ଉପକୃତ ହେବେ ପଟାଖମଣ, ବଣସିଂହ ଗ୍ରାମବାସୀ: ଖୁବ୍‌ଶୀଘ୍ର ଟିକିରା ନଦୀରେ ସେତୁ

କଣିହାଁ,୨୦।୧୧(ଡି.ଏନ.ଏ.)-ଖୁବ୍‌ଶୀଘ୍ର ଦୂର ହେବ କଣିହାଁ ବ୍ଲକ ପଟାଖମଣ ଓ ବଣସିଂହ ଗ୍ରାମବାସଙ୍କ ସମସ୍ୟା। ଟିକରା ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ଏବେ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।
ପ୍ରକାଶ ଯେ, କଣିହାଁ ବ୍ଲକ ମହକୁମାଠାରୁ ମାତ୍ର ୧ କିମି ଦୂରତାରେ ଥିଲେ ବି ପଟାଖମଣ ଓ ବଣସିଂହ ଗ୍ରାମବାସୀ ଟିକରା ନଦୀ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ବର୍ଷା ଋତୁରେ ଉକ୍ତ ୨ ଗ୍ରାମର ଛାତ୍ରୀଛାତ୍ର ଅନେକ ସମୟରେ କଣିହାଁ ହାଇସ୍କୁଲ ଓ କଲେଜକୁ ଆସିପାରୁ ନାହାନ୍ତି। ସମଲ ବ୍ୟାରେଜ ପାଣି ଯୋଗୁ ଗ୍ରୀଷ୍ମଋତୁରେ ମଧ୍ୟ ଉକ୍ତ ଗ୍ରାମବାସୀ ବ୍ଲକ ସଦରମହକୁମାକୁ ଯାତାୟାତ କରିବାରେ ସମସ୍ୟା ଭୋଗିଥାନ୍ତି। ଏପରି କି ହନୁମାନପୁର ପଞ୍ଚାୟତ ଦେଇ ଏହି ଦୁଇ ଗ୍ରାମବାସୀଙ୍କୁ କଣିହଁା ଆସିବାକୁ ୨୦ କିମି ଅଧିକ ବୁଲିବାକୁ ହୋଇଥାଏ। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ସହ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପ୍ରଶାସନ, ବିଧାୟକ, ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଦୀ ଉପରେ ସେତୁ ନର୍ମାଣ ଯୋଜନା କରାଯାଉଛି। କଣିହାଁ ବିଡିଓ ରମେଶ କୁମାର ଜେନା କହିଛନ୍ତି, ଖୁବ୍‌ଶୀଘ୍ର ଅଞ୍ଚଳବାସୀଙ୍କ ସମସ୍ୟା ହଟିବ। ପୋଲ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ନିଷ୍ପତ୍ତି ନିଆଯାଇଛି। ଜିଲା ଖଣିଜ ପାଣ୍ଠିରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୧୪ କୋଟି ୬୭ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିବା ପରେ ୨୦୨୦ ଫେବୃଆରୀରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ପ୍ରଧାନଙ୍କ ସହ ବିଧାୟକଙ୍କ ସହଯୋଗୀ ଈଶ୍ୱର ସାହୁ ମଧ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ଚୋରି କରି କମ୍‌ ଦାମ୍‌ରେ ବିକୁଥିଲେ ଅଭିଯୁକ୍ତ, ଧରିଲା ପୋଲିସ

ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର…

ଗଣିତ ନୋଟ୍‌ ବୁକ୍‌ ନେଇ ନଥିଲେ ବୋଲି ୩ୟ ଶ୍ରେଣୀ ଛାତ୍ରଙ୍କୁ ଲହୁଲୁହାଣ କଲେ ଶିକ୍ଷୟିତ୍ରୀ, ଡାକ୍ତରଖାନାରେ ହେଲେ ଭର୍ତ୍ତି

ଦାରିଙ୍ଗବାଡି, ୨ ।୨ (ଅରୁଣ ସାହୁ ): ଦଣ୍ଡମୁକ୍ତ ଅଞ୍ଚଳରେ ପ୍ରଚଣ୍ଡ ଦଣ୍ଡ ବ୍ୟବସ୍ଥା। ସାଧାରଣ ଗଣିତ ନୋଟ୍‌ ବୁକ୍‌ ଭୁଲିଯିବା ଓ ବିନା ନୋଟ୍‌ ବୁକ୍‌ରେ…

୧୫ ଫୁଟ୍‌ ପୋଲ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର, ହେଲ୍‌ପର

ଲାଞ୍ଜିଗଡ଼,୨।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶନାଥପୁର ଥାନା ଅନ୍ତର୍ଗତ ଢେପଗୁଡ଼ା ପୋଲରେ ପୁଣି ଏକ କୋଇଲା ବୋଝେଇ ଟ୍ରକ୍‌ ପୋଲ ତଳକୁ ଖସିପଡ଼ିଛି।…

କେନ୍ଦ୍ର ବଜେଟ୍‌ରେ ଇକୋ ଟୁରିଜିମ୍‌କୁ ଗୁରୁତ୍ୱ: ଋଷିକୂଲ୍ୟା ମୁହାଁଣରେ ହେବ…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ): ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଛ ବିରଳ ପ୍ରଜାତିର ଅଲିଭ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଋଷିକୂଲ୍ୟା ମୁହାଁଣରେ ଇକୋ କରିଡର…

ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ…

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri