ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତ୍ତିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୂଅଁା ବୁଲାଇ ଚାଲିଛନ୍ତି। କେବଳ ବସ୍‌ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି। ଏଥିପାଇଁ ପଟ୍ଟମୁଣ୍ଡାଇ ପୌରାଞ୍ଚଳର ବାଇପାସ୍‌ ବସ୍‌ଷ୍ଟାଣ୍ଡ ପାଲଟିଛି। ୨୦୦୫ଠାରୁ ଏଠାରେ ଥିବା ବସ୍‌ଷ୍ଟାଣ୍ଡଟି ଅଚଳ ହୋଇପଡିଛି। ହେଲେ ଏଥିପ୍ରତି ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସବୁ ଜାଣି ନ ଜାଣିବାବାର ବାହାନ କରି ଚାଲିଛନ୍ତି। ଏହାକୁ ଲୋକମାନେ ହୃଦୟଙ୍ଗମ କରି ସାରିଲେଣି। ଏହାର ଉଚିତ ଜବାବ ଆଗାମୀ ଦିନରେ ଦିଆଯିବ ବୋଲି କହୁଛନ୍ତି।
ସାମାଜିକ କର୍ମୀ ବିଜୟ ସ୍ବାଇଁ କୁହନ୍ତି, ପଟ୍ଟାମୁଣ୍ଡାଇକୁ ପୌରାଞ୍ଚଳର ମାନ୍ୟତା ମିଳିବା ଦୀର୍ଘ ୩୩ ବର୍ଷ ବିତିଗଲାଣି। କିନ୍ତୁ ଏଠି ବସ୍‌ଷ୍ଟାଣ୍ଡ ନାହିଁ। ପୁରୁଣା ବସ୍‌ଷ୍ଟାଣ୍ଡ ଅଚଳ ହୋଇ ପଡିଥିବାରୁ ଏବେ ବାଇପାସ ଛକ ବସ୍‌ଷ୍ଟାଣ୍ଡ ପାଲଟିଛି। ୧୯୮୮ ମସିହା ଡିସେମ୍ବର ୬ରେ ପଟ୍ଟାମୁଣ୍ଡାଇକୁ ଏନ୍‌ଏସିର ମାନ୍ୟତା ମିଳିଲା। ପରେ ୨୦୧୪ ଫେବୃୟାରୀ ୨୪ରେ ପଟ୍ଟାମୁଣ୍ଡାଇ ଏନ୍‌ଏସିକୁ ରାଜ୍ୟ ସରକାର ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ। ପଟ୍ଟାମୁଣ୍ଡାଇ ବଜାରରେ ଏକ ସରକାରୀ ବସ୍‌ଷ୍ଟାଣ୍ଡ ଥିଲା। ରାଉଲକେଲା, କଟକ, ଭୁବନେଶ୍ୱର ଓ କୋଲକତା ପ୍ରଭୃତି ଅଞ୍ଚଳକୁ ସରକାରୀ, ବେସରକାରୀ ବସ ଯିବା ଆସିବା କରୁଥିଲା। ୨୦୦୫ଠାରୁ ଏହି ବସ୍‌ଷ୍ଟାଣ୍ଡଟି ଆଚଳ ହୋଇପଡିଛି। ଫଳରେ ଏଠାକୁ କୌଣସି ସରକାରୀ ବସ୍‌ କି ଘରୋଇ ବସ୍‌ ଆସୁନାହାନ୍ତି। ଏହାଦ୍ୱାରା ପଟ୍ଟାମୁଣ୍ଡାଇର ଲୋକମାନେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳ ଯିବା ଆସିବା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ବହୁ ଲୋକ କଟକ ଓ ଭୁବନେଶ୍ୱରରେ ଚାକିରି କରିଥିବାରୁ ଘରୋଇ ଗାଡିରେ ଅଧିକ ଟଙ୍କା ଖର୍ଚ୍ଚ କରି ଯାଆ ଆସ କରୁଛନ୍ତିି। ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସକାଳ ୫ଟା ଓ ୬ଟା ବେଳେ ୨ଟି ବସ୍‌ କଟକ ଯାଉଛି। କିନ୍ତୁ ଏହା ପରେ ଆଉ କୌଣସି ବସ୍‌ ନ ଥିବାରୁ ଲୋକମାନେ ହଇରାଣ ହେଉଛନ୍ତି। ବସ୍‌ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତା କଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ପଟ୍ଟାମୁଣ୍ଡାଇ ଦେଇ ରାଜକନିକା, ଆଳି, କେରଡାଗଡ଼, ଜରିମୂଳ, ତାଳଚୁଆ, ବାବର ପ୍ରଭୃତି ଅଞ୍ଚଳରୁ ପ୍ରାୟ ୬୦ ଟି ବସ୍‌ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି। ସେହିପରି କଟକ ଓ ଭୁବନେଶ୍ୱରରୁ ମଧ୍ୟ ୧୫ଟିରୁ ଅଧିକ ବସ୍‌ ପଟ୍ଟାମୁଣ୍ଡାଇ ଦେଇ ଆଳି, ରାଜନଗର, ଜଗରଜୋର, ରାଜକନିକା ପ୍ରଭୃତି ଅଞ୍ଚଳକୁ ମଧ୍ୟ ଯାଉଛି। ହେଲେ ସକାଳ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବା ପାଇଁ ବସ୍‌ ମିଳୁନାହିଁ। ଅନ୍ୟପକ୍ଷରେ ୨୦୦୫ ରେ ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡ ମାତ୍ର ୯୦ ଡିସିମିଲ ଜମି ରଖାଯାଇ ଅବଶିଷ୍ଟ ଜମିକୁ ସରକାର ତଥା ରାଜ୍ୟ ସଡ଼କ ଓ ପରିବହନ ବିଭାଗ ଲିଜ୍‌ ଆକାରରେ ଏକ ଘରୋଇ ସଂସ୍ଥାକୁ ପ୍ରଦାନ କରିଥିଲେ। ଏହାଦ୍ୱାରା ବସ୍‌ଷ୍ଟାଣ୍ଡ ପାଇଁ ଜାଗା ସଂକୀର୍ଣ୍ଣ ହୋଇଯିବାରୁ ଏହା ବନ୍ଦ ହୋଇପଡିଛି। ୨୦୧୯ ସେପ୍ଟେମ୍ବର ୨୯ରେ ପଞ୍ଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ବସ୍‌ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହା ଭିତରେ ପ୍ରାୟ ୩ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନାହିଁ। ପଟ୍ଟାମୁଣ୍ଡାଇ ବସଷ୍ଟାଣ୍ଡକୁ ସମସ୍ତ ବସ୍‌ ଆସିବା ଏବଂ ସକାଳ ସାଢ଼େ ୧୦ ଭିତରେ ପଟ୍ଟାମୁଣ୍ଡାଇରୁ କଟକ, ଭୁବନେଶ୍ୱର ଓ ପୁରୀକୁ ବସ୍‌ ଚଳାଚଳ ପାଇଁ ପୂର୍ବରୁ ବହୁଥର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ। ତୁରନ୍ତ ଏହାର ସମାଧାନ ପାଇଁ ରାଜ୍ୟ ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri