Posted inଜାତୀୟ

ଉତ୍ତର-ପୂର୍ବରେ ନାଗରିକତ୍ୱ ବିଲ୍‌ ନିଆଁ: ପୋଲିସ ଗୁଳିରେ ୨ ମୃତ

ଗୁଆହାଟୀ/ନୂଆଦିଲ୍ଲୀ,୧୩।୧୨(ପି.ଟି./ଆଇଏଏନ୍‌ଏସ୍‌):ନାଗରିକତ୍ୱ ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହାକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆସାମରେ ଗୁରୁବାର ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଗୁଆହାଟୀରେ ପୋଲିସର ଗୁଳିମାଡ଼ରେ ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ବିକ୍ଷୋଭକାରୀମାନେ ଜଣେ ବିଧାୟକଙ୍କ ବାସଭବନ ସମେତ କେତେକ ଅଫିସ ଓ ଯାନବାହନରେ ନିଆଁ ଲଗାଇଦେବା ସହ ଆସୋମ ଗଣ ପରିଷଦ(ଏଜିପି) ଅଫିସରେ ଭଙ୍ଗାରୁଜା କରିଛନ୍ତି। ମୋବାଇଲ, ଇଣ୍ଟରନେଟ ସେବା ଉପରେ ଜାରି କଟକଣା ବଳବତ୍ତର ରହିଛି। ସେହିପରି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଓ ବିମାନ ଚଳାଚଳକୁ ବନ୍ଦ କରାଯାଇଛି। ଗୁଆହାଟୀ ପୋଲିସ କମିଶନରଙ୍କୁ ହଟାଇ ଦିଆଯାଇଥିବାବେଳେ ରାଜ୍ୟର ଅନେକ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅଣାୟତ୍ତ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମୁତୟନ ହୋଇଥିବା ସେନା ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଓ ରାଜ୍ୟପାଳ ଜଗଦୀଶ ମୁଖୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। କୌଣସି ପ୍ରକାର ଉତ୍ତେଜନାମୂଳକ କାର୍ଯ୍ୟକ୍ରମ ପ୍ରସାରଣ ନ କରିବା ପାଇଁ ଟିଭି ଚ୍ୟାନେଲଗୁଡ଼ିକ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଇତିମଧ୍ୟରେ ନାଗରିକତ୍ୱ ବିଲ୍‌କୁ ନେଇ ଆସାମବାସୀ ଚିନ୍ତା କରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସନା ଦେଇଛନ୍ତି। ବିଲ୍‌ ବିରୋଧରେ ବାମପନ୍ଥୀ ଦଳଗୁଡ଼ିକ ଆସନ୍ତା ୧୯ରେ ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ଘୋଷଣା କରିଛନ୍ତି। ବିକ୍ଷୋଭ ଓ ଆନ୍ଦୋଳନ ଚାଲିଥିବାବେଳେ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରୀ ଏ.କେ. ଅବ୍‌ଦୁଲ ମୋମେନ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅସାଦୁଜ୍ଜାମନ୍‌ ଖାନ୍‌ ତାଙ୍କର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି।
ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଲ୍‌, ୨୦୧୯ ସୋମବାର ଲୋକ ସଭାରେ ଗୃହୀତ ହେବା ପରେ ବୁଧବାର ରାଜ୍ୟ ସଭା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା। ଗୁରୁବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଏହି ବିଧେୟକ ଆଇନରେ ପରିଣତ ହୋଇଛି। ସେପଟେ ବିଲ୍‌କୁ ନେଇ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ କ୍ରମାଗତ ଚାରି ଦିନ ଧରି ବିଭିନ୍ନ ଛାତ୍ର ସଙ୍ଗଠନ, ରାଜନୈତିକ ଦଳ ଓ ଏନ୍‌ଜିଓ ପକ୍ଷରୁ ବିରୋଧ କରାଯାଇଛି। ଆସାମରେ ବିକ୍ଷୋଭକାରୀମାନେ ବୁଧବାର ରାତିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା କର୍ଫ୍ୟୁକୁ ଅମାନ୍ୟ କରିଥିଲେ। ଏହି ଆନ୍ଦୋଳନ ଗୁରୁବାର ଉଗ୍ରରୂପ ଧାରଣ କରିଛି। ଗୁଆହାଟୀରେ ଅଲ୍‌ ଆସାମ ଷ୍ଟୁଡେଣ୍ଟ ୟୁନିୟନ୍‌ (ଏଏଏସ୍‌ୟୁ) ବିକ୍ଷୋଭ ଡାକରା ଦେଇଥିବାବେଳେ କୃଷକ ମୁକ୍ତି ସଂଗ୍ରାମ ସମିତି ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲା। ହେଲେ ବିକ୍ଷୋଭକାରୀମାନେ ଚାବୁଆରେ ବିଧାୟକ ବିନୋଦ ହଜାରିକାଙ୍କ ଘରେ ନିଆଁ ଲଗାଇଦେଇଥିଲେ। ଏହାସହ ସେମାନେ ସର୍କଲ ଅଫିସ ଏବଂ କେତେକ ଯାନବାହନକୁ ଭଙ୍ଗାରୁଜା କରିଛନ୍ତି। ଗୁଆହାଟୀର ଲାଲୁଙ୍ଗ୍‌ ଗାଓଁରେ ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଟେକାମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇଥିଲା। ଏଥିରେ ଘଟଣାସ୍ଥଳରେ ଜଣେ ଟଳିପଡ଼ିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ତାଙ୍କୁ ଗୁଆହାଟୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଦିବ୍ରୁଗଡ଼ ବସ୍‌ ଟର୍ମିନସ୍‌କୁ ବିକ୍ଷୋଭକାରୀ ଜାଳି ଦେଇଛନ୍ତି। ବୟନଶିଳ୍ପ ମନ୍ତ୍ରୀ ରଞ୍ଜିତ ଦତ୍ତାଙ୍କ ସୋନପତସ୍ଥିତ ବାସଭବନ ଉପରେ ମଧ୍ୟ ବିକ୍ଷୋଭକାରୀ ଆକ୍ରମଣ କରିଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗୁଆହାଟୀରେ ସେନା ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଗୁଜବଜନିତ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି ପୂର୍ବରୁ ମୋବାଇଲ୍‌, ଇଣ୍ଟରନେଟ ସେବା ଉପରେ ଜାରି ରହିଥିବା କଟକଣାକୁ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ଆହୁରି ୪୮ ଘଣ୍ଟା ପାଇଁ ବଳବତ୍ତର ରଖାଯାଇଛି। ଗୂୁଆହାଟୀ ପୋଲିସ କମିଶନରଙ୍କୁ ପଦରୁ ହଟାଇଦିଆଯାଇଛି। ତାଙ୍କ ସ୍ଥାନରେ ମୁନ୍ନା ପ୍ରସାଦ ଗୁପ୍ତାଙ୍କୁ ରାଜଧାନୀର ପୋଲିସ ମୁଖ୍ୟ ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ମୁକେଶ ଅଗ୍ରଓ୍ବାଲଙ୍କ ସମେତ ବହୁ ଅଧିକାରୀଙ୍କୁ ବଦଳି କରାଯାଇଛି। ମୁକେଶଙ୍କ ସ୍ଥାନରେ ଜି.ପି. ସିଂଙ୍କୁ ଅବସ୍ଥାପିତ କରାଯାଇଛି।
ବିଭିନ୍ନ ଏୟାରଲାଇନ୍ସ ପକ୍ଷରୁ ଗୁଆହାଟୀ ଓ ଦିବ୍ରୁଗଡ଼ରୁ ଅନେକ ବିମାନର ଚଳାଚଳକୁ ବନ୍ଦ କରିଦିଆଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସ ଗୁଆହାଟୀରୁ କୋଲକାତାକୁ ବିମାନ ଚଳାଚଳ ବନ୍ଦ କରିଥିବା ଏନ୍‌ଏସ୍‌ସିବିଆଇ ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି। ଭିସ୍ତାରା, ଏୟାର ଇଣ୍ଡିଆ, ସ୍ପାଇସ୍‌ ଜେଟ୍‌ ଏବଂ ଗୋ ଏୟାରର ବିମାନଗୁଡ଼ିକର ଚଳାଚଳ ସ୍ଥଗିତ ରଖାଯାଇଛି।
ସେହିପରି ଆସାମର ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ମଧ୍ୟ ବାତିଲ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆସାମରୁ ତ୍ରିପୁରା ମଧ୍ୟରେ ସବୁ ଟ୍ରେନ୍‌କୁ ବନ୍ଦ କରାଯାଇଥିବା ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲଓ୍ବେର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯାତାୟାତରେ ଅସୁବିଧା ଯୋଗୁ ବହୁସଂଖ୍ୟକ ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଗୁଆହାଟୀ ଓ କାମାକ୍ଷା ରେଳଷ୍ଟେଶନରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଆସାମ ଓ ତ୍ରିପୁରାର ରେଳଷ୍ଟେଶନଗୁଡ଼ିକରେ ମୁତୟନ ପାଇଁ ୧୨ କମ୍ପାନୀ ରେଲଓ୍ବେ ପ୍ରୋଟେକ୍ସନ ସ୍ପେଶାଲ ଫୋସ୍‌(ଆର୍‌ପିଏସ୍‌ଏଫ୍‌) ଯବାନଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଥିବା ନୂଆଦିଲ୍ଲୀରେ ଏହି ସୁରକ୍ଷା ସଂସ୍ଥାର ମହାନିର୍ଦ୍ଦେଶକ ଅରୁଣ କୁମାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?