ଉତ୍କଳ ଗଣନାଟ୍ୟରୁ ଯାତ୍ରା ସ୍ବପ୍ନମହଲ

‘ଉତ୍କଳ ଗଣନାଟ୍ୟ’ରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟର ଯାତ୍ରା। ଏହା ୧୯୯୧ ମସିହା କଥା। ପ୍ରଥମ ନାଟକ ଥିଲା ‘ପାଗଳୀ ଆସିଛି ଆମ ଗଁାକୁ’। ଚେହେରା ଥିଲା ଯେମିତି ଅଭିନୟ ବି ଥିଲା ସେମିତି। ଏହି ନାଟକ ଜରିଆରେ ଓଡ଼ିଶା ଯାତ୍ରା ଜଗତ ପାଇଥିଲା ଜଣେ ଉଦ୍ଦୀୟମାନ ଅଭିନେତାଙ୍କୁ। ସେହି ଅଭିନେତା ଜଣକ ହେଉଛନ୍ତି ତ୍ରିଲୋଚନ ସାହୁ। ‘ଉତ୍କଳ ଗଣନାଟ୍ୟ’ରୁ ଯାତ୍ରା କ୍ୟାରିୟର ଆରମ୍ଭ କରିଥିବା ତ୍ରିଲୋଚନ ଇତିମଧ୍ୟରେ ଅଭିନୟର ଏକ ଲମ୍ବା ଇନିଂସ ଖେଳି ସାରିଛନ୍ତି। ସମ୍ପ୍ରତି ଏବେ ଆସି ପହଞ୍ଚତ୍ଛନ୍ତି ‘ଯାତ୍ରା ସ୍ବପ୍ନମହଲ’ରେ। ସବୁପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେ। ନାୟକ ହେଉ କି ଚରିତ୍ର ଅଭିନେତା ପୁଣି ଖଳଚରିତ୍ର – ପ୍ରତ୍ୟେକ ଚରିତ୍ରକୁ ସମୁଚିତ ମାନ୍ୟତା ଦେଇ ସେ ନିଜକୁ ଜଣେ ଅସଲ କଳାକାର ବୋଲି ପ୍ରତିପାଦିତ କରିଛନ୍ତି। ଯଦିଓ ଯାତ୍ରାକୁ କ୍ୟାରିୟର କରିବେ ବୋଲି ଭାବି ନ ଥିଲେ; ତଥାପି କଳା ପ୍ରତି ପିଲାଟି ବେଳୁ ଦୁର୍ବଳତା ଥିଲା। ସେଥିଲାଗି ତ ସେ ସାଥୀପିଲାଙ୍କ ମେଳରେ କରୁଥିଲେ ନାଟକ। ବତାକୁ କରୁଥିଲେ ଖଣ୍ଡା। ସଢ଼େଇ ହେଉଥିଲା ମାଇକ୍‌। ବାପାଙ୍କ ଧୋତିରେ ତିଆରି ହେଉଥିଲା ମଞ୍ଚ। ପିଲାବେଳର ସେହି ଅଭିନୟର ଖେଳ କେମିତି ପେସା ପାଲଟିଗଲା ସେକଥା ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ। ଇତିମଧ୍ୟରେ ସେ ଅନେକ ଯାତ୍ରାପାର୍ଟିରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି ‘ରଘୁନାଥ କଳାକୁଞ୍ଜ’, ‘ଜଗଜ୍ଜନନୀ ଅପେରା’, ‘ପାର୍ବତୀ ଗଣନାଟ୍ୟ’, ‘ତାରିଣୀ ଗଣନାଟ୍ୟ’, ‘ଯାତ୍ରା ତ୍ରିରଙ୍ଗା’, ‘ନ୍ୟୁ ବାଣେଶ୍ୱରୀ’, ‘ଯାତ୍ରା ଇନ୍ଦ୍ରଭୁବନ’, ‘ଇନ୍ଦ୍ରମହଲ’ ଏବଂ ଆହୁରି ଅନେକ। ଏକାଧିକ ସଫଳ ନାଟକର ତାଲିକା ମଧ୍ୟ ରହିଛି ତାଙ୍କ ନାମରେ। ସେଥିମଧ୍ୟରୁ କେତୋଟି ହେଉଛି ‘କିନ୍ତୁ ଏକ ନାଟକ ବାଜେ ନୁହେଁ’, ‘କଣ୍ଢେଇ ଦେଇ ଭଣ୍ଡେଇ ଦେଲୁ’, ‘ନାଲି ଟୁକୁଟୁକୁ ସାଧବ ବୋହୂ’, ‘ବଳାତ୍କାରୀକୁ ଫାଶୀଦିଅ’, ‘ଗୁମୁରି କାନ୍ଦୁଛି ଲୋଟଣୀ ପାରା’, ‘ସୁନାର ପଞ୍ଜୁରି ମାଟିର ଶାରୀ’, ‘କହିଦେଲେ ମୁଁ ମରିଯିବୁ ତୁ’, ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’, ‘ବଡ଼ ଲୋକକୁ ଉତ୍ତର ନାହିଁ’ ଏବଂ ‘ଶ୍ରୀକୃଷ୍ଣ ମୋର ଶେଷ ସାକ୍ଷୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ସେ ‘ଯାତ୍ରା ସ୍ବପ୍ନମହଲ’ରେ ନିଜର ଅଭିନୟ ଜାରି ରଖିଛନ୍ତି। ସ୍ବପ୍ନମହଲରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ବାପା ବୋଉ ତୁମେ ଭୁଲ କଲ’, ‘ଆପଣମାନେ ଖୁସି ତ’, ‘ସିଆଇଡି ଦୟା’ ଏବଂ ‘ସ୍ବପ୍ନ ମହଲର ସ୍ବପ୍ନା’।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?