ଉତ୍ତାପ କମାଇବାକୁ କାର୍ଯ୍ୟକାରୀ ହେବ ପାଇଲଟ୍‌ ପ୍ରକଳ୍ପ: କୁମୁଡ଼ା ପାହାଡ ଉନ୍ନତି ଲାଗି ଖର୍ଚ୍ଚ ହେବ ୪.୭୪ କୋଟି

ବଲାଙ୍ଗୀର ଅଫିସ,୫।୬- ଉତ୍ତପ୍ତ ଅଞ୍ଚଳ ଭାବେ ପରିଚିତ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଏବଂ ଆଖପାଖ ଅଞ୍ଚଳରେ ତାପମାତ୍ର ବୃଦ୍ଧି ରୋକିବା ଦିଗରେ ବନ ବିଭାଗ ପକ୍ଷରୁ ଏକ ପାଇଲଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି। ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏ ନେଇ ୪ କୋଟି ୭୪ ଲକ୍ଷ ଟଙ୍କାର ଏକ ପାଇଲଟ୍‌ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌)ଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ପିସିସିଏଫ୍‌ ଏହାକୁ ଅନୁମୋଦନ କରି ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିବା ଜଣାପଡିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କୁମୁଡ଼ା ପାହାଡ଼ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବନୀକରଣ କରାଯିବା ସହ ପାହାଡ ଭିତରେ ପାଣିଟାଙ୍କି ନିର୍ମାଣ, ରାସ୍ତାକଡ଼ରେ ବନୀକରଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମ କରାଯିବ। ଫଳରେ ଅଞ୍ଚଳରେ ତାପମାତ୍ରା କମିବା ସହ ପାହାଡ଼ ଓ ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ହେବ।
ଟିଟିଲାଗଡ଼ ସହର ସଂଲଗ୍ନ ପ୍ରସିଦ୍ଧ କୁମୁଡ଼ା ପାହାଡରେ ଗଛ ନାହିଁ ା ଏଠାକାର ପଥର ଚଟାଣରୁ ତାପ ବିକିରଣ ଯୋଗୁ ଖରାଦିନେ ଏଠାରେ ପ୍ରଚଣ୍ଡ ତାପମାତ୍ରା ବୃଦ୍ଧି ଅନ୍ୟତମ କାରଣ ବୋଲି କୁହାଯାଇଛି। ୨୦୦୪ରୁ ୨୦୦୭ ମଧ୍ୟରେ ଟିଟିଲାଗଡ଼ ଶୀତଳୀକରଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସେତିକିବେଳେ ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା ା ଏହି ଶୀତଳୀକରଣ ଯୋଜନାରେ କୁମୁଡ଼ା ପାହାଡ ଉପରେ ମାଟି ଫିଲିଂ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ହେଲେ ତାହା ବିଶେଷ ଫଳପ୍ରଦ ହେଲାନାହିଁ ା ବର୍ଷାଦିନେ ପଥର ଚଟାଣରୁ ମାଟି ଖସିଯିବାରୁ ଏହି ଯୋଜନା ଫେଲ୍‌ ମାରିଥିଲା। ବର୍ତ୍ତମାନ ଏକ ନୂଆ ଟେକ୍‌ନିକ୍‌ରେ ପାହାଡ଼ରେ ବୃକ୍ଷରୋପଣ କରିବାକୁ ଯୋଜନା କରାଯାଇଛି।
ବନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ପାଇଲଟ୍‌ ପ୍ରକଳ୍ପରେ କୁମୁଡ଼ା ପାହାଡ଼ ଉପରେ ମାଟି ଫିଲିଂ କରାଯିବ ନାହିଁ ା ପାହାଡ଼ ପଥର ଚଟାଣରେ ଡ୍ରିଲିଂ କରାଯାଇ ମାଟି ଭର୍ତ୍ତି କରାଯିବ ଓ ସେଠାରେ ବୃକ୍ଷରୋପଣ କରାଯିବ। ଏହାସହିତ ସ୍ବତନ୍ତ୍ର କିସମର ଗଛ ଲଗାଯିବ। ବର, ଅଶ୍ୱତ୍‌ଥ, ଡିମିରି ଭଳି କମ୍‌ ମାଟିରେ ବଞ୍ଚତ୍ପାରୁଥିବା ଗଛ ଲଗାଇବା ପାଇଁ ଯୋଜନା କରାଯାଇଛି। ୩୪ ଏକର ପରିମିତ ପାହାଡକୁ ସବୁଜ ସୁନ୍ଦର କରାଯିବା ସହ ଆଖପାଖ ଅଞ୍ଚଳରେ ଥିବା ଖାଲି ସ୍ଥାନ ଓ ରାସ୍ତାକଡରେ ଗଛ ଲଗାଯିବ। ଗତ ଜାନୁୟାରୀ ମାସରେ ବଲାଙ୍ଗୀର ବନ ବିଭାଗ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଅନୁମୋଦନ ପାଇଁ ପଠାଯାଇଛି। ପ୍ରକଳ୍ପ ତଦାରଖ ପରେ ପିସିସିଏଫ୍‌ ଗତ ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିବା ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ ସୂଚନା ଦେଇଛନ୍ତି। ଓଡ଼ିଶା ପରିବେଶ ପରିଚାଳନା ପାଣ୍ଠି(ଓଇଏମ୍‌ଏଫ୍‌)ରେ ଏହି ପାଇଲଟ୍‌ ପ୍ରକଳ୍ପ ଉପସ୍ଥାନ କରାଯାଇଛି। ଏହାର ଅର୍ଥ ଅନୁମୋଦନ ହେଲେ ଖୁବ୍‌ ଶୀଘ୍ର କୁମୁଡ଼ା ପାହାଡ ବନୀକରଣ ଉନ୍ନୟନ କାମ ଆରମ୍ଭ କରାଯିବ ବୋଲି ଡିଏଫ୍‌ଓ ଶତପଥୀ କହିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଟିଟିଲାଗଡ ଅଞ୍ଚଳର ତାପମାତ୍ରା ବୃଦ୍ଧିକୁ ନିଶ୍ଚିତ ରୋକାଯାଇ ପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର ଧକ୍କାରେ ଜଣେ ମୃତ, ୭ ଗୁରୁତର : କ୍ଷତିପୂରଣ ଦାବିରେ

କୁଚିଣ୍ଡା,୧୪।୩(ବିରଞ୍ଚି ଦର୍କା):ସମ୍ବଲପୁର ଜିଲା ମହୁଲପାଲି ଥାନା ଅନ୍ତର୍ଗତ ଟାଇଁସର କଦୋପଡାଠାରେଶୁକ୍ରବାର ରାତିରେ ଯାତ୍ରା ଦେଖି ଘରକୁ ଫେରୁଥିବା ୮ଜଣଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା। ସ୍ଥାନୀୟ…

ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ, ଲୋକ ଅଦାଲତ ନାଁରେ କରୁଥିଲେ…

ସମ୍ବଲପୁର,୧୪ା୩(ପ୍ରମୋଦ ବହିଦାର): ଜାତୀୟ ଲୋକ ଅଦାଲତରେ ବିଭିନ୍ନ ସମସ୍ୟାର ସମାଧାନ କରିଦେବାକୁ କହି ଶତାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନା ପୋଲିସ ଜଣେ ଜନସେବା…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ବାଇକ୍-କଣ୍ଟେନର ମୁହାଁମୁହିଁ ଧକ୍କା: ୩ ମୃତ, ନିଆଁରେ ପୋଡିଗଲା….

ଜମନକିରା,୯ା୩(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡରମା ପଞ୍ଚାୟତ ଡିମିରିମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏନଏଚ୍ ୫୩ରେ ଦୁର୍ଘଟଣାରେ ୩ ଜଣଙ୍କ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାର୍ଯ୍ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଶେଷରେ ଧରାପଡ଼ିଲେ ପ୍ରେମିକ-ନବବଧୂ: ଏହି ସ୍ଥାନରେ ଥିଲେ, ପୋଲିସ ଉଭୟଙ୍କୁ…

ସମ୍ବଲପୁର, ୨୪।୨(ପ୍ରମୋଦ ବହିଦାର): ପୋଲିସ ହାତରେ ଧରାପଡିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ। ନବବଧୂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକଛକର ରଶ୍ମି ପୁଟେଲ(୧୯)ଙ୍କ ସହ କଣ୍ଟାମାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri