Odisha Elections 2024
Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର: ବିପର୍ଯ୍ୟୟ ଘଟାଇଲେ ସୌଭାଗ୍ୟ କ୍ୱାର୍ଟର ଫାଇନାଲ ଚୂଡାନ୍ତ

ଭୁବନେଶ୍ୱର,୧୨।୯(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ପଟିଆସ୍ଥିତ ୬ ପକେଟ୍ସଠାରେ ଚାଲିଥିବା ଫାଲ୍‌କନ ଚିଲିକା ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌ ବୁଧବାର ସପ୍ତମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ଲାଇନ୍‌ଅପ୍‌ ଚୂଡାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ପଶ୍ଚିମବଙ୍ଗର ମନୀଷ ଜୈନ ଓ ଓଡ଼ିଶାର ଆଶୁତୋଷ ପାଢ଼ୀ, ପଶ୍ଚିମବଙ୍ଗର ଶାହବାଜ ଆଦିଲ ଖାଁ ଓ ଓଡ଼ିଶାର ସୌଭାଗ୍ୟ ବେହେରା, ଓଡ଼ିଶାର ସୁବ୍ରତ ଦାସ ଓ ସୋଏବ ଖାଁ ଏବଂ ଓଡ଼ିଶାର ଆକାଶ ମହାପାତ୍ର ଓ ରେଲଓ୍ବେର ନୀରଜ କୁମାର ପରସ୍ପରକୁ ଭେଟିବେ। ଶୁକ୍ରବାର କ୍ୱାର୍ଟର ଫାଇନାଲ ମ୍ୟାଚଗୁଡିକ ଖେଳାଯିବ।
ସୁବ୍ରତ ଦାସଙ୍କ ଛାତ୍ର ତଥା ଅଣସିଡ୍‌ ଖେଳାଳି ଓଡ଼ିଶାର ସୌଭାଗ୍ୟ ବେହେରା ଏକ ବଡ଼ ବିପର୍ଯ୍ୟୟ ଘଟାଇବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର ସେ ଭାରତର ପୂର୍ବତନ ୭ ନମ୍ବର ଖେଳାଳି ତଥା ଏକାଧିକ ବାର ଓ୍ବେଷ୍ଟ ବେଙ୍ଗଲ୍‌ ଟାଇଟଲ ଜିତିଥିବା ଆମୀର ହୁସେନଙ୍କୁ ୪-୧ରେ କ୍ୱାର୍ଟରକୁ ଉଠିଛନ୍ତି। ସେହିପରି ପୂର୍ବତନ ଓ୍ବେଷ୍ଟବେଙ୍ଗଲ ଚାମ୍ପିୟନ ତଥା ସବ୍‌ ଜୁନିୟର ଜାତୀୟ ଚାମ୍ପିୟନ ସୋଏବ ଖାଁ ୪-୨ରେ ଓଡ଼ିଶାର ରାକେଶ ରୋଶନ ପ୍ରଧାନଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ପୂର୍ବରୁ ଏକାଧିକବାର ଓ୍ବେଷ୍ଟବେଙ୍ଗଲ ଚାମ୍ପିୟନ ହୋଇଥିବା ପୂର୍ବତନ ଜୁନିୟର ୨ ନମ୍ବର ଖେଳାଳି ପଶ୍ଚିମବଙ୍ଗର ମନୀଷ ଜୈନ ୪-୩ରେ ଛତିଶଗଡ଼ର ଆଦର୍ଶ ବର୍ମାଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟଏକ ମ୍ୟାଚ୍‌ରେ ରେଲଓ୍ବେର ଶ୍ରେଷ୍ଠ ତଥା ଭାରତର ୩୨ ନମ୍ବର ଖେଳାଳି ପଶ୍ଚିମବଙ୍ଗର ନୀରଜ କୁମାର ୪-୦ରେ ଓଡ଼ିଶାର ଜିତେନ ଷଡଙ୍ଗୀଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି।
ସେହିପରି ମଙ୍ଗଳବାର ଓଡ଼ିଶାର ଆଶୁତୋଷ ପାଢ଼ୀ ୪-୧ରେ ପଶ୍ଚିମବଙ୍ଗର କିଙ୍ଗସୁକ୍‌ ଶାହାଙ୍କୁ ୪-୧ରେ ହରାଇ କ୍ୱାର୍ଟରକୁ ଉଠିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଓଡ଼ିଶାର ଆକାଶ ମହାପାତ୍ର ନିଜ ରାଜ୍ୟର ମହମ୍ମଦ ରାଜାଙ୍କୁ ୪-୨ରେ ହରାଇ କ୍ୱାର୍ଟରକୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri