ଉତ୍କଳ ଗଣନାଟ୍ୟରୁ ଯାତ୍ରା ସ୍ବପ୍ନମହଲ

‘ଉତ୍କଳ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟର ଯାତ୍ରା। ଏହା ୧୯୯୧ ମସିହା କଥା। ପ୍ରଥମ ନାଟକ ଥିଲା ‘ପାଗଳୀ ଆସିଛି ଆମ ଗଁାକୁ’। ଚେହେରା ଥିଲା ଯେମିତି ଅଭିନୟ ବି ଥିଲା ସେମିତି। ଏହି ନାଟକ ଜରିଆରେ ଓଡ଼ିଶା ଯାତ୍ରା ଜଗତ ପାଇଥିଲା ଜଣେ ଉଦ୍ଦୀୟମାନ ଅଭିନେତାଙ୍କୁ। ସେହି ଅଭିନେତା ଜଣକ ହେଉଛନ୍ତି ତ୍ରିଲୋଚନ ସାହୁ। ‘ଉତ୍କଳ ଗଣନାଟ୍ୟ’ରୁ ଯାତ୍ରା କ୍ୟାରିୟର ଆରମ୍ଭ କରିଥିବା ତ୍ରିଲୋଚନ ଇତିମଧ୍ୟରେ ଅଭିନୟର ଏକ ଲମ୍ବା ଇନିଂସ ଖେଳି ସାରିଛନ୍ତି। ସମ୍ପ୍ରତି ଏବେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ସ୍ବପ୍ନମହଲ’ରେ। ସବୁପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେ। ନାୟକ ହେଉ କି ଚରିତ୍ର ଅଭିନେତା ପୁଣି ଖଳଚରିତ୍ର – ପ୍ରତ୍ୟେକ ଚରିତ୍ରକୁ ସମୁଚିତ ମାନ୍ୟତା ଦେଇ ସେ ନିଜକୁ ଜଣେ ଅସଲ କଳାକାର ବୋଲି ପ୍ରତିପାଦିତ କରିଛନ୍ତି। ଯଦିଓ ଯାତ୍ରାକୁ କ୍ୟାରିୟର କରିବେ ବୋଲି ଭାବି ନ ଥିଲେ; ତଥାପି କଳା ପ୍ରତି ପିଲାଟି ବେଳୁ ଦୁର୍ବଳତା ଥିଲା। ସେଥିଲାଗି ତ ସେ ସାଥୀପିଲାଙ୍କ ମେଳରେ କରୁଥିଲେ ନାଟକ। ବତାକୁ କରୁଥିଲେ ଖଣ୍ଡା। ସଢ଼େଇ ହେଉଥିଲା ମାଇକ୍‌। ବାପାଙ୍କ ଧୋତିରେ ତିଆରି ହେଉଥିଲା ମଞ୍ଚ। ପିଲାବେଳର ସେହି ଅଭିନୟର ଖେଳ କେମିତି ପେସା ପାଲଟିଗଲା ସେକଥା ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ। ଇତିମଧ୍ୟରେ ସେ ଅନେକ ଯାତ୍ରାପାର୍ଟିରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି ‘ରଘୁନାଥ କଳାକୁଞ୍ଜ’, ‘ଜଗଜ୍ଜନନୀ ଅପେରା’, ‘ପାର୍ବତୀ ଗଣନାଟ୍ୟ’, ‘ତାରିଣୀ ଗଣନାଟ୍ୟ’, ‘ଯାତ୍ରା ତ୍ରିରଙ୍ଗା’, ‘ନ୍ୟୁ ବାଣେଶ୍ୱରୀ’, ‘ଯାତ୍ରା ଇନ୍ଦ୍ରଭୁବନ’, ‘ଇନ୍ଦ୍ରମହଲ’ ଏବଂ ଆହୁରି ଅନେକ। ଏକାଧିକ ସଫଳ ନାଟକର ତାଲିକା ମଧ୍ୟ ରହିଛି ତାଙ୍କ ନାମରେ। ସେଥିମଧ୍ୟରୁ କେତୋଟି ହେଉଛି ‘କିନ୍ତୁ ଏକ ନାଟକ ବାଜେ ନୁହେଁ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ‘ନାଲି ଟୁକୁଟୁକୁ ସାଧବ ବୋହୂ’, ‘ବଳାତ୍କାରୀକୁ ଫାଶୀଦିଅ’, ‘ଗୁମୁରି କାନ୍ଦୁଛି ଲୋଟଣୀ ପାରା’, ‘ସୁନାର ପଞ୍ଜୁରି ମାଟିର ଶାରୀ’, ‘କହିଦେଲେ ମୁଁ ମରିଯିବୁ ତୁ’, ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’, ‘ବଡ଼ ଲୋକକୁ ଉତ୍ତର ନାହିଁ’ ଏବଂ ‘ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ସେ ‘ଯାତ୍ରା ସ୍ବପ୍ନମହଲ’ରେ ନିଜର ଅଭିନୟ ଜାରି ରଖିଛନ୍ତି। ସ୍ବପ୍ନମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାପା ବୋଉ ତୁମେ ଭୁଲ କଲ’, ‘ଆପଣମାନେ ଖୁସି ତ’, ‘ସିଆଇଡି ଦୟା’ ଏବଂ ‘ସ୍ବପ୍ନ ମହଲର ସ୍ବପ୍ନା’।


Enter your email to get our daily news in your inbox.

All Right Reserved By Dharitri.Com

ଜମୁଛି କାର୍ତ୍ତିକ-ଅନନ୍ୟାଙ୍କ ଯୋଡ଼ି, ଟ୍ରେଲର ରିଲିଜ ପରେ ସାମ୍ନାକୁ ଆସିଲା…

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେଙ୍କ ରୋମାଣ୍ଟିକ-କମେଡି ଫିଲ୍ମ ‘ତୁ ମେରି ମୈ ତେରା ମୈ ତେରା ତୁ ମେରି’ର ଟ୍ରେଲର ଗୁରୁବାର ରିଲିଜ...

ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ପରଲୋକ

ମୁମ୍ୱାଇ,୧୮ା୧୨:ପ୍ରଥମ ମିସ୍‌ ଇଣ୍ଡିଆ ମେହେର କାଷ୍ଟେଲିନୋଙ୍କ ବୁଧବାର ପରଲୋକ ହୋଇଯାଇଛି। ତାଙ୍କୁ ୮୧ ବର୍ଷ ହେଉଥିଲା। ୧୯୬୪ରେ ଭାରତର ପ୍ରଥମ ଫେମିନା ମିସ୍‌ ଇଣ୍ଡିଆ ମୁକୁଟ...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

‘ଜେଲର୍‌ ୨’ରେ ବିଦ୍ୟା ବାଲନ

ମୁମ୍ବାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ବକ୍‌ବଷ୍ଟର୍‌ ଫିଲ୍ମ ‘ଜେଲର୍‌’ର ସିକ୍ୱେଲ ‘ଜେଲର୍‌ ୨’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟରେ ବଲିଉଡ...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri