍ୟରେ କଟିଥିଲା। ଉଜିୟାରୀ କୁହନ୍ତି ତାଙ୍କ ପାଖରେ ଜମି ଥିଲା, ଗାଁକୁ ଲାଗି ଜଙ୍ଗଲ ବି ଥିଲା। କିନ୍ତୁ ଗାଁ ଲୋକ ମଜୁରିଆ ଭାବେ ଦିନ କାଟୁଥିଲେ। ୨୦୦୮ରେ ଉଜିୟାରୀ ବାଈ ଡିଣ୍ଡୋରୀ କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ଜାଣି ପାରି ଗାଁ ଲୋକମାନଙ୍କୁ ନେଇ ସେଠାରେ ପହଞ୍ଚି ଚାଷ ପ୍ରଣାଳୀ ଶିଖିଥିଲେ। ଏହାପରେ ଏହି ଟେକ୍‌ନିକ ଗାଁ ଲୋକଙ୍କୁ ଶିଖାଇଥିଲେ। ଉଜିୟାରୀ କେବଳ ଚାଷ ଭିତରେ ବାନ୍ଧି ହୋଇ ନାହାନ୍ତି, ସେ ଜଙ୍ଗଲ ସଂରକ୍ଷଣ ମଧ୍ୟ କରୁଛନ୍ତି। ଜଙ୍ଗଲ ନଷ୍ଟ କରୁଥିବା ଲୋକଙ୍କୁ ସଚେତନ କରୁଛନ୍ତି। କୃଷିରେ ଏହି ସଫଳତା ଲାଗି ୨୦୧୯ରେ ଜବଲପୁରସ୍ଥିତ ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri