ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ଯୋଜନା। କପିଳାସ ପ୍ରାଣୀ ଉଦ୍ୟାନ ସୀମାକୁ ଲାଗି ଏହି ପ୍ରକଳ୍ପ କାମ ଆଗେଇ ଚାଲିଛି। ଏଥିରେ ୨୮ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷ କରି ଉଦ୍ଧାର ହାତୀଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ଏବଂ ସେମାନଙ୍କୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରିବା ଲାଗି ଏହି ପ୍ରକଳ୍ପ ବିଶେଷ ଭାବେ ସହାୟକ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସାମୟିକ ରହଣିସ୍ଥଳର ୧ ହେକ୍ଟର ପରିଧିରେ ଟ୍ରେଞ୍ଚ୍‌ ଖୋଳାଯାଇଛି। ଉଦ୍ଧାର ପ୍ରାଣୀଙ୍କ ପାଇଁ ଶୋଷ ମେଣ୍ଟାଇବାକୁ ପୋଖରୀ ଖୋଳାଯାଇଛି। ଏତଦ୍‌ବ୍ୟତୀତ ଜନ୍ତୁଙ୍କ ଲାଗି ପ୍ରବେଶପଥ ଏବଂ ୱାଚ ଟାୱାର ନିର୍ମାଣ ହେବ। ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ୬ଜଣଙ୍କୁ ନିଯୁକ୍ତି ଦିଆଯିବ। ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଦଳରୁ ଅଲଗା ହୋଇଯାଉଥିବା ଶାବକ ଏବଂ ଉପଦ୍ରବ କରୁଥିବା ହାତୀଙ୍କୁ ଉଦ୍ଧାର କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସକ୍ୟୁ ସେଣ୍ଟରକୁ ଅଣାଯାଉଛି। ଏବର ପରିକଳ୍ପିତ ପ୍ରକଳ୍ପ ହାତୀଙ୍କ ଲାଗି ସହାୟକ ହେବ। ଉଦ୍ଧାର ହାତୀଙ୍କୁ ରେସ୍‌କ୍ୟୁ ସେଣ୍ଟର ପରିବର୍ତ୍ତେ ପ୍ରଥମେ ସାମୟିକ ରହଣି ସ୍ଥଳରେ ରଖାଯିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଉଦ୍ଧାର ବନ୍ୟଜୀବ ନିର୍ଭୟରେ ଗୋଟିଏ ଇଲାକା ଭିତରେ ଚଳପ୍ରଚଳ କରିପାରିବେ। ପୋଖରୀରେ ଜଳକ୍ରୀଡ଼ା କରିପାରିବେ। ହିଂସ୍ର ଜନ୍ତୁମାନେ ଯେପରି ବାହାରକୁ ନ ଯାଇପାରିବେ ସେଥିଲାଗି ଟ୍ରେଞ୍ଚ୍‌ ଖୋଳାଯାଉଛି। ସୂଚନାଯୋଗ୍ୟ, କପିଳାସ ଚିଡ଼ିଆଖାନାରେ ୨୦୦୭ରେ ରାଜ୍ୟର ଏକମାତ୍ର ହାତୀ ରେସ୍‌କ୍ୟୁ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା। ହେଲେ କର୍ମଚାରୀ ଏବଂ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଠାରେ ଅଧିକ ସଂଖ୍ୟକ ହାତୀଙ୍କୁ ଆଣି ରଖିବା କଷ୍ଟକର ବ୍ୟାପାର ହୋଇଛି। ଆରମ୍ଭ ହୋଇଥିବା ସାମୟିକ ରହଣିସ୍ଥଳ ଯୋଜନା ଏ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ରାଜ୍ୟ ବନ୍ୟପ୍ରାଣୀ ବିଭାଗର ପ୍ରସ୍ତାବ ଓ ଗାଇଡ୍‌ଲାଇନ୍‌ ଅନୁଯାୟ ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ବା ବନ୍ୟପ୍ରାଣୀ ସାମୟିକ ରହଣିସ୍ଥଳ ଯୋଜନା ଆରମ୍ଭ ହୋଇଛି। ଏଥିରେ ହାତୀ ଉପଦ୍ରୁତ ଢେଙ୍କାନାଳ ଏବଂ ଅନୁଗୋଳ ଜିଲା ଉପକୃତ ହେବେ। ଉଦ୍ଧାର ବନ୍ୟପ୍ରାଣୀଙ୍କୁ ଏହା ମଧ୍ୟରେ କିଛିଦିନ ରଖାଯିବ। ସେମାନଙ୍କ ପ୍ରବୃତ୍ତିରେ ପରିବର୍ତ୍ତନ ଆସିବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri