ଇସ୍ତଫା ଧମକ

ତେଲଙ୍ଗାନାର ପୋଲିସ୍‌ ଏକାଡେମୀ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭି.କେ. ସିଂହ ପଦୋନ୍ନତିରୁ ବଞ୍ଚିତ ହେଲେ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସିଂ ରାଜ୍ୟ ମୁଖ୍ୟ ସଚିବ ସୋମେଶ କୁମାରଙ୍କୁ ଚିଠି ଲେଖିଛନ୍ତି ଯେ, ତାଙ୍କୁ ତିନିମାସ ପୂର୍ବେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପଦବୀ ପାଇଁ ପ୍ୟାନେଲଭୁକ୍ତ କରାଯାଇଥିଲେ ବିି ସରକାର ଏ ଯାଏ ତାଙ୍କ ପଦୋନ୍ନତି ବିଷୟରେ କିଛି ବିଚାର କରି ନାହାନ୍ତି।
ସୂଚନାନୁସାରେ ସିଂ ଡିଜିପି ପାହ୍ୟାକୁ ପଦୋନ୍ନତି ପାଇବାକୁ ଆଶା କରୁଛନ୍ତି। କିନ୍ତୁ ଏପ୍ରିଲରେ ସ୍ବତନ୍ତ୍ର ସୁରକ୍ଷା ବାହିନୀ ଡିଜି ତେଜଦୀପ କୌର ମେନନ ଏବଂ ମାର୍ଚ୍ଚରେ ସଡ଼କ ସୁରକ୍ଷା ପ୍ରାଧିକରଣ ଡିଜି ଟି. କୃଷ୍ଣା ପ୍ରସାଦ ଅବସର ନେବା ପରେ ଉକ୍ତ ପଦବୀଗୁଡ଼ିକ ଖାଲି ଥିଲେ ମଧ୍ୟ ସରକାର ଏଯାଏ ତାଙ୍କୁ ପଦୋନ୍ନତି ଦେଇନାହାନ୍ତି।
ସିଂ ହେଉଛନ୍ତି ୧୯୮୭-ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଏବଂ ସେ ଅଭିଯୋଗ କରିଛନ୍ତି ଯେ, ତେଲଙ୍ଗାନା କ୍ୟାଡରର ୧୯୮୬ ବ୍ୟାଚ୍‌ ଅଧିକାରୀଙ୍କୁ ତିନିବର୍ଷ ପୂର୍ବେ ପଦବୀ ଖାଲି ନ ଥିଲେ ବି ପଦୋନ୍ନତି ଦିଆଯାଇଥିଲା। ସେହିଭଳି ୧୯୮୯ ବ୍ୟାଚ୍‌ ତେଲଙ୍ଗାନା କ୍ୟାଡରର ଆଇଏଏସ୍‌ ଅଧିକାରୀମାନେ ମଧ୍ୟ ପଦବୀ ଖାଲି ନ ଥାଇ ପଦୋନ୍ନତି ପାଇଛନ୍ତି। ଆନ୍ଧ୍ରପ୍ରଦେଶ ସମେତ ଅନେକ ରାଜ୍ୟର ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀମାନେ ବହୁ ଆଗରୁ ପଦୋନ୍ନତି ପାଇଛନ୍ତି।
ତେବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଜଣକ ନିଜ ଧମକକୁ କାର୍ଯ୍ୟକାରୀ କରିବେ କି?

ମହାନ୍‌ ବଳିଦାନ
ବାବୁ-ନିରୀକ୍ଷକମାନେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତ ସରକାରଙ୍କ ଲଢ଼େଇ ଉପରେ ନଜର ରଖିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲକ୍‌ଡାଉନ୍‌ ସମୟରେ ଅତି କମ୍‌ରେ ଛଅଟି ରାଜ୍ୟରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କୁ ତାଙ୍କ କାର୍ଯ୍ୟରୁ ଅନ୍ତର କରାଯାଇଛି। ନିକଟରେ ଉତ୍ତରାଖଣ୍ଡ ସରକାର ପ୍ରମୁଖ ସ୍ବାସ୍ଥ୍ୟ ସଚିବ ନୀତେଶ ଝାଙ୍କୁ ତାଙ୍କ ପଦବୀରୁ ହଟାଇ ଜଳସେଚନ ବିଭାଗକୁ ସ୍ଥାନାନ୍ତର କରିଛନ୍ତି।
ସମଦଶାର ସମ୍ମୁଖୀନ ହୋଇଥିବା ଅନ୍ୟ ବାବୁମାନେ ହେଉଛନ୍ତି- ବିହାରର ସଞ୍ଜୟ କୁମାର, ପଶ୍ଚିମବଙ୍ଗର ବିବେକ କୁମାର, ଗୁଜରାଟର ଜୟନ୍ତୀ ରବି, ଓଡିଶାର ଏନ୍‌.ବି. ଧଳ ଏବଂ ମଧ୍ୟପ୍ରଦେଶର ପଲ୍ଲବୀ ଜୈନ ଗୋଭିଲ। କୋଭିଡ-୧୯ ସଙ୍କଟକୁ ମୁକାବିଲା କରିବାରେ ବିଫଳ ହେବା ଯୋଗୁ ସେମାନେ ନିଜ ନିଜର ପଦ ହରାଇଥିବା ଜଣାପଡ଼ିଛି। କୌତୂହଳର ବିଷୟ ହେଉଛି, ଉକ୍ତ ଅଧିକାରୀମାନେ ଦେଶରେ ମହାମାରୀ ସଂକଟ ସୃଷ୍ଟି ହେବା ପୂର୍ବରୁ ନିଜ ନିଜର ରାଜନୈତିକ ମୁନିବଙ୍କ ପାଖଲୋକ ଭାବେ ଗଣା ହେଉଥିଲେ।
ଅନେକେ ପ୍ରଶ୍ନ କରୁଛନ୍ତି କି ଏହି ବାବୁମାନେ ମହାମାରୀ ସଙ୍କଟର ମୁକାବିଲା କରିବାରେ ବିଫଳ ହେବା ଯୋଗୁ ପଦବୀ ହରାଇଛନ୍ତି ନା ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଜନ ସମାଲୋଚନାରୁ ବଞ୍ଚେଇବା ପାଇଁ ବଳି ପଡ଼ିଛନ୍ତି? ଏହି ରାଜ୍ୟଗୁଡିକ ଦେଶର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଏବଂ ମହାମାରୀର ମୁକାବିଲା ପାଇଁ ସଂଘର୍ଷ କରୁଛନ୍ତି, ଯଦିଚ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିିବାରେ ଲାଗିଛି। ବୋଧହୁଏ ନେତାମାନଙ୍କ ପାଇଁ କାହାକୁ ନା କାହାକୁ ବଳିବୋଦା ବନେଇ ସମାଲୋଚନାରୁ ଦୂରେଇ ରହିବା ସହଜ ଏବଂ ସେମାନେ ଜନସାଧାରଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହାନ୍ତି ଯେ ଏଇମାନଙ୍କ ଅପାରଗତା ଯୋଗୁ ହିଁ ସମସ୍ୟା ବୃଦ୍ଧି ପାଇଛି, ଯଦିଚ ତାହା ଠିକ୍‌ ନୁହେଁ।

ସିଭିସିଙ୍କ ନିର୍ଦ୍ଦେଶନାମା
ନୂତନ ମୁଖ୍ୟ ଭିଜିଲାନ୍ସ କମିଶନର (ସିଭିସି) ସଞ୍ଜୟ କୋଠାରୀ ସମସ୍ତ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗକୁ ବାବୁମାନଙ୍କ ଅବସର ନେବାର ଯଥେଷ୍ଟ ପୂର୍ବରୁ ସେମାନଙ୍କ ବିରୋଧରେ ଆଭ୍ୟନ୍ତରୀଣ ଅନୁସନ୍ଧାନ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସମ୍ପୃକ୍ତ ବାବୁମାନେ ଅବସର ନେବାକୁ ଥିବା ମାସର ପ୍ରଥମ ସପ୍ତାହରେ ତାଙ୍କ ବିରୋଧରେ ଅନୁସନ୍ଧାନ ପାଇଁ ଅନୁରୋଧ କରି ଚିଠି ପଠାଇବାକୁ କୋଠାରୀ ସମସ୍ତ ମୁଖ୍ୟ ଭିଜିଲାନ୍ସ ଅଫିସର (ସିଭିଓ) ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତମାସରେ ସିଭିସି ଭାବରେ ନିଯୁକ୍ତ ହେବା ପରେ କୋଠାରୀଙ୍କ ଏହା ପ୍ରଥମ ପ୍ରମୁଖ ନିଷ୍ପତ୍ତି। ବାସ୍ତବରେ ୨୦୦୭ ପରଠାରୁ ଅନେକ ସିଭିସି ଅଭିଯୁକ୍ତ ବାବୁମାନଙ୍କୁ ଯଥାସମୟରେ ନ୍ୟାୟ ପରିସରକୁ ଆଣିବାକୁ ନିଶ୍ଚିତ କରିବା ଲାଗି ସରକାରୀ ବିଭାଗଗୁଡ଼ିକୁ ଚିଠି ଲେଖିଆସିଛନ୍ତି। କିନ୍ତୁ ତାହା ହୋଇନାହିଁ। ଅନେକ ବାବୁଙ୍କ ବିରୋଧରେ ଦୁର୍ନୀତିର ବହୁ ମାମଲା ରହିଥିଲେ ମଧ୍ୟ ଅବସର ନେବା ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥାଏ। କୋଠାରୀ ତାଙ୍କ ଚିଠିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କ ବିରୋଧରେ ଥିବା ମାମଲାକୁ ପ୍ରାଥମିକତା ଦେବାକୁ ସିଭିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରିଛନ୍ତି। ଅଧିକନ୍ତୁ, ସରକାରୀ କର୍ମଚାରୀଙ୍କ ବିରୋଧରେ ଅନୁସନ୍ଧାନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ସିଭିଓମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଦୀର୍ଘ ଦିନ ଧରି ଗଡ଼ି ଆସୁଥିବା ଉକ୍ତ ପ୍ରସଙ୍ଗରେ କୋଠାରୀ ସ୍ପଷ୍ଟତଃ କିଛି ଅଗ୍ରଗତି ଦେଖିବାକୁ ଚାହାନ୍ତି, କିନ୍ତୁ ସରକାରୀ ବ୍ୟବସ୍ଥା ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବ ତ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?