Posted inଖେଳ

ଉନାଡ୍‌କଟଙ୍କ ଦମ୍‌ରେ ସୌରାଷ୍ଟ୍ର ଜିତିଲା ପ୍ରଥମ ରଣଜୀ ଟାଇଟଲ

ରାଜକୋଟ,୧୩।୩(ପି.ଟି.)- ଅଧିନାୟକ ଉନାଡ୍‌କଟଙ୍କ ଦମଦାର ସ୍ପେଲ ବଳରେ ସୌରାଷ୍ଟ୍ର ଦଳ ପ୍ରଥମ ଥର ପାଇଁ ରଣଜୀ ଟାଇଟଲ ହାସଲ କରିଛି। ଗତବର୍ଷ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିବା ସୌରାଷ୍ଟ୍ର ବେଙ୍ଗଲ ବିପକ୍ଷ ଫାଇନାଲ ମ୍ୟାଚ୍‌କୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଜିତିନେଇଛି। ଶୁକ୍ରବାର ମ୍ୟାଚ୍‌ର ଅନ୍ତିମ ଦିନ ଇନିଂସ ଅଗ୍ରଣୀ ପାଇଁ ବେଙ୍ଗଲକୁ ୪ ଉଇକେଟରେ ୭୨ ରନ୍‌ ଦରକାର ଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟ୍ସମ୍ୟାନ ଅନୁସ୍ତୂପ ମଜୁମଦାର (୫୮) ଓ ଅର୍ନବ ନନ୍ଦୀ (୨୮) ବ୍ୟାଟିଂ ଆରମ୍ଭ କରିଥିଲେ। ବେଙ୍ଗଲ ଜିତିବାର ସର୍ବାଧିକ ସମ୍ଭାବନା ଥିଲା। କିନ୍ତୁ ଗୁଜରାଟ ବିପକ୍ଷ ସେମିଫାଇନାଲର ଅନ୍ତିମ ଦିନ ୭ ଉଇକେଟ ଅକ୍ତିଆର କରି ସୌରାଷ୍ଟ୍ର ଦଳକୁ ଫାଇନାଲରେ ପ୍ରବେଶ କରାଇଥିବା ଅଧିନାୟକ ଉନାଡ୍‌କଟ ପୁଣି ଥରେ ମ୍ୟାଚ୍‌ର ମୋଡ଼ ବଦଳାଇଥିଲେ। ବାମହାତୀ ପେସର ଇନ ଫର୍ମ ମଜୁମଦାରଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ମାତ୍ର ୨ ବଲ ବ୍ୟବଧାନରେ ଆକାଶ ଦୀପ ରନ୍‌ଆଉଟ୍‌ ହୋଇଥିଲେ। ଏଥିସହ ମ୍ୟାଚ୍‌ ପୁରା ଓଲଟି ପଡ଼ିଥିଲା। ଶୁକ୍ରବାର ଏକ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ମାତ୍ର ୨୭ ରନ୍‌ରେ ବେଙ୍ଗଲ ତା’ର ସମସ୍ତ ଉଇକେଟ ହରାଇ ୩୮୧ ରନ୍‌ରେ ସୀମିତ ରହିଥିଲା। ଫଳରେ ପ୍ରଥମ ଇନିଂସରେ ୪୨୫ ରନ୍‌ କରିଥିବା ସୌରାଷ୍ଟ୍ର ୪୪ ରନ୍‌ର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଦୁଇ ଅଧିନାୟକ ମ୍ୟାଚ୍‌ ଡ୍ର’ ଘୋଷଣା କରିବା ପୂର୍ବରୁ ସୌରାଷ୍ଟ୍ର ଦଳକୁ ଚା’ ପାନ ବିରତି ପର୍ଯ୍ୟନ୍ତ ବ୍ୟାଟିଂ କରିବାକୁ ପଡ଼ିଥିଲା। ଘରୋଇ ଦଳ ୩୪ ଓଭରରେ ୪ ଉଇକେଟ ୧୦୫ ରନ୍‌ କରିଥିଲା। ଏହି ବିଜୟ ସହ ସୌରାଷ୍ଟ୍ର ତା’ର ରଣଜୀ ଟାଇଟଲ ଆଶା ପୂରଣ କରିଛି। ଅନ୍ୟପକ୍ଷରେ ୧୯୮୯-୯୦ଠାରୁ ଚାଲିଥିବା ରଣଜୀ ଟାଇଟଲ ହାତେଇବା ଆଶା ଜାରି ରଖିଛି ବେଙ୍ଗଲ। ଚାମ୍ପିୟନ ଦଳର ଅଧିନାୟକ ଉନାଡ୍‌କଟ ଚଳିତ ସିଜନରେ ସର୍ବାଧିକ ୬୭ ଉଇକେଟ ନେଇଛନ୍ତି। ମ୍ୟାଚ୍‌ରେ ଏକମାତ୍ର ଶତକ ହାସଲ କରିଥିବା ଚାମ୍ପିୟନ ଦଳର ଅର୍ପିତ ବାସାଭାଡାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri