ଏଇ ଭାରତରେ

ଉଚ୍ଚଶିକ୍ଷା ପ୍ରାପ୍ତ କରି ଭଲ ଚାକିରି କରିବାର ସ୍ବପ୍ନ ଦେଖିଥାନ୍ତି ପ୍ରତ୍ୟେକ ଯୁବକ। କିନ୍ତୁ ଉତ୍ତରାଖଣ୍ଡର ପବନ ପାଠକ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ବିଦେଶ ଚାକିରି ଛାଡି ପାର୍ବତ୍ୟାଞ୍ଚଳର ସଂରକ୍ଷଣରେ ଲାଗିଛନ୍ତି। ଡେରାଡୁନର ଇନ୍ଦିରାନଗର ନିବାସୀ ପବନଙ୍କୁ ବର୍ତ୍ତମାନ ୩୫ ବର୍ଷ। ସେ ଜର୍ମାନୀରେ ଚାକିରି କରିଥିଲେ। ବର୍ଷକୁ ଦରମା ପାଉଥିଲେ ୪୦ ଲକ୍ଷ ଟଙ୍କା। ପାହାଡିଆ ଅଞ୍ଚଳରୁ ପଳାୟନ ରୋକିବା ତଥା ଶୁଷ୍କ ଜମିକୁ ଚାଷୋପଯୋଗୀ କରିବାରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ପୁରୁଣା ଘରକୁ ଇକୋ କନ୍‌ଷ୍ଟ୍ରକ୍‌ସନ ମାଧ୍ୟମରେ ନୂଆ ଜୀବନ ଦେଉଛନ୍ତି। ତାଙ୍କର ଏହି ଅଭିଯାନରେ ବିଦେଶୀ ଛାତ୍ରମାନେ ବି ସାମିଲ ହୋଇଛନ୍ତି। ପବନ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଜର୍ମାନୀରେ ଫାର୍ମା ମଡେଲିଂରେ ଏମ୍‌ବିଏ କରିଛନ୍ତି। ପରେ ସେ ଜର୍ମାନୀରେ ଏକ କମ୍ପାନୀରେ ମାସିକ ୩.୫ ଲକ୍ଷ ଟଙ୍କା ପ୍ୟାକେଜରେ ଚାକିରି କରିଥିଲେ। କିନ୍ତୁ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଚାକିରିରେ ରହିବାକୁ ଦେଇ ନ ଥିଲା। ସେ ଫେରିଆସିଲେ ଭାରତ। ୨୦୧୮ରୁ ଡେରାଡୁନ୍‌ର ସେଡାମତା ନିକଟ ଢୁକ୍‌ ଗାଁରେ ଫାର୍ମ ମଡେଲିଙ୍ଗ କାର୍ଯ୍ୟରେ ଲାଗିଛନ୍ତି। ପାହାଡିଆ ଅଞ୍ଚଳରେ ଜୀର୍ଣ୍ଣ ଘରଗୁଡିକୁ ଉଦ୍ଧାର କରିବା ସହ ଜୈବିକ ଚାଷକୁ ବଞ୍ଚାଇ ରଖିବା ଲାଗି ଚେଷ୍ଟା କରୁଛନ୍ତି। ଫାର୍ମରୁ ଉପତ୍ାଦିତ ଜୈବିକ ସେଓ ବିକ୍ରି କରି ଏହି ବର୍ଷ ପାଇଛନ୍ତି ୨ ଲକ୍ଷ ଟଙ୍କା। ଏହା ବାଦ୍ ସେ ଫାର୍ମରେ ରାଜ୍‌ମା, ଆଳୁ, ଡାଲି, ମକ୍କା, ଗହମ ଆଦି ଚାଷ କରୁଛନ୍ତି। ପବନଙ୍କ ଏହି ଅଭିଯାନରେ ଆଇଆଇଟି ରୁର୍‌କୀରେ ପିଏଚ୍‌ଡି କରୁଥିବା ନେଦରଲ୍ୟାଣ୍ଡ୍‌ର ଛାତ୍ରୀ ମାରଲୁସ୍‌ ମଧ୍ୟ ଯୋଗ ହୋଇଛନ୍ତି। ଡେରାଡୁନର ମେକାନିକାଲ ଇଞ୍ଜିନିୟର ଅଙ୍କିତ ଆରୋରା ସମେତ ଢୁକ୍‌ ଗ୍ରାମବାସୀ ସହଯୋଗ କରୁଛନ୍ତି। ଦୁଇବର୍ଷ ମଧ୍ୟରେ ପବନ ଯେତେ ଜୈବିକ ଶସ୍ୟ ଉପତ୍ାଦନ କରିଛନ୍ତି ତାହାକୁ ସେ ଡେରାଡୁନର ମଣ୍ଡିରେ ବିକ୍ରି କରିଛନ୍ତି। ୨୦୧୮ରେ ଜୈବିକ ଚାଷ ଲାଗି ୨ ଏକର ଜମି କିଣିଥିଲେ ଓ ଗ୍ରାମବାସୀ ତାଙ୍କୁ ବହୁବର୍ଷ ଧରି ଶୁଖିଲା ପଡିଥିବା ୧ହେକ୍ଟର ଜମି ବି ଦେଇଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri