ଏଇ ଭାରତରେ

ଗୁଜରାଟର ହିମ୍ମତନଗର ଅଞ୍ଚଳର ଯୁବକ ଅଜୟଙ୍କ ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ୨୭ ବର୍ଷୀୟ ଯୁବକ ବର ବେଶରେ ସଜେଇ ହୋଇଛନ୍ତି। ଶୋଭାଯାତ୍ରା ହୋଇଛି। ହେଲେ ବାହା ହେବାକୁ କନ୍ୟା ନାହାନ୍ତି। ବିବାହ ପାଇଁ ସବୁ କାର୍ଯ୍ୟ କରାଯାଇଛି। ବିନା କନ୍ୟାରେ ପୁଅର ବିବାହ ଇଚ୍ଛାକୁ ପୂରଣ କରିଛନ୍ତି ବାପା। ଅଜୟଙ୍କ ପିତା ବିଷ୍ଣୁ ବାରୋତ କହନ୍ତି ପିଲାଦିନୁ ମା’ଙ୍କୁ ହରାଇଥିବା ଅଜୟଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନାହିଁ। ହେଲେ ସେ ଯେତେବେଳେ ଅନ୍ୟମାନଙ୍କ ବିବାହରେ ଯୋଗ ଦିଅନ୍ତି ସେତେବେଳେ ସେ ନିଜ ବିବାହ ବିଷୟରେ ବାପାଙ୍କୁ ପ୍ରଶ୍ନ କରନ୍ତି। ଆଉ କୁହନ୍ତି ମୋର ବାହାଘର ଧୁମ୍‌ଧାମ୍‌ରେ ହେବ। ପୁଅର ଏହି ଇଚ୍ଛାକୁ ପୂରଣ କରିବାକୁ ଯାଇ ପିତା କନ୍ୟାଟିଏ ଖୋଜିଥିଲେ ମଧ୍ୟ ଶେଷରେ ନିରାଶ ହୋଇଥିଲେ। ହେଲେ ପୁଅର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଓ ବନ୍ଧୁଙ୍କ ପରାମର୍ଶ କ୍ରମେ ସେ ଅଜୟଙ୍କର ବିବାହ ବିନା କନ୍ୟାରେ କରିବାକୁ ସ୍ଥିର କଲେ। ଏଥିପାଇଁ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଗଲା। ପାଖାପଖି ୨ଶହ ବରଯାତ୍ରୀଙ୍କ ସମେତ ୮ଶହ ଅତିଥିଙ୍କୁ ବିଭିନ୍ନ ସ୍ବାଦିଷ୍ଠ ବ୍ୟଞ୍ଜନରେ ଆପ୍ୟାୟିତ କଲେ ଅଜୟଙ୍କ ପିତା। ଆଉ ପୁଅର ଇଚ୍ଛା ପୂରଣ କରିଥିବାରୁ ସେ ବେଶ୍‌ ଖୁସି ଥିବା ମଧ୍ୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri