ଇରାକରେ ସରକାର ବିରୋଧୀ ବିକ୍ଷୋଭ ଜୋରଦାର: ଇସ୍ତଫା ଦେବେ ପ୍ରଧାନମନ୍ତ୍ରୀ ମେହଦି

ବାଗଦାଦ୍‌,୧ା୧୨: ଇରାକ୍‌ରେ ଅକ୍ଟୋବରରୁ ଲାଗିରହିଥିବା ସରକାର ବିରୋଧୀ ବିକ୍ଷୋଭ କ୍ରମେ ଅଧିକ ସହରକୁ ବ୍ୟାପିଚାଲିଛି। ବିକ୍ଷୋଭ ହିଂସାରେ ୩୫୪ ଲୋକଙ୍କ ଜୀବନ ଗଲାଣି ଓ ୮୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଚାପରେ ପଡ଼ି ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମେହଦି ଇସ୍ତଫା ଦେବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ କମିବା ନାଁ ନେଉନାହିଁ। ଶନିବାର ବାଗ୍‌ଦାଦ ସମେତ ଦକ୍ଷିଣ ଇରାକର ବିଭିନ୍ନ ସହରରେ ବିକ୍ଷୋଭ କରାଯାଇଥିଲା।
ଇରାକରେ ବ୍ୟାପୁଥିବା ଦୁର୍ନୀତିକୁ ନେଇ ଦୀର୍ଘଦିନ ହେଲା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏଥିସହିତ ଇରାକ ରାଜନୀତିରେ ଇରାନର ପ୍ରଭାବ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଥିଲା। ଲେବାନନ୍‌ରେ ସରକାର ବିରୋଧୀ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ଅକ୍ଟୋବରରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଇରାନରେ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କିଛି ସପ୍ତାହ ହେଲା ଆନ୍ଦୋଳନ ଓ ଦଙ୍ଗା ଲାଗି ରହିଛି। ଏହାର ପ୍ରଭାବ ଇରାକ ଉପରେ ପଡିଥିଲା। ଇରାକବାସୀ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ଇରାକ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଘୋଷଣା ଇରାନ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି। କାରଣ ୨୦୧୮ରେ ମେହଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ଇରାନ କଥାରେ ପରିଚାଳିତ ହେଉଥିଲେ ବୋଲି ସେଠାକାର ଏକ ଗୋଇନ୍ଦା ରିପୋର୍ଟରୁ ଜଣାପଡିଛି। ମେହଦି ଇରାନ ସହ ଇରାନ ସହ ଜଡିତ ଏକ ବୃହତ୍‌ ଶିହା ଦଳର ସଦସ୍ୟ ଭାବେ ସେ ଅନେକ ବର୍ଷ କାର୍ଯ୍ୟ କରିଥିଲେ।
ମେହଦି ଇସ୍ତଫା ଘୋଷଣା କରିବା ପରେ ବାଗଦାଦର ତହରିର୍‌ ସ୍କୋୟାରରେ ଆନ୍ଦୋଳନକାରୀ ଉତ୍ସବ ପାଳନ କରିଥିଲେ। ଗୁରୁବାର ଇରାନ ବାଣିଜି୍ୟକ ଦୂତାବାସ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଇରାକ୍‌ରେ ଆନ୍ଦୋଳନ ଆରମ୍ଭ ହେବା ଦିନଠାରୁ ଆଜିପର୍ଯ୍ୟନ୍ତ ୩୫୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଥିଲେ ହେଁ ପ୍ରକୃତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଅଧିକାଂଶ ରିପୋର୍ଟରେ କୁହାଯାଇଛି। ରାଜନୈତିକ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବି କରି ବାଗଦାଦ୍‌ ଓ ସମଗ୍ର ଦକ୍ଷିଣ ଇରାକର ଯୁବସମାଜ ଓ ଗରିବ ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ଲାଇସେନ୍ସ, ଠିକାଦାରି, ଚାକିରି ସବୁଥିରେ ଉତ୍କୋଚ ଦେବାକୁ ପଡୁଥିବାରୁ ଏଭଳି ରାଜନୈତିକ ଦଳର ଉଚ୍ଛେଦ ସେମାନେ ଦାବି କରିଥିଲେ। ଏପରିକି ସିକ୍ୟୁରିଟି ଗାର୍ଡ ଭଳି ନିମ୍ନ ପଦବୀ ପାଇଁ ଆବେଦନ କଲେ ୫୦୦୦ ଡଲାର ଦେବାକୁ ସମ୍ପୃକ୍ତ ଦଳ ପକ୍ଷରୁ ଦାବି କରାଯାଉଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ ଦେଇ କଡ଼ା ଭାଷାରେ ଇରାନ କହିଲା, ‘ଆମ ମାଟିରେ ପାଦ ରଖିଲେ, ଆମେ ତୁମର ଗୋଡ଼ କାଟି ଦେବୁ’

ତେହରାନ,୧୦।୮: ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ସେନା ୱାଶିଂଟନକୁ ଏକ କଡ଼ା ଚେତାବନୀ ଦେଇଛି। ଇରାନ ସେନାର ସ୍ଥଳସେନାର କମାଣ୍ଡର ବ୍ରିଗେଡିୟର…

ବନ୍ଦ ହେବ ଯୁଦ୍ଧ! ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବାକୁ ଟ୍ରମ୍ପ ଆଗ୍ରହୀ; ଆମେରିକା ପରମାଣୁ ପ୍ରସଙ୍ଗକୁ ସ୍ଥଗିତ ରଖିବାକୁ ଇଚ୍ଛୁକ

ଓ୍ବାଶିଂଟନ,୧୦।୮: ହର୍ମୁଜ ପ୍ରଣାଳୀକୁ ଜାହାଜ ଚଳାଚଳ ପାଇଁ ଖୋଲିବା ନେଇ ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି, ଇରାନ ସ୍ପଷ୍ଟ କରିଛି…

ଢେପାଗୁଡ଼ାରେ ପୁଣି ଭୂସ୍ଖଳନ, ୪ ପରିବାର ଅନ୍ୟତ୍ର ସ୍ଥାନାନ୍ତର

ରାଇକିଆ,୧୦ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ଢେପାଗୁଡ଼ା ଗ୍ରାମରେ ପୁଣି ଭୂସ୍ଖଳନ ହୋଇଛି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି। ଗାଁକୁ…

ପୁଣି ଖୋଲିଲା ହୀରାକୁଦର ୪ ଗେଟ

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରବିବାର ପୁଣି ଥରେ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରିବା ଆରମ୍ଭ କରିଛି।…

ବରଗଡ଼ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବ ଓକିଲ ସଂଘ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି । ଗତ କିଛିଦିନ ତଳେ ବରଗଡ଼ ସହରସ୍ଥିତ କୋର୍ଟ ସମ୍ମୁଖ ରାସ୍ତାରେ…

ପାଣି ଘେରରେ ଗାଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

ହାଟଡିହୀ/ଛେନାପଦୀ,୯l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଅସରାଏ ବର୍ଷା ହେଲେ ଲୋକଙ୍କ ଦୁଃଖ ବଢିଯାଉଛି l କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବା…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ମୁକାବିଲା ପାଇଁ ଆହ୍ବାନ, ଏକାଠି ହେଲେ ବିଭିନ୍ନ ସଂଗଠନ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ସମେତ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇ ପଡିଛି । ଏହାକୁ ନେଇ ସ୍ଥାନୀୟ ନାଗରିକମାନେ ନିଜକୁ ଅସୁରକ୍ଷିତ…

ଗାଡ଼ି ଧକ୍କାରେ ଚାଲିଗଲା ପାର୍ଥଙ୍କ ଜୀବନ, ମୃତଦେହ ଜବତ କରି ପୋଲିସ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ପୋଲିସ ରବିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri