ଏଇ ଭାରତରେ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା। ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବାକୁ ହେବ। ଉତ୍ତରପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବନ୍ଦିତା ଶ୍ରୀବାସ୍ତବ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବ୍ୟବସ୍ଥା କରି ଅପରାଧୀମାନଙ୍କୁ ଏବେ ସେ ସର୍ତ୍ତମୂଳକ ଜାମିନ ଦେଉଛନ୍ତି। ଉକ୍ତ ସର୍ତ୍ତ ଅନୁଯାୟୀ, ଯେଉଁମାନେ ଜାମିନରେ ଯାଉଛନ୍ତି ସେମାନେ ୫ଟି ଚାରା ଲଗାଇବା ସହ ୬ ମାସ ପର୍ଯ୍ୟନ୍ତ ସେଗୁଡିକର ଯତ୍ନ ନେବେ। ଏ ପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ପାଖାପାଖି ୫ଶହ ବୃକ୍ଷରୋପଣ କରାଯାଇଥିବା ସେ କହିଛନ୍ତି। ଜାମିନ ପାଇଥିବା ବ୍ୟକ୍ତିମାନେ ନିଜ ବାଡି, ବିଦ୍ୟାଳୟ ବା ପଞ୍ଚାୟତ ପୋଖରୀ ସଂଲଗ୍ନ ସ୍ଥାନରେ ଗଛ ଲଗାଇପାରିବେ। ତେବେ ସମ୍ପୃକ୍ତ ବ୍ୟକ୍ତି ଜଣକ ଗଛ ଲଗାଇଛନ୍ତି କି ନା, ତାହା ସ୍ପଷ୍ଟ କରିବାକୁ ଏମାନେ କୋର୍ଟରେ ହାଜର ହେବା ଦିନ ଲଗାଇଥିବା ଗଛ ସହ ସେଲ୍‌ଫି ନେଇ ତା’ର ଏକ କପି ଦାଖଲ କରିବାକୁ କୁହାଯାଇଛି। ପ୍ରଶ୍ନ ଉଠୁଛି, ଜଣେ ଯଦି ଏହି ସର୍ତ୍ତରେ ରାଜି ନ ହୁଅନ୍ତି; ତେବେ କ’ଣ ତାଙ୍କୁ ଜାମିନ ମିଳିବ ନାହିଁ? ଏହାର ଉତ୍ତରରେ ବନ୍ଦିତା କହିଛନ୍ତି, ସେମିତି କିଛି ନିୟମ ନାହିଁ। କିନ୍ତୁ ଯେଉଁମାନଙ୍କୁ ଜାମିନ ମିଳୁଛି, ସେମାନଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri