ଆଉ ଜଣେ କରୋନା ପ୍ରଘଟକାରୀ ଡାକ୍ତରଙ୍କ ମୃତ୍ୟୁ

ବେଜିଂ,୪ା୬: କରୋନା ସଂକ୍ରମଣରେ ଚାଇନାର ଆଉ ଜଣେ ଡାକ୍ତରଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଉହାନ ସେଣ୍ଟ୍ରାଲ ହସ୍ପିଟାଲରେ ୟୁରୋଲୋଜିଷ୍ଟ ଭାବେ କାର୍ଯ୍ୟରତ ୪୨ ବର୍ଷୀୟ ଡା. ହୁ ଉଇଫେଙ୍ଗ୍‌। ଡା.ହୁଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି। ପ୍ରଥମ କରି ସାରା ଦୁନିଆକୁ କରୋନା ବିଷୟରେ ସତର୍କ କରାଇଥିବା ଡାକ୍ତର ତଥା ହ୍ବିସିଲ୍‌ବ୍ଲୋୟର ଲି ୱେନ୍‌ଲିଆଙ୍ଗଙ୍କ ଦଳରେ ଡା. ହୁ ସାମିଲ ଥିଲେ। ଡା. ୱେନ୍‌ଲିଆଙ୍ଗଙ୍କ ଗତ ଫେବୃୃୟାରୀ ୭ରେ ମୃତ୍ୟୁ ଘଟିଥିଲା। କରୋନା ସଂକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିବା ଚାଇନା ସରକାରଙ୍କ ପକ୍ଷରୁ କୁହାଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସାରା ବିଶ୍ୱରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ମହାମାରୀ କରୋନା ଭୂତାଣୁ ସମ୍ପର୍କରେ ଜଣାଇଥିବାରୁ ସେ ସରକାରଙ୍କ ଦ୍ୱାରା ତିରସ୍କୃତ ହୋଇଥିବା ଏବଂ ପୋଲିସ ତାଙ୍କୁ ତାଗିଦ୍‌ କରିଥିବା ଖବର ସେହି ସମୟରେ ପ୍ରଘଟ ହୋଇଥିଲା।
ଡା. ୱେନ୍‌ଲିଆଙ୍ଗଙ୍କ ସହକର୍ମୀ ଡା. ହୁ ଗତ ଜାନୁୟାରୀରେ କରୋନାରେ ସଂକ୍ରମିତ ହୋଇଥିଲେ। ପ୍ରାୟ ତିନିମାସ ଧରି ଉହାନର ଟୋଙ୍ଗଜି ହସ୍ପିଟାଲର ସିନୋ-ଫ୍ରେଞ୍ଚ୍‌ ନ୍ୟୁ ସିଟି ବ୍ରାଞ୍ଚରେ ଚିକିତ୍ସିତ ହେଉଥିଲେ। ଗତ ଏପ୍ରିଲ ୨୨ରେ ଡା.ହୁ ମସ୍ତିଷ୍କ ରକ୍ତସ୍ରାବରେ ପୀଡ଼ିତ ହେବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ଏହାପରେ ସେ କୋମାରେ ଥିଲେ ବୋଲି ହସ୍ପିଟାଲରେ ବରିଷ୍ଠ ଡାକ୍ତରଙ୍କଠାରୁ ଜଣାପଡ଼ିଛି। ଏପରି କି ଶନିବାର ଅସ୍ତ୍ରୋପଚାର ମାଧ୍ୟମରେ ଡା. ହୁଙ୍କ ମସ୍ତିଷ୍କରୁ ତରଳ ପଦାର୍ଥ ବାହାର କରାଯାଇଥିଲା ବୋଲି ଗଣମାଧ୍ୟମ ସଂସ୍ଥା ‘ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ’କୁ ସୂଚନା ଦିଆଯାଇଛି। କିନ୍ତୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ ଅନୁମତି ନ ଥିବାରୁ ଉକ୍ତ ଡାକ୍ତର ଜଣକ ତାଙ୍କ ନାମ ପ୍ରକାଶ କରି ନ ଥିଲେ। ଡା.ହୁଙ୍କ ସହକର୍ମୀ ତଥା ହୃଦ୍‌ରୋଗ ବିଶେଷଜ୍ଞ ଡା. ୟି ଫାନ୍‌ (୪୨ବର୍ଷ) ମଧ୍ୟ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀର ରଙ୍ଗ କଳା ପଡ଼ିଯାଇଥିଲା। ଡା. ହୁଙ୍କ ସହ ସେ ପାଞ୍ଚ ମାସ ପୂର୍ବେ ଉହାନ ସେଣ୍ଟାଲ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଉକ୍ତ ହସ୍ପିଟାଲର ଅତିକମ୍‌ରେ ୫ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଡା. ହୁଙ୍କ ମୃତ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ମାର୍ଚ୍ଚ ପ୍ରାରମ୍ଭରେ ଡା.ହୁଙ୍କ ଅନ୍ୟ ଦୁଇ ସହକର୍ମୀ ମି ଝୋଙ୍ଗମିଙ୍ଗ୍‌(୫୭) ଏବଂ ଝୁ ହେପିଙ୍ଗ୍‌ (୬୭)ଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିଲା। ଏହାର କିଛିଦିନ ପରେ ଥାଇରଏଡ୍‌ ଏବଂ ବ୍ରେଷ୍ଟ ସଜର୍ର୍ରି ବିଭାଗ ମୁଖ୍ୟ ଡା. ଜିଆଙ୍ଗ ଜୁଇକିଙ୍ଗ୍‌(୫୫)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ୩୯ ଦିନ ଧରି ଲାଇଫ୍‌ ସପୋର୍ଟ ମେଶିନ ମାଧ୍ୟମରେ ରହି ଚିକିତ୍ସିତ ହେଉଥିବା ଡା. ୟିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅନେକ ଉନ୍ନତି ଆସିଛି। ସେ ଇତିମଧ୍ୟରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ଜଣେ ଖବରଦାତାଙ୍କୁ ଡା. ୟି କହିଛନ୍ତି ଯେ, ହସ୍ପିଟାଲରେ ଚେତା ଫେରିବା ପରେ ସେ ନିଜ ସ୍ବାସ୍ଥ୍ୟ ବିଷୟରେ ଜାଣି ଭୟଭୀତ ହୋଇପଡ଼ିଥିଲେ। କରୋନା ଭୂତାଣୁ ସହ ଲଢ଼େଇ ତାଙ୍କ ପାଇଁ ଏକ ଦୁଃସ୍ବପ୍ନ। ଏବେ ତାଙ୍କ ସହକର୍ମୀମାନଙ୍କ ମାନସିକ ଅବସ୍ଥା ପାଇଁ ଚିନ୍ତିତ ଥିବା ଡା. ୟି କହିଛନ୍ତି।
ସୂଚନାଥାଉ କି, କରୋନା ଆରୋଗ୍ୟମାନେ ପୁନଃ ସଂକ୍ରମିତ ହେବା, ପ୍ରମୁଖ ଅଙ୍ଗ ହରାଇବା ଏବଂ ପୋଷ୍ଟ ଟ୍ରମାଟିକ୍‌ ଷ୍ଟ୍ରେସ୍‌ ଡିଜ୍‌ଅର୍ଡର(ପିଟିଏସ୍‌ଡି)ରେ ଶିକାର ହେବା ଆଶଙ୍କା ରହିଥିବା ଗବେଷକମାନେ ଚେତାଇ ଦେଇଛନ୍ତି। ସେହିପରି ୟେଲ୍‌ ୟୁନିଭର୍ସିଟିର ହୃଦ୍‌ରୋଗ ବିଶେଷଜ୍ଞ ଡା. ହର୍ଲାନ କ୍ରୁମ୍‌ହୋଲଜ ଲସ୍‌ ଏଞ୍ଜେଲସ୍‌ ଟାଇମ୍ସକୁ କହିଛନ୍ତି ଯେ, କୋଭିଡ୍‌-୧୯ କେବଳ ଶ୍ୱାସକ୍ରିୟାଜନିତ ବ୍ୟାଧି ନୁହେଁ, ଏହା ହୃଦ୍‌, ଯକୃତ, କିଡ୍‌ନୀ, ମସ୍ତିଷ୍କ, ଏଣ୍ଡୋକ୍ରାଇନ୍‌ (ଗ୍ରନ୍ଥି) ଏବଂ ରକ୍ତ ପ୍ରଣାଳୀ ଉପରେ ପ୍ରଭାବ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri