ଇମାମି ସିମେଣ୍ଟ କାରଖାନାରେ ତେଜିଲା ଅଶାନ୍ତି: ନିଯୁକ୍ତି ଦାବିରେ ଜମିହରାଙ୍କ ଧାରଣା

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.),୧୦ା୧୦: ଯାଜପୁର ଜିଲା କଳିଙ୍ଗନଗର ଇମାମି ସିମେଣ୍ଟ କାରଖାନାରେ ଜମିହରା ପରିବାରଙ୍କୁ ନିଯୁକ୍ତି ପ୍ରଦାନକୁ ନେଇ ସର୍ବଦା ସମସ୍ୟା ଲାଗି ରହୁଛି। ଏପରିକି ବିଗତ ଦିନରେ ନିଯୁକ୍ତିକୁ ନେଇ ହୋଇଥିବା ବୈଠକର ନିଷ୍ପତ୍ତି କାର୍ଯ୍ୟକାରିତା ଦିଗରେ ଇମାମି ସିମେଣ୍ଟ କର୍ତ୍ତୃପକ୍ଷ ପକ୍ଷରୁ ଅବହେଳା ପ୍ରଦର୍ଶନ କରାଯାଇଛି। ଫଳସ୍ବରୂପ ଆଶାନୁରୂପ ନିଯୁକ୍ତି ନ ପାଇ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିଚାଲିଛି। ବୁଧବାର ସକାଳୁ ଇମାମି ସିମେଣ୍ଟ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଜମିହରାଙ୍କ ନିଯୁକ୍ତି ପାଇଁ ଜିଲା ପ୍ରଶାସନ, କାରଖାନା କର୍ତ୍ତୃପକ୍ଷ ଓ ଜମିହରାଙ୍କ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ରାଜିନାମା କାର୍ଯ୍ୟକାରୀ କରାଯିବା ଦାବିରେ ଧାରଣା ଦେଇଥିଲେ। ଆନ୍ଦୋଳନର ୪ଘଣ୍ଟା ପରେ ପୋଲିସ ପକ୍ଷରୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା।
ଇମାମି ସିମେଣ୍ଟ ପକ୍ଷରୁ ନିଯୁକ୍ତି ଓ ଥଇଥାନ ବ୍ୟବସ୍ଥାରେ ହେଉଥିବା ଅବହେଳାର ପ୍ରତିକାର ପାଇଁ ପ୍ରଶାସନ ମଧ୍ୟ ପ୍ରଭାବୀଢଙ୍ଗରେ କାର୍ଯ୍ୟ କରିବାର ଦେଖିବାକୁ ମିଳୁନାହିଁ। ଯାହାକି ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧିର ପ୍ରମୁଖ କାରଣ ସାଜିଛି। କେବଳ ଦାବି ମୁତାବକ ନିଯୁକ୍ତି ପ୍ରଦାନ ନ ହେବା ଆଳରେ ଦାନଗଦୀ ବ୍ଲକ ମାନତିରା ଗ୍ରାମର ଲୋକେ ଆନ୍ଦୋଳନମୁଖୀ ହୋଇ ଉଠିଛନ୍ତି। ପ୍ରାପ୍ତ ତଥ୍ୟ ଅନୁଯାୟୀ ଜମି ଅଧିଗ୍ରହଣ ନିୟମ ଅନୁସାରେ ମାନତିରା ଓ ମନୋହରପୁର ଗ୍ରାମର ମୋଟ ୬୬.୨୫ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଛି। ଯେଉଁଥିରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ଜମିହରା ହୋଇଛନ୍ତି । ଫଳରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ପରିବାରବର୍ଗ ନିଯୁକ୍ତି ଆଶାରେ ରହିଛନ୍ତି। ଗତ ଆନ୍ଦୋଳନ ସମୟରେ ନିର୍ବାଚନର ଆଳ ଦେଖାଇ ଧାରଣାକୁ ବନ୍ଦ କରାଯାଇଥିଲା । ନିର୍ବାଚନ ପରେ ସମସ୍ୟାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ସମ୍ପ୍ରତି ଇମାମି ସିମେଣ୍ଟ ଉପତ୍ାଦନକ୍ଷମ ହୋଇ ସାରିଛି। କିନ୍ତୁ ଜମିହରାଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ଅବହେଳା କରି ଆସୁଛି। ତେଣୁ ଜମିହରାଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ବୁଧବାର କିଣୁଚରଣ ସିଂ, ରମେଶ ଚନ୍ଦ୍ର ସିଂ, ଶ୍ରୀଧର ଜେନା, କୃଷ୍ଣଚନ୍ଦ୍ର ନାୟକ, ନୀଳମଣି ସାମଲ, ନିତ୍ୟାନନ୍ଦ ଘଡେଇ, ସୁଶାନ୍ତ କୁମାର ଘଡେଇ, କୃତିବାସ ବ୍ରହ୍ମ, ପ୍ରଭାସ କୁମାର ସିଂ ପ୍ରମୁଖଙ୍କ ନେତୃତ୍ୱରେ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ମାତ୍ର ଧାରଣାସ୍ଥଳକୁ କମ୍ପାନୀର କୌଣସି ଅଧିକାରୀ ଆସି ନ ଥିଲେ। ତେବେ କଳିଙ୍ଗନଗର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ରନାରାୟଣ ପଟ୍ଟନାୟକ, ଯଖପୁରା ଥାନାଧିକାରୀ ଲକ୍ଷ୍ମଣ କୁମାର ଦଣ୍ଡସନା, ଟମ୍‌କା ଥାନାଧିକାରୀ ସଂଘମିତ୍ରା ନାୟକ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ୧ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଥିଲା। ଗୁରୁବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ତ୍ରିପାକ୍ଷିକ ବୈଠକ ହେବାର ନିଷ୍ପତ୍ତି ହେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଜନ ଅଶାନ୍ତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିଯୁକ୍ତି ଓ ଥଇଥାନ ସମସ୍ୟା ସମାଧାନ ଦିଗରେ ଇମାମି କର୍ତ୍ତୃପକ୍ଷ ପଦକ୍ଷେପ ନ ନେଲେ ପରିସ୍ଥିତି ବିସ୍ଫୋରକ ରୂପ ନେବ ବୋଲି ଜମିହରା ପରିବାରବର୍ଗ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନବେ ଦଶକରୁ କଳକାରଖାନା ପ୍ରତିଷ୍ଠା ପାଇଁ ଅତି କମ୍‌ ମୂଲ୍ୟରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଇଛି। ତେଣୁ ଅଧିକ କ୍ଷତିପୂରଣ ଦାବିରେ ପୂର୍ବରୁ ଆନ୍ଦୋଳନ ହୋଇଥିଲା । ଏହାପରେ ଅତିରିକ୍ତ କ୍ଷତିପୂରଣ ବାବଦରେ ଏକର ପ୍ରତି ୧ଲକ୍ଷ ୩୫ହଜାର ଟଙ୍କା ଇମାମି କମ୍ପାନୀ ପ୍ରଦାନ କରିଛି। କମ୍ପାନୀ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜମିହରା ପରିବାରଙ୍କ ମଧ୍ୟରୁ ୨୦ଜଣଙ୍କୁ ଠିକା ଶ୍ରମିକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ପାରିପାର୍ଶ୍ୱିକ ଉନ୍ନୟନ ବାବଦକୁ ରାସ୍ତା ନିର୍ମାଣ, ପାନୀୟ ଜଳ, ବୃକ୍ଷରୋପଣ ଆଦି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri