ଉବୁଟୁବୁ ସ୍ମାର୍ଟ ସିଟି ରାସ୍ତା: ଲହଡ଼ି ଭାଙ୍ଗୁଛି ବର୍ଷାପାଣି

ଭୁବନେଶ୍ୱର, ୧।୮(ବ୍ୟୁରୋ): ସ୍ମାର୍ଟ ସିଟି ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏବେ ସହରବାସୀଙ୍କୁ ବର୍ଷାର ଭୟ ଘାରିଛି। ବୁଧବାର ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଥିଲା। ସହରରେ ୬୭ଟି ଓ୍ବାର୍ଡରେ ମୋଟ ୬୫୦ କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ମୁଖ୍ୟ ଡ୍ରେନ ରହିଥିବା ବେଳେ ପୂର୍ତ୍ତ ବିଭାଗର ଅଳ୍ପ କିଛି ଡ୍ରେନ ଏଥିରେ ଅଛି। କିନ୍ତୁ ଅନ୍ୟସବୁ ଡ୍ରେନ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନରେ ରହିଛି। ତା’ର ସମ୍ପ୍ରସାରଣଠାରୁ ଆରମ୍ଭ କରି ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ବିଏମ୍‌ସି ବହନ କରୁଛି। ହେଲେ ଏବେ ସେଗୁଡ଼ିକ ସହର ପାଇଁ ଅଭିଶାପ ପାଲଟିଯାଇଛି। ଠିକ୍‌ ଭାବେ ଡ୍ରେନ ସଫେଇ କରାଯାଉ ନ ଥିବା ବେଳେ ପଙ୍କ ଭର୍ତ୍ତି ଡ୍ରେନ୍‌ ପାଣି ଜାମ୍‌ର ମୁଖ୍ୟ କାରଣ ପାଲଟିଛି। ରାସ୍ତାର ଉଚ୍ଚତାଠାରୁ ଡ୍ରେନର ଉଚ୍ଚତା ଅଧିକ ଥିବାରୁ ସବୁ ପାଣି ରାସ୍ତାରେ ଜମି ରହୁଛି। ସବୁ ନାଳ ନର୍ଦ୍ଦମା ପାଣି ରାସ୍ତାରେ ଭାସିବା ଦ୍ୱାରା ଦୁର୍ଗନ୍ଧ ହେଉଛି। ସେହି ପଥ ଦେଇ ଯାଉଥିବା ଲୋକେ ନାକ ଟେକୁଛନ୍ତି। ରାସ୍ତାରେ ଯାତାୟାତ କରିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏହି ଖାମଖିଆଲି ମନୋଭାବ ଓ ଅବହେଳା ଲାଗି ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଜନପଥରେ ବର୍ଷାପାଣି
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ (ବିଏସ୍‌ସିଏଲ) ପକ୍ଷରୁ ଜନପଥକୁ ସ୍ମାର୍ଟ କରିବା ଲାଗି ଚେଷ୍ଟା ଚାଲିଛି। ହେଲେ ଅସରାଏ ବର୍ଷା ହେଲେ ସ୍ମାର୍ଟ ଜନପଥର ଜଳାର୍ଣ୍ଣବ ଦୃଶ୍ୟ ସାମ୍ନାକୁ ଆସୁଛି। ଡ୍ରେନ ଚ୍ୟାନେଲ ସଫା ନ ଥିବାରୁ ପାଣି ଦୀର୍ଘ ସମୟ ଧରି ଜମି ରହୁଛି, ଯାହାକି ଯାତାୟାତରେ ବାଧକ ସାଜିଛି। ବିଶେଷକରି ଜନପଥର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ ଓ ଗୁରୁଦ୍ୱାରା ଛକରେ ବର୍ଷାପାଣି ନିଷ୍କାସିତ ନ ହୋଇ ପାରି ୨ ଘଣ୍ଟା ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା।
ଲକ୍ଷ୍ମୀସାଗର ଛକରେ ଭାସିଲା ନର୍ଦ୍ଦମାପାଣି
୩୦ ମିନିଟ୍‌ର ବର୍ଷାରେ ଡ୍ରେନରୁ ପାଣି ଓଲଟି ରାସ୍ତା ଉପରେ ଭାସିଲା। ଡ୍ରେନରେ ଥିବା ନର୍ଦ୍ଦମା ପାଣି ସହ ଥର୍ମାକୁଲ, ପ୍ଲାଷ୍ଟିକ୍‌ ଜରି ଓ ବିଭିନ୍ନ ଆବର୍ଜନା ରାସ୍ତାରେ ଜମି ରହିଲା। ପୁରୁଣା ଷ୍ଟେଶନ ବଜାରରୁ ଲକ୍ଷ୍ମୀସାଗର ଛକ ପର୍ଯ୍ୟନ୍ତ ରାସ୍ତା ନାଳ ପାଣିରେ ଭର୍ତ୍ତି ହୋଇ ରହିଥିଲା।
ବେହେରାସାହିରେ ଜମିଲା ପାଣି
ଦୀର୍ଘଦିନ ହେଲା ବେହେରାସାହିରେ ବର୍ଷାଜଳ ନିଷ୍କାସନ ଠିକ୍‌ ଭାବେ ହୋଇଯାଉଥିଲା। ହେଲେ ଇସ୍କନ ସମ୍ମୁଖରୁ ପାଣି ଜମିବା ସମସ୍ୟା ଦୂର କରିବାକୁ ସେଠାରେ ଥିବା ସାଇଫନ ମୁହଁକୁ ଭାଙ୍ଗି ଦିଆଯାଇଛି। ଫଳରେ ପାଣି ନିଷ୍କାସନ ହେଲା ସତ, କିନ୍ତୁ ଏବେ ତାହା ନୟାପଲ୍ଲୀ ବେହେରାସାହି ଅଞ୍ଚଳରେ ଜମିବା ଆରମ୍ଭ କରିଛି। ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ବୋଲି ଅଞ୍ଚଳର ବରିଷ୍ଠ ନାଗରିକ ରାମ ପ୍ରସାଦ ସ୍ବାଇଁ କହିଛନ୍ତି।
୨୩.୮ ମିମି ବର୍ଷା
ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବୁଧବାର ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ମୋଟ ୨୩.୮ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ସ୍ଥାନରେ ବର୍ଷାର ପରିମାଣ ୨ ଅଙ୍କ ବି ଛୁଇଁପାରିନି। ଏବେ ବର୍ଷା ଆହୁରି ଅଧିକ ହେବାକୁ ଥିବା ବେଳେ ଭୁବନେଶ୍ୱରର ଡ୍ରେନଗୁଡ଼ିକର ଏପରି ସ୍ଥିତି ଏବେ ବିଏମ୍‌ସିର ଚିନ୍ତା ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri