Posted inଖେଳ

ଉମେଶ ଯାଦବଙ୍କ କୃତିତ୍ୱ

ରାଞ୍ଚି, ୨୧।୧୦- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟର ୨ୟ ଦିବସରେ ଭାରତର ଉମେଶ ଯାଦବ ତାଙ୍କ ବ୍ୟାଟିଂ ଦକ୍ଷତା ପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଭାରତ ଇନିଂସର ଶେଷ ଭାଗରେ ବ୍ୟାଟିଂ କରିବାକୁ ଆସିଥିବା ଉମେଶ ୧୦ ବଲରୁ ୩୧ ରନର ଦ୍ରୁତ ଇନିଂସ ଖେଳିଥିଲେ, ଯେଉଁଥିରେ ୫ଟି ବିଶାଳ ଛକା ରହିଥିଲା। ଉମେଶ ସାମ୍ନା କରିଥିବା ୧୦ଟି ଯାକ ବଲ୍‌ ଯଥାକ୍ରମେ ୬, ୬, ୦, ୧, ୬, ୦, ୬, ୦, ୬ ଓ ଉଇକେଟ୍‌ ଏହିପରି ଭାବେ ରହିଥିଲା। ସମସ୍ତ ୫ଟି ଛକା ସେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁମ ମାରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ସାମ୍ନା କରିଥିବା ପ୍ରଥମ ୨ ବଲ୍‌କୁ ଛକା ମାରିବାର କୃତିତ୍ୱ ଅର୍ଜନ କରିଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର ଓ ଓ୍ବେଷ୍ଟଇଣ୍ଡିଜର ଫୋଫି ଓ୍ବିଲିୟମ୍ସ ଇନିଂସରେ ସାମ୍ନା କରିଥିବା ପ୍ରଥମ ୨ ବଲରୁ ଛ’ ରନ ଲେଖାଏ ସଂଗ୍ରହ କରିଥିଲେ। ସେହିଭଳି ଟେଷ୍ଟ କ୍ରିକେଟ୍‌ରେ ଦ୍ରୁତ ୩୦+ ରନ୍‌ ସଂଗ୍ରହ କରିବାର ରେକର୍ଡ ଉମେଶଙ୍କ ନାମରେ ଲିପିବଦ୍ଧ ହୋଇଛି। ଏହି କ୍ରମରେ ସେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ୨୦୦୪ରେ ଫ୍ଲେମିଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୧ ବଲରୁ ଅପରାଜିତ ୩୧ ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନାମ୍‌ ମ୍ୟାକ୍ଲେନ (୧୨ ବଲ୍‌ ୩୧ ରନ), ଅବଦୁର୍‌ ରଜାକ (୧୭ ବଲ୍‌ ୪୩ ରନ), ଅଷ୍ଟ୍ରେଲିଆର ଡବ୍ଲ୍ୟୁ.ପି. ହୋଓ୍ବେଲ୍‌ (୧୫ ବଲ୍‌ ୩୫ ରନ) ପ୍ରମୁଖ ଏହି ତାଲିକାର ଟପ୍‌-୫ରେ ରହିଛନ୍ତି। ସେହିଭଳି ଏହି ଇନିଂସ ମଧ୍ୟରେ ଉମେଶ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଟେଷ୍ଟ ମ୍ୟାଚ୍‌ର ଗୋଟିଏ ଇନିଂସରେ ୧୦ ବଲ୍‌ ସାମ୍ନା କରିଥିବା ଖେଳାଳିଙ୍କ ମଧ୍ୟରେ ସେ ସର୍ବାଧିକ ଷ୍ଟ୍ରାଇକରେଟ୍‌ ହାସଲ କରିଛନ୍ତି। ଏହି ଇନିଂସରେ ତାଙ୍କର ଷ୍ଟ୍ରାଇକରେଟ୍‌ ୩୧୦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri