ଉମରକୋଟରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଶୋ’ରୁମ୍‌

ଉମରକୋଟ,୨୬ା୮(ସ୍ବ.ପ୍ର.): ଦେଶର ପ୍ରମୁଖ ପ୍ଲାଷ୍ଟକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଗୁରୁବାର ନବରଙ୍ଗପୁର ଜିଲାର ଉମରକୋଟ, ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ବିଏନ୍‌ଏମ୍‌ ଫର୍ନିଚର ଆନୁକୂଲ୍ୟରେ ମୋଲ୍‌ଡେଡ୍‌ ଫର୍ନିଚର ବ୍ରାଣ୍ଡ୍‌ ସୁପ୍ରିମ୍‌ ଫର୍ନିଚରର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ଆଇଏଲ୍‌ର (ଫର୍ନଚର ଡିଭିଜନ) ରାଜ୍ୟ ମୁଖ୍ୟ ତ୍ରିନାଥ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏନ୍‌ଏମ୍‌ ଫର୍ନିଚର ସ୍ବତ୍ୱାଧିକାରୀ (ପ୍ରୋପ୍ରାଇଟର) ରାହୁଲ ମଣ୍ଡଳ,ଏସ୍‌ଆଇଏଲ୍‌ର ଏରିଆ ମ୍ୟାନେଜର କାଳିପ୍ରସାଦ ବେହେରାଙ୍କ ସମେତ କୋରାପୁଟ, ଜୟପୁର ଏବଂ ସେମିଳିଗୁଡାର ସୁପ୍ରିମ୍‌ ଫର୍ନିଚର ଦୋକାନ ମାଲିକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି କମ୍ପାନୀର ଏହା ୫ମ ଏକ୍ସକ୍ଲୁସିଭ ଷ୍ଟୋର ହୋଇଥିବା ବେଳେ ନବରଙ୍ଗପୁର ଜିଲାରେ ଏହା ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨୦୦୦ ବର୍ଗଫୁଟ ପରିମିତ ଜମିରେ ଗଢି ଉଠିଥିବା ଏହି ଏକ୍ସକ୍ଲୁସିଭ ଷ୍ଟୋରରେ କମ୍ପାନୀର ମୋଲ୍‌ଡେଡ୍‌ ଫର୍ନିଚରର ସମସ୍ତ ବର୍ଗ ଯଥା ଖଟ, ଚେୟାର. ଡାଇନିଂ ସେଟ୍‌, ଆଲମାରି ଭଳି ପ୍ରମୁଖ ଘରୋଇ ଉତ୍ପାଦ ସାଙ୍ଗକୁ ଅଫିସ ପାଇଁ ମଧ୍ୟ ଆବଶ୍ୟକ ସାମଗ୍ରୀର ସମ୍ଭାର ଆଦି ପ୍ରଦର୍ଶନ ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ରହିଛି। ଏହି ଷ୍ଟୋର ବିଶେଷକରି ଉମରକୋଟବାସୀଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଜିଲାବାସୀଙ୍କର ମଧ୍ୟ ପସନ୍ଦ ଗନ୍ତବ୍ୟସ୍ଥଳ ପାଲଟିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଉଦ୍‌ଘାଟନୀ ଅବସରରେ ପ୍ରତ୍ୟେକ ଗ୍ରାହକଙ୍କୁ ସୁପ୍ରିମ୍‌ର ପ୍ରତି ସାମଗ୍ରୀର ଏମ୍‌ଆର୍‌ପି ଉପରେ ୩୦% ରିହାତି ରହିଥିବା କମ୍ପାନୀର ଦକ୍ଷିଣ ଓଡ଼ିଶା ସେଲ୍‌ସ ନିର୍ବାହୀ ଅଧିକାରୀ କାଳି ପ୍ରସାଦ ବେହେରା କହିଛନ୍ତି। ସେହିଭଳି ଏଠାରେ ମାସିକ ୩ ଲକ୍ଷ ଟଙ୍କାର ବ୍ୟବସାୟ ସାଙ୍ଗକୁ ଆଗାମୀ ପାର୍ବଣରେ ମଧ୍ୟ ବ୍ୟବସାୟ ଅଧିକ ହେବା ଆଶା ରହିଛି ବୋଲି ରାହୁଲ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ସୁପ୍ରିମ୍‌ ଫର୍ନିଚର ଲୋକଙ୍କ ପ୍ରଥମ ପସନ୍ଦ କିପରି ହୋଇପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେବେ ବୋଲି ରାହୁଲ କହିଛନ୍ତି। ଗ୍ରାହକଙ୍କ ପାଇଁ ସପ୍ତାହବ୍ୟାପୀ ଏହି ରିହାତି ସୁବିଧା ରହିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମୋହନଙ୍କ ପ୍ରାର୍ଥିତ୍ୱ ରଦ୍ଦ, ବିନୋଦ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଘୋଷଣା ହେବାର କିଛି ଦିନ ପରେ ଶନିବାର ଏଆଇସିସି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ମୋହନ ହେମ୍ବ୍ରମଙ୍କ ନାମ ପରିବର୍ତ୍ତନ କରି...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri