ଇଲେକ୍ଟୋରାଲ ବଣ୍ଡ୍‌: ଇସିକୁ ଉପେକ୍ଷା

ନୀତୀନ ସେଠୀ
ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଏ ଲେଖାର ପ୍ରଥମ ଭାଗ ଗତକାଲି ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା। ସେଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମତାମତକୁ ଅଣଦେଖା କରି ସରକାର କିପରି ବିଲ୍‌ ପାସ୍‌ କରାଇନେଲେ ଏବଂ ବେନାମୀ ଧନ ରାଜନୀତିକୁ ଆଣିବାର ବାଟ ଫିଟାଇଦେଲେ ତାହା ଉଲ୍ଲେଖ ଥିଲା। ଏଥିରେ ଆମେ ସରକାର କିପରି ପାର୍ଲାମେଣ୍ଟରେ ମିଛ କହିଛନ୍ତି ଏବଂ ନିର୍ବାଚନ କମିଶନ (ଇସି)ଙ୍କ ମତାମତକୁ ଗୁରୁତ୍ୱ ଦେଇନାହାନ୍ତି, ତାହା ଉଲ୍ଲେଖ କରୁଛୁ।
ପୂର୍ବରୁ ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଅପ୍ରକାଶିତ ଦଲିଲରୁ ଜଣାପଡ଼ିଥିଲା ଯେ, ତତ୍କାଳୀନ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ୍‌ ପାର୍ଲାମେଣ୍ଟରେ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ମିଛ କହି ଧରାପଡ଼ିବା ବେଳେ ତିନିଜଣ ବରିଷ୍ଠ ଅଧିକାରୀ ତାଙ୍କୁ ବଞ୍ଚାଇବା ପାଇଁ ଛଅଟି ଜଟିଳ ସ୍ପଷ୍ଟୀକରଣ ଦେଇଥିଲେ। ଉକ୍ତ ଦଲିଲଗୁଡ଼ିକ ମଧ୍ୟରେ ଗୋଟିଏ ଗୋପନୀୟ ନୋଟ୍‌ ରହିଥିଲା। ଏହା ଦର୍ଶାଉଛି ଯେ, ଇଲେକ୍ଟୋରାଲ ବଣ୍ଡ୍‌ ପ୍ରତି ଇସିଙ୍କ ବିରୋଧକୁ ପାଣିଚିଆ କରିବା ପାଇଁ ଉକ୍ତ ଅଧିକାରୀମାନେ କମିଶନକୁ ଜାଣିଶୁଣି ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କେବଳ ଇସିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇ ନ ଥିଲା, ଏ ସମ୍ପର୍କରେ ସରକାର ବିରୋଧୀ ଦଳଗୁଡ଼ିକର ମତାମତ ଲୋଡ଼ିଥିଲେ ମଧ୍ୟ ସେମାନଙ୍କ ମତାମତ ମିଳିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ବା ସେମାନଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଯୋଜନାକୁ ରୂପ ଦେବାରେ ଲାଗିପଡ଼ିଥିଲେ। ମୋଟ ଉପରେ ହଫ୍‌ପୋଷ୍ଟ ଇଣ୍ଡିଆ ହାତରେ ପଡ଼ିଥିବା ଦଲିଲଗୁଡ଼ିକରୁ ଜଣାପଡ଼ିଛି ଯେ, ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଦ୍ୱାରା ୨୦୧୭ରେ ଉନ୍ମୋଚିତ ଉକ୍ତ ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ମୋଦି ସରକାର ଦ୍ୱିଅର୍ଥୀ କଥା କହିଛନ୍ତି, ଯେଉଁ ବଣ୍ଡ୍‌ ସାହାଯ୍ୟରେ ଯେକୌଣସି ଦେଶୀ ବିଦେଶୀ କମ୍ପାନୀ, କର୍ପୋରେଟ୍‌, ଟ୍ରଷ୍ଟ, ଏନ୍‌ଜିଓ ବା ବ୍ୟକ୍ତି ରାଜନୈତିକ ଦଳଗୁଡ଼ିକୁ ଅସୀମିତ ଟଙ୍କା ବେନାମୀ ଭାବେ ଦାନ କରିପାରିବେ।
ଏପରି ବଣ୍ଡ୍‌ର ବୈଧତା ଉପରେ ଆଗତ ଏକ ମାମଲାର ଶୁଣାଣି ଏବେ ସୁପ୍ରମ୍‌କୋର୍ଟରେ ଚାଲିଛି। ସ୍ବଚ୍ଛତା କର୍ମୀ ତଥା ଅବସରପ୍ରାପ୍ତ କମୋଡୋର ଲୋକେଶ ବାତ୍ରା ସୂଚନା ଅଧିକାର ଆଇନ ବଳରେ ହାସଲ କରିଥିବା ତଥ୍ୟ ଅନୁଯାୟୀ ଏ ସମ୍ପର୍କରେ ସରକାରଙ୍କ ଉଚ୍ଚାରଣ ଓ ଆଶ୍ୱାସନା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ୨୦୧୮ରେ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ରାଜ୍ୟ ସଭା ସଦସ୍ୟ ମହମ୍ମଦ ନଦିମୁଲ ହକ୍‌ ସରକାରଙ୍କୁ ଏକ ସହଜିଆ ପ୍ରଶ୍ନ ପଚାରିଥିଲେ: ଇଲେକ୍ଟୋରାଲ ବଣ୍ଡ୍‌ ସମ୍ପର୍କରେ ଭାରତର ନିର୍ବାଚନ କମିଶନ କିଛି ଉଦ୍‌ବେଗ ପ୍ରକାଶ କରିଥିଲେ ନା ନାହିଁ? ଏହାର ଉତ୍ତରରେ ତତ୍କାଳୀନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି. ରାଧାକୃଷ୍ଣନ୍‌ କହିଥିଲେ ଯେ, ଇଲେକ୍ଟୋରାଲ ବଣ୍ଡ ସମ୍ପର୍କରେ ନିର୍ବାଚନ କମିଶନ କୌଣସି ଉଦ୍‌ବେଗ ପ୍ରକାଶ କରି ନ ଥିଲେ। ଏହି ଉତ୍ତର ଥିଲା ସମ୍ପୂର୍ଣ୍ଣ ମିଛ, ଯାହା ସରକାର ଓ ନିର୍ବାଚନ କମିଶନ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଏବଂ ସ୍ବଚ୍ଛତା କର୍ମୀ ବାତ୍ରା ଉପସ୍ଥାପନ କରିଥିବା ଦଲିଲରୁ ସ୍ପଷ୍ଟ ହୋଇଯାଇଛି। ପାର୍ଲାମେଣ୍ଟରେ ମିଛ କହି ଗୃହକୁ ବିଭ୍ରାନ୍ତ କରିଥିବା ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୋଧରେ ହକ୍‌ ସ୍ବାଧିକାର ଭଙ୍ଗ ଅଭିଯୋଗ ଆଣିଛନ୍ତି ଏବଂ ଗଣମାଧ୍ୟମରେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ସ୍ବାଧିକାର ଭଙ୍ଗ ଅଭିଯୋଗ ଉପରେ ସରକାରଙ୍କ ପ୍ରତିକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ସାଧୁତାପୂର୍ଣ୍ଣ ନୁହେଁ। ତେବେ ପ୍ରଶ୍ନ ଉଠୁଛି ସରକାର କାହିଁକି ଇସିଙ୍କ ବିରୋଧକୁ ଗୁରୁତ୍ୱ ଦେଲେ ନାହିଁ।
ମେ ୨୦୧୭ରେ ନିର୍ବାଚନ କମିଶନ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଲେଖିଲେ ଯେ, ଇଲେକ୍ଟୋରାଲ ବଣ୍ଡ୍‌ ରାଜନୈତିକ ଦଳଗୁଡ଼ିକୁ ବିଦେଶୀ ସୂତ୍ରରୁ ପାଉଥିବା ବେଆଇନ ଦାନକୁ ଲୁଚେଇବାରେ ସାହାଯ୍ୟ କରିବ। ସନ୍ଦେହଜନକ ଦାତାମାନେ ଶେଲ୍‌ କମ୍ପାନୀମାନ ଗଠନ କରି ରାଜନୈତିକ ଦଳଗୁଡ଼ିକୁ କଳାଟଙ୍କା ଦାନ କରିପାରିବେ ଅଥଚ ଧରାପଡ଼ିବେ ନାହିଁ। ତେଣୁ ଏସବୁ କାରବାରରେ ସ୍ବଚ୍ଛତା ରହିବ ନାହିଁ। ନିର୍ବାଚନ କମିଶନଙ୍କ ଏହି ଉଦ୍‌ବେଗର ଉତ୍ତର ନ ଦେଇ ଅର୍ଥମନ୍ତ୍ରୀ ଜେଟ୍‌ଲୀ ଇଲେକ୍ଟୋରାଲ ବଣ୍ଡ୍‌ର ଅନ୍ତିମ ରୂପରେଖ ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନ ଓ ଆର୍‌ବିଆଇ ସହ ଏକ ମିଳିତ ବୈଠକ ଡକାଇଲେ। ଜୁଲାଇ ୧୯, ୨୦୧୭ରେ ଉକ୍ତ ବୈଠକ ଅନୁଷ୍ଠିତ ହେଲା, ଯେଉଁଥିରେ ନିର୍ବାଚନ କମିଶନ୍‌ର ଦୁଇଜଣ ଅଧିକାରୀ ଯୋଗ ଦେଇଥିଲେ। ପରେ ଅର୍ଥ ସଚିବ ଏସ୍‌.ସି. ଗର୍ଗ ତାଙ୍କ ଦଲିଲରେ ଲେଖିଲେ ଯେ, ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରେକର୍ଡ ଅନୁସାରେ ଏଥିରେ ନିର୍ବାଚନ କମିଶନ ତଥାପି ସନ୍ତୁଷ୍ଟ ହୋଇ ନ ଥିଲେ। ଗର୍ଗ ତାଙ୍କ ନୋଟ୍‌ରେ ଲେଖିଛନ୍ତି ଯେ, ସେ କମିଶନଙ୍କୁ କହିଛନ୍ତି- କମ୍ପାନୀମାନେ ଇଲେକ୍ଟୋରାଲ ବଣ୍ଡ୍‌ କିଣିବା ବେଳେ ଉକ୍ତ ଟଙ୍କାର ଉତ୍ସ ଓ ଦାନ ପରିମାଣ ସମ୍ପର୍କରେ ତାଙ୍କ ହିସାବ ଖାତାରେ ଲେଖିବେ, ଯାହା ସମ୍ପୂର୍ଣ୍ଣ ସ୍ବଚ୍ଛତା ରକ୍ଷା କରିବାରେ ସାହାଯ୍ୟ କରିବ। ଏହା ମିଛ, କାରଣ କମ୍ପାନୀମାନେ କାହାକୁ ବଣ୍ଡ୍‌ ଦେଲେ ତାହା ତାଙ୍କ ଆୟବ୍ୟୟ ହିସାବ ଖାତା ଓ ବାଲାନ୍ସ ଶୀଟ୍‌ରେ ଲେଖିବା ବାଧ୍ୟତାମୂଳକ ନୁହେଁ। ସେମାନେ କେବଳ ମୋଟ ଲାଭକ୍ଷତିର ହିସାବ ଓ ବାଲାନ୍ସ ଶୀଟ୍‌ ସରକାରଙ୍କୁ ଦେଇଥାନ୍ତି, ଯାହା ସର୍ବସାଧାରଣ ଦେଖିପାରିବେ। ଗର୍ଗ ଲେଖିଛନ୍ତି ଯେ, ଦାନକୁ ବେନାମୀ କରାଯିବା ଫଳରେ ଦାତାମାନଙ୍କୁ ଦାନ କରିବା ଲାଗି ଅଧିକ ସ୍ବାଧୀନତା ମିଳିବ। ଗର୍ଗଙ୍କ ଗୋପନୀୟ ନୋଟ୍‌ରୁ ସ୍ପଷ୍ଟ ହେଉଛି ଯେ, ଏହାଦ୍ୱାରା ଶେଲ୍‌ କମ୍ପାନୀଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ କଳାଟଙ୍କା ଦାନ ଆକାରରେ ଦେବାରେ ସୁବିଧା ହେବ। ଏଥିରୁ କମିଶନ ଅଧିକ ସ୍ବଚ୍ଛତା ରକ୍ଷା ପାଇଁ ପ୍ରସ୍ତାବରେ ଆଉ କିଛି ପରିବର୍ତ୍ତନ ଚାହୁଁଥିବା ସ୍ପଷ୍ଟ ହୋଇଯାଇଛି। ତା’ ସତ୍ତ୍ୱେ ଇଲେକ୍ଟୋରାଲ ବଣ୍ଡ୍‌ ରାଜନୈତିକ ଦାନ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବ ବୋଲି କମିଶନ ବୁଝିଯାଇଛନ୍ତି ବୋଲି ଗର୍ଗ କହିବା ସତ୍ୟର ଅପଳାପ ମାତ୍ର। ସରକାରଙ୍କ ଚିଠା ପ୍ରସ୍ତାବରେ କେତେକ ପରିବର୍ତ୍ତନ ଆଣିବା ପାଇଁ କମିଶନ ୨୦୧୮ ଅକ୍ଟୋବର ପର୍ଯ୍ୟନ୍ତ କହିଆସିଥିଲେ ମଧ୍ୟ ସରକାର ତାହାକୁ ଅଣଦେଖା କରିଛନ୍ତି। ସୁତରାଂ ରାଧାକୃଷ୍ଣନ୍‌ ଗୃହକୁ ମିଛ କରି ବିଭ୍ରାନ୍ତ କରିଛନ୍ତି ଏବଂ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ଅଭିଯୋଗ ଅଣାଯିବା ଯୁକ୍ତିଯୁକ୍ତ।
ମୋ-୯୮୧୧୬୨୯୯୨୨, moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri