ଈଶ୍ୱରଙ୍କ ସନ୍ଧାନରେ

ଡ. ନରେନ୍ଦ୍ର ସେଠୀ

ଆମ ବିଶ୍ୱାସ ଅନୁଯାୟୀ ସର୍ବନିୟନ୍ତା ଈଶ୍ୱରଙ୍କୁ ଜନ୍ମଦେଲା କିଏ ? ଶାସ୍ତ୍ର ପୁରାଣ ଅନୁଯାୟୀ ଏହାର ବ୍ୟାଖ୍ୟା କରାଯାଇପାରେ, ମାତ୍ର ବିଜ୍ଞାନ ଅନୁସାରେ ଈଶ୍ୱରଙ୍କ ଜନ୍ମ ରହସ୍ୟ ଖୋଜିବାରେ ମଣିଷ ଲାଗି ପଡ଼ିଛି। ବିଶ୍ୱ ବ୍ରହ୍ମାଣ୍ଡ ନିର୍ମାଣ ହେବା ପୂର୍ବର ବିଗ୍‌ ବ୍ୟାଙ୍ଗ୍‌ ବିସ୍ପୋରଣକୁ ପୁନଃ ନକଲ କରିବା ପାଇଁ ନ୍ୟୁଟ୍ରନଗୁଡ଼ିକୁ ସୁଇଜରଲାଣ୍ଡର ଭୂମିଗତ ପ୍ରୟୋଗଶାଳା ଭିତରେ ଧକ୍କାକରି ଚମତ୍କାରୀ ଈଶ୍ୱରୀୟ କଣିକା ବା ଗଡ୍‌ ପାର୍ଟିକିଲକୁ ଆବିଷ୍କାରକରି ଈଶ୍ୱରଙ୍କ ବ୍ରହ୍ମାଣ୍ଡ ସୃଷ୍ଟିର ଗୁପ୍ତ ରହସ୍ୟ ଉନ୍ମୋଚନ କରିବାକୁ ମଣିଷ ତତ୍ପର ହୋଇଛି। ବିଜ୍ଞାନର ଚରମ ଅଗ୍ରଗତି ହୋଇ ଆମେ କୃତ୍ରିମ ବୁଦ୍ଧିମତ୍ତା ଯୁଗରେ ପହଞ୍ଚିଥିଲେ ମଧ୍ୟ ବିଶ୍ୱ ବ୍ରହ୍ମାଣ୍ଡର ସଂରଚନା ବିଷୟରେ ସମ୍ୟକ ଧାରଣା ପ୍ରାପ୍ତ କରିଛୁ ମାତ୍ର। ଏହାର କାରଣ ହେଲା ଆମେ ଯେଉଁ ଦୃଶ୍ୟମାନ ଜଗତ ଦେଖୁଛୁ, ତାହା ବ୍ରହ୍ମାଣ୍ଡର ମାତ୍ର ୫ ପ୍ରତିଶତ ଓ ଅବଶିଷ୍ଟ ୯୫ ପ୍ରତିଶତ ଜିନିଷ ଯାହା ଆମେ ଦେଖିପାରୁ ନାହୁଁ ଯାହାକୁ ଅନ୍ଧକାର ପଦାର୍ଥ ଓ ଅନ୍ଧକାର ଶକ୍ତି କୁହାଯାଇଥାଏ। ତା’ହେଲେ ବିଶ୍ୱର ସେହି ୯୫ ପ୍ରତିଶତ ଦୁନିଆରେ କିଏ ଅଛି ? ସେଠି କ’ଣ ଈଶ୍ୱର ବାସକରନ୍ତି କିମ୍ବା ଖୁବ୍‌ ଅତ୍ୟାଧୁନିକ ପରଗ୍ରହୀ ସଭ୍ୟତା ଅଛି ? ଏ ପ୍ରଶ୍ନର ଉତ୍ତର ସେତିକି ଜଟିଳ ଯେମିତି ଅଥଳ ସମୁଦ୍ର ଭିତରୁ ଏକ ନିର୍ଦ୍ଦିଷ୍ଟ ହଜିଲା ଜିନିଷକୁ ଖୋଜିବା ପରି। ଏହାର କାରଣ ହେଲା ଏ ବ୍ରହ୍ମାଣ୍ଡ ଏତେ ବିଶାଳ ଓ ବୃହତ୍‌ ଯେ ଖାଲି ଆଖିରେ ଦେଖାଯାଉଥିବା ମିଞ୍ଜି ମିଞ୍ଜି ତାରାଗୁଡିକ ଯାହାଙ୍କ ଆୟତନ ସୂର୍ଯ୍ୟର ଆୟତନ ଠାରୁ ଅନେକ ଗୁଣ ବେଶି ସେଠାକୁ ଯିବା ପାଇଁ ମଧ୍ୟ ମଣିଷ ଉପଯୁକ୍ତ ଯାନ ପ୍ରସ୍ତୁତ କରି ପାରିନାହିଁ। ଏହାକୁ ଏକ ଛୋଟିଆ ଉଦାହରଣ ଦେଇ ବୁଝାଯାଇପାରେ।
ଆମେରିକାର ନାସା ତରଫରୁ ଭଏଜର-୨ ଯାନ କାର୍ଯ୍ୟକ୍ରମ ଯାହା ୧୯୭୭ରେ ମହାକାଶକୁ ପ୍ରେରଣ କରାଯାଇଥିଲା ତାହା ୫୫୩୪୩ କି.ମି. ଘଣ୍ଟା ପ୍ରତି ଗତି କରୁଥିଲେ ମଧ୍ୟ ଏହାକୁ ସୌର ମଣ୍ଡଳ ଅତିକ୍ରମକରି ବାହାରକୁ ଯିବା ପାଇଁ ଆହୁରି ୪୦ ହଜାର ବର୍ଷ ଲାଗିଯିବ। ଅନ୍ୟ ଅର୍ଥରେ ବୁଝିବାକୁ ହେଲେ ଏହି ଭଏଜର-୨ ଆମ ସୌରମଣ୍ଡଳଠାରୁ ଅତି ନିକଟତମ ତାରା ପ୍ରକ୍ସିମା ସେଣ୍ଟାଉରି ପର୍ଯ୍ୟନ୍ତ ଥିବା ଦୂରତାର ମାତ୍ର ଅଧା ବାଟ ଅତିକ୍ରମ କରିଛି। ଏହାର ଅର୍ଥ ହେଲା ଯଦି ଈଶ୍ୱର କିମ୍ବା ଅତି ଆଧୁନିକ ସଭ୍ୟତା ଯାହା ଦୃଶ୍ୟମାନ ବ୍ରହ୍ମାଣ୍ଡର ଆରପାର୍ଶ୍ୱରେ କୋଉଁଠି ଅପହଞ୍ଚ ଇଲାକାରେ ଅଛନ୍ତି, ବିଜ୍ଞାନର ସବୁ ପ୍ରଗତିଶୀଳ ଜ୍ଞାନ କୌଶଳ ଲାଗିଲେ ମଧ୍ୟ ଗୋଟିଏ ମଣିଷ ସଭ୍ୟତାର ଆୟୁ ପକ୍ଷରେ ତାଙ୍କ ପାଖରେ ପହଞ୍ଚିବା ଅସମ୍ଭବ ଲାଗେ। ତା’ମାନେ ଠିକ୍‌ ଧର୍ମଶାସ୍ତ୍ରର ମତ ପରି ଈଶ୍ୱର ଏତେ ସହଜରେ ପ୍ରାପ୍ତ କରିବା ଭଳି ଜିନିଷ ନୁହନ୍ତି! ତା’ହେଲେ ଈଶ୍ୱରଙ୍କୁ ବିଜ୍ଞାନ କେମିତି ଖୋଜି ପାଇବ?
