ଉମରକୋଟ,୨୬ା୮(ସ୍ବ.ପ୍ର.): ଦେଶର ପ୍ରମୁଖ ପ୍ଲାଷ୍ଟକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଏସ୍ଆଇଏଲ୍) ଫର୍ନଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଗୁରୁବାର ନବରଙ୍ଗପୁର ଜିଲାର ଉମରକୋଟ, ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ବିଏନ୍ଏମ୍ ଫର୍ନିଚର ଆନୁକୂଲ୍ୟରେ ମୋଲ୍ଡେଡ୍ ଫର୍ନିଚର ବ୍ରାଣ୍ଡ୍ ସୁପ୍ରିମ୍ ଫର୍ନିଚରର ନୂତନ ଶୋ’ରୁମ୍ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍ଆଇଏଲ୍ର (ଫର୍ନଚର ଡିଭିଜନ) ରାଜ୍ୟ ମୁଖ୍ୟ ତ୍ରିନାଥ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏନ୍ଏମ୍ ଫର୍ନିଚର ସ୍ବତ୍ୱାଧିକାରୀ (ପ୍ରୋପ୍ରାଇଟର) ରାହୁଲ ମଣ୍ଡଳ,ଏସ୍ଆଇଏଲ୍ର ଏରିଆ ମ୍ୟାନେଜର କାଳିପ୍ରସାଦ ବେହେରାଙ୍କ ସମେତ କୋରାପୁଟ, ଜୟପୁର ଏବଂ ସେମିଳିଗୁଡାର ସୁପ୍ରିମ୍ ଫର୍ନିଚର ଦୋକାନ ମାଲିକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି କମ୍ପାନୀର ଏହା ୫ମ ଏକ୍ସକ୍ଲୁସିଭ ଷ୍ଟୋର ହୋଇଥିବା ବେଳେ ନବରଙ୍ଗପୁର ଜିଲାରେ ଏହା ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨୦୦୦ ବର୍ଗଫୁଟ ପରିମିତ ଜମିରେ ଗଢି ଉଠିଥିବା ଏହି ଏକ୍ସକ୍ଲୁସିଭ ଷ୍ଟୋରରେ କମ୍ପାନୀର ମୋଲ୍ଡେଡ୍ ଫର୍ନିଚରର ସମସ୍ତ ବର୍ଗ ଯଥା ଖଟ, ଚେୟାର. ଡାଇନିଂ ସେଟ୍, ଆଲମାରି ଭଳି ପ୍ରମୁଖ ଘରୋଇ ଉତ୍ପାଦ ସାଙ୍ଗକୁ ଅଫିସ ପାଇଁ ମଧ୍ୟ ଆବଶ୍ୟକ ସାମଗ୍ରୀର ସମ୍ଭାର ଆଦି ପ୍ରଦର୍ଶନ ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ରହିଛି। ଏହି ଷ୍ଟୋର ବିଶେଷକରି ଉମରକୋଟବାସୀଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଜିଲାବାସୀଙ୍କର ମଧ୍ୟ ପସନ୍ଦ ଗନ୍ତବ୍ୟସ୍ଥଳ ପାଲଟିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଉଦ୍ଘାଟନୀ ଅବସରରେ ପ୍ରତ୍ୟେକ ଗ୍ରାହକଙ୍କୁ ସୁପ୍ରିମ୍ର ପ୍ରତି ସାମଗ୍ରୀର ଏମ୍ଆର୍ପି ଉପରେ ୩୦% ରିହାତି ରହିଥିବା କମ୍ପାନୀର ଦକ୍ଷିଣ ଓଡ଼ିଶା ସେଲ୍ସ ନିର୍ବାହୀ ଅଧିକାରୀ କାଳି ପ୍ରସାଦ ବେହେରା କହିଛନ୍ତି। ସେହିଭଳି ଏଠାରେ ମାସିକ ୩ ଲକ୍ଷ ଟଙ୍କାର ବ୍ୟବସାୟ ସାଙ୍ଗକୁ ଆଗାମୀ ପାର୍ବଣରେ ମଧ୍ୟ ବ୍ୟବସାୟ ଅଧିକ ହେବା ଆଶା ରହିଛି ବୋଲି ରାହୁଲ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ସୁପ୍ରିମ୍ ଫର୍ନିଚର ଲୋକଙ୍କ ପ୍ରଥମ ପସନ୍ଦ କିପରି ହୋଇପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେବେ ବୋଲି ରାହୁଲ କହିଛନ୍ତି। ଗ୍ରାହକଙ୍କ ପାଇଁ ସପ୍ତାହବ୍ୟାପୀ ଏହି ରିହାତି ସୁବିଧା ରହିବ ବୋଲି ସେ ସୂଚନା ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼
ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…
ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର
ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…
ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ
ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…
ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…
ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…
ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍ ହେବା ସମୟରେ ଘଟିଲା…
ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…
ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ
ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…
ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ
ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…
୩୬ ଦିନ ଜେଲରୁ ରହିବା ପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…
ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