ବିଜ୍ଞାନ ଅନୁସାରେ ଆମେ ଜାଣିଛୁ, ସାଢେ ୧୩ଶହ କୋଟି ବର୍ଷ ପୂର୍ବେ ଏକ ବିରାଟ ବିସ୍ପୋରଣ ବିଗ୍‌ ବ୍ୟାଙ୍ଗ୍‌ରୁ ଆମ ବ୍ରହ୍ମାଣ୍ଡର ସୃଷ୍ଟି ହେଲା। ମାତ୍ର ଏହି ବିସ୍ପୋରଣର କାରକ, କାରଣ ଓ ଉତ୍ସ ସମସ୍ତଙ୍କୁ ଅଜଣା। ତେବେ କିଛି ବର୍ଷ ପୂର୍ବେ ସୁଇଜରଲାଣ୍ଡର ସର୍ନ ଲାବରେଟୋରିରେ ଆବିଷ୍କୃତ ବ୍ରହ୍ମାଣ୍ଡର ମୌଳିକ କଣିକା ହିଗ୍ସ ବୋସନକୁ ଜାଣିଲା ପରେ ମଣିଷ ଆହୁରି ଚକିତ ହେଲା। ଏହି ହିଗ୍ସ ବୋସନ ପରମାଣୁ ତିଆରି କରିବାର ମୁଖ୍ୟ ଓ ଏକମାତ୍ର ମୌଳିକ ଉପାଦାନ ହୋଇଥିବାରୁ ସମଗ୍ର ବ୍ରହ୍ମାଣ୍ଡକୁ ଏକ ସୂତ୍ରରେ ବାନ୍ଧି ରଖିଥିବା ଏହି ଆଶ୍ଚର୍ଯ୍ୟ କଣିକାକୁ ଗଡ୍‌ ପାର୍ଟିକିଲ ବା ଈଶ୍ୱର କଣିକା କୁହାଗଲା। ଏହି ଈଶ୍ୱର କଣିକା ଯାହାକୁ ୫୦ ବର୍ଷ ତଳେ ବିଜ୍ଞାନ ଅନୁମାନ ଲଗାଇ ସାରିଥିଲା, ୨୦୧୨ ମସିହାରେ ଆବିଷ୍କୃତ କରାଗଲା। ଏହି ଈଶ୍ୱରୀୟ କଣିକାକୁ ଦେଖି ହେବ ନାହିଁ କି ଖୋଜି ହେବ ନାହିଁ। ଏହାକୁ କେବଳ ନ୍ୟୁଟ୍ରନଗୁଡ଼ିକୁ ଆଲୋକ ସାମନ ବେଗ ପରି ଗତିକରାଇ ଧକ୍କା କଲେ ଏହା ଆବିର୍ଭାବ ହୋଇ ପୁଣି ଅନ୍ତର୍ଦ୍ଧାନ ହୋଇଯାଏ। ଏହି ଆଶ୍ଚର୍ଯ୍ୟଜନକ କଣିକା ହେଉଛି ସମଗ୍ର ବିଶ୍ୱର ମୂଳଦୁଆ …ଈଶ୍ୱର ??? ତେବେ ଈଶ୍ୱରଙ୍କ ଅବସ୍ଥିତି ଉପରେ ସନ୍ଦେହ କରୁଥିବା ବିଜ୍ଞାନ କ’ଣ ନିଜ ଅଜାଣତରେ ଈଶ୍ୱରୀୟ କଣିକା ବା ଗଡ୍‌ ପାର୍ଟିକିଲ ଆଳରେ ଈଶ୍ୱରଙ୍କୁ ଆବିଷ୍କାର କରିଦେଲା? ଏହା ତର୍କର ବିଷୟ! ହଁ , ଏହା ସତ୍ୟ ଯେ ଏପର୍ଯ୍ୟନ୍ତ ଯୁଗ ଯୁଗ ଧରି ଈଶ୍ୱରଙ୍କ ସହ ସାମ୍ନାସାମ୍ନି ହୋଇଥିବା ଯୁଗ ପ୍ରବର୍ତ୍ତକ ଓ ସାଧୁ ସନ୍ନ୍ୟାସୀମାନେ ମଧ୍ୟ କେବଳ ନିମିଷକ ପାଇଁ ହିଁ ଈଶ୍ୱରଙ୍କ ସୃଷ୍ଟିକୁ ହୃଦୟଙ୍ଗମ କରିବାର ସୌଭାଗ୍ୟ ଲାଭ କରିଥାନ୍ତି ବୋଲି କୁହାଯାଏ। ବୋଧହୁଏ ଈଶ୍ୱରଙ୍କୁ ପ୍ରାପ୍ତ କରିବା ଏକ କଷ୍ଟକର ଓ କଠିନ ସାଧନାଯୁକ୍ତ ଉପାୟ ଯାହା ପ୍ରାଚୀନ ହିନ୍ଦୁଧର୍ମ ଶାସ୍ତ୍ରରେ ବର୍ଣ୍ଣନ ଅଛି ଓ ଆଧୁନିକ ବିଜ୍ଞାନ ପକ୍ଷରେ ମଧ୍ୟ ଠିକ୍‌ ସେଇଆ ପ୍ରମାଣିତ ହେଉଛି।
ଖାଲି ସେତିକି ନୁହେଁ, ହିନ୍ଦୁ ପୁରାଣ ଶାସ୍ତ୍ରରେ କୋଟି ବ୍ରହ୍ମାଣ୍ଡ ବା ଅନେକ ବ୍ରହ୍ମାଣ୍ଡ ଥିବାର ବର୍ଣ୍ଣନା ଦେଖିବାକୁ ମିଳିଥାଏ ଓ ଭିନ୍ନ ଭିନ୍ନ ବ୍ରହ୍ମାଣ୍ଡରେ ଅଲଗା ଅଲଗା ଉପାଦାନ ଥାଏ। କିଛି ବ୍ରହ୍ମାଣ୍ଡରେ ପରିସ୍ଥିତି ଜୀବନ ପାଇଁ ଅନୁକୂଳ ହୋଇ ନ ଥାଏ ଓ ସେଠି ରହୁଥିବା ସଭ୍ୟତା ପୃଥିବୀଠାରୁ ଅଲଗା ହୋଇପାରେ। କିନ୍ତୁ ସେ ଯାହା ହେଉ ଏକ ବ୍ରହ୍ମାଣ୍ଡ ସୃଷ୍ଟି ପାଇଁ ପ୍ରକୃତିର ଅପର୍ଯ୍ୟାପ୍ତ ଶକ୍ତି ଆବଶ୍ୟକ ଓ ଏପରି ଅନେକ ବ୍ରହ୍ମାଣ୍ଡ ସୃଷ୍ଟି ପାଇଁ ଅକଳ୍ପନୀୟ ଶକ୍ତି ସଞ୍ଚାରର ଆବଶ୍ୟକ ହୋଇଥିବ। ତା’ହେଲେ ଏସବୁକୁ ଖୁବ୍‌ ଶାଳୀନତାର ସହ ସନ୍ତୁଳିତକରି ଗଢ଼ି ତୋଳିଥିବା ସେହି ଅଦୃଶ୍ୟ ଶକ୍ତି ବୋଧେ ଈଶ୍ୱର ! କିନ୍ତୁ ଏକଥା ସତ୍ୟ ଯେ ଈଶ୍ୱର କେବେ ସଶରୀରେ ନିଜ ଅସ୍ତିତ୍ୱର ପ୍ରମାଣ ଦେବାକୁ ଆସି ବିଜ୍ଞାନ ଆଗରେ ଦଣ୍ଡାୟମାନ ହେବେନି, ତେବେ ବ୍ରହ୍ମାଣ୍ଡର ଜଟିଳତା ଓ ସନ୍ତୁଳିତ ସଚାଳନା ବିଷୟରେ ଯେପର୍ଯ୍ୟନ୍ତ ଠୋସ୍‌ ଯୁକ୍ତି ଓ ପ୍ରମାଣ ନ ଦେଇପାରିଛି, ଅନ୍ତତଃ ସେଯାଏ ବିଜ୍ଞାନକୁ ଅଦୃଶ୍ୟ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ବାଧ୍ୟ। ଏଠାରେ ଆଉ ଏକ ତଥ୍ୟ ଉଲେଖ୍ୟ କରିବା ଉଚିତ ହେବ ଯେ ମଣିଷର ଆଧୁନିକ ବିଜ୍ଞାନ, ଇତିହାସ ମାତ୍ର କେତେଶହ ବର୍ଷର ଓ ଯେଉଁ ଗତିରେ ବୈଜ୍ଞାନିକ ଜ୍ଞାନକୋଶଳ ଅଗ୍ରଗତିକରି ଚାଲିଛି ଆଉ କେତେ ଶହ ବର୍ଷ ପରେ ମଣିଷ ବର୍ତ୍ତମାନର ସଭ୍ୟତାଠାରୁ ଅଧିକ ଅଗ୍ରସର ହୋଇସାରିଥିବ। ଆଉ କେତେ ହଜାର ବର୍ଷ ପରେ ମଣିଷ ସଭ୍ୟତା ନିଜ ନିକଟବର୍ତ୍ତୀ ତାରାମାନଙ୍କ ସୌରଶକ୍ତି ଉପଯୋଗକରି ଆଗ୍ନେୟ ଉଦ୍‌ଗିରଣ, ଝଡ଼ ବାତ୍ୟା ଓ ଭୂମିକମ୍ପକୁ ନିୟନ୍ତ୍ରଣ କରିବାର କ୍ଷମତା ହାସଲ କରିସାରିଥିବ। ମଣିଷ ପୁଣି ଆଗେଇ ଚାଲିବ ଓ ନିଜର ବୈଜ୍ଞାନିକ ଉତ୍କୃଷ୍ଟତା ଜାରି ରଖି ନିକଟବର୍ତ୍ତୀ ସୌରମଣ୍ଡଳର ସମ୍ପୂର୍ଣ୍ଣ ଶକ୍ତିକୁ ଅକ୍ତିଆର କରିନେବ। ଏଥିପାଇଁ ଏମାନେ ହୁଏତ ତାରକାମାନଙ୍କ ଚାରିପଟେ ଏକ ବଡ଼ ଗୋଲାକୃତି ତିଆରିକରି ସବୁ ଶକ୍ତିକୁ ଉପଯୋଗ କରିବାରେ ସକ୍ଷମ ହେବେ ଓ ସେଇଠି ବାସ କରିପାରିବ। ବିଜ୍ଞାନର ଏହି ଅବସ୍ଥାରେ ପହଞ୍ଚିବାକୁ ପାଖାପାଖି ୩୦୦୦ ବର୍ଷ ଲାଗି ଯାଇପାରେ। ସେତେବେଳକୁ ମଣିଷ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ମନ ଇଚ୍ଛା ପରିବର୍ତ୍ତନ କରିବାରେ ସକ୍ଷମ ହୋଇ ଶେଷରେ ନିଜକୁ ପୁରାଣ ବର୍ଣ୍ଣିତ ଦେବତାମାନଙ୍କ ସମକକ୍ଷ କରି ପାରିବ ଓ ଯେଉଁ ଅଦୃଶ୍ୟ ବ୍ରହ୍ମାଣ୍ଡରେ ଈଶ୍ୱର ରହିଲେ ମଧ୍ୟ ସେଥରେ ପହଞ୍ଚତ୍ ତାଙ୍କୁ ଦର୍ଶନ କରିବାକୁ ସମୟ ମାଗିବ।
ଯାଦୁଗୁଡ଼ା, ପୂର୍ବ ସିଂହଭୂମ , ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri