ଇଣ୍ଡିଗୋର ନିୟନ୍ତ୍ରଣ ପାଇଁ ଦୁଇ ପ୍ରମୋଟରଙ୍କ ମଧ୍ୟରେ ଲଢ଼େଇ

ନୂଆଦିଲ୍ଲୀ,୧୭-୫: ଜେଟ୍‌ ଏୟାରଓ୍ବେଜ୍‌ ପରେ ବେସାମରିକ ବିମାନ ଚଳାଚଳ ସେକ୍ଟରର ଦୁର୍ଦ୍ଦିନ ବଢ଼ିବାରେ ଲାଗିଛି। ଦେଶର ସବୁଠାରୁ ସଫଳ ଏବଂ ଲାଭଜନକ ଏୟାରଲାଇନ୍ସ କୁହାଯାଉଥିବା ଇଣ୍ଡିଗୋର ଦୁଇ ପ୍ରମୋଟର ତଥା ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ କମ୍ପାନୀର ନିୟନ୍ତ୍ରଣକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଦୁଇ ପ୍ରମୋଟର ରାହୁଲ ଭାଟିୟା ଏବଂ ରାକେଶ ଗଙ୍ଗଓ୍ବାଲ ବିବାଦର ସମାଧାନ ପାଇଁ ଏବେ ଆଇନ ପରାମର୍ଶଦାତା କମ୍ପାନୀଙ୍କ ଶରଣ ନେଇଛନ୍ତି ବୋଲି ମିଡିଆ ରିପୋର୍ଟରୁ ଜଣାପଡିଛି। ତେବେ ଏ ସଂକ୍ରାନ୍ତରେ କମ୍ପାନୀ କିମ୍ବା ପ୍ରମୋଟରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇଛି।
ଇଣ୍ଡିଗୋ ପ୍ରମୋଟରଙ୍କ ମଧ୍ୟରେ ମତଭେଦ ପ୍ରକାଶ ପରେ କମ୍ପାନୀ ସିଇଓ କର୍ମଚାରୀଙ୍କୁ ଆଶ୍ୱସ୍ତ କରିବାକୁ ଯାଇ କହିଛନ୍ତି ଯେ, କମ୍ପାନୀର ରଣନୀତିରେ ଅପରିବର୍ତ୍ତିତ ରହିଛି। କାରବାର ବଢ଼ାଇବା ଲାଗି ମ୍ୟାନେଜମେଣ୍ଟକୁ ବୋର୍ଡ ଅଫ୍‌ ଡାଇରେକ୍ଟର୍ସର ପୂର୍ଣ୍ଣ ସମର୍ଥନ ରହିଛି। ମିଡିଆ ରିପୋର୍ଟରୁ ଜଣାପଡିଛି ଯେ, ଭାଟିୟା ଏବଂ ଗଙ୍ଗଓ୍ବାଲଙ୍କ ମଧ୍ୟରେ ଏୟାରଲାଇନ୍ସର ରଣନୀତି ଏବଂ ମହତ୍ତ୍ୱକାଂକ୍ଷାକୁ ନେଇ ମତଭେଦ ଆରମ୍ଭ ହୋଇଛି। ତେବେ ଉଭୟ ପ୍ରତିଷ୍ଠାତା ମତଭେଦ ଦୂର କରିବା ଲାଗି ପ୍ରୟାସ ଚଳାଇଛନ୍ତି ବୋଲି ସୂଚନା ମିଳିଛି। କାରଣ ଏହାଦ୍ୱାରା ଦୈନନ୍ଦିନ କାମ ଉପରେ ଗୁରୁତର ପ୍ରଭାବ ପଡିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲରେ ଏୟାରଲାଇନ୍ସ ସିଇଓ ପଦରୁ ଆଦିତ୍ୟ ଘୋଷ ଇସ୍ତଫା ଦେବା ପରେ ମୁଖ୍ୟ କମର୍ସିିଆଲ ତଥା ନେଟ୍‌ଓ୍ବର୍କ ସଞ୍ଜୟ କୁମାର ମଧ୍ୟ କମ୍ପାନୀ ଛାଡ଼ି ଥିଲେ। ଚଳିତବର୍ଷ ରନୋଜୟ ଦତ୍ତଙ୍କୁ ଇଣ୍ଡିଗୋର ସିଇଓ ଭାବେ ନିଯୁକ୍ତ କରାଯାଇଛି। ସେ ଦୁଇ ବର୍ଷ ଏୟାର ସାହାରାରେ କାର୍ଯ୍ୟ କରିଥିଲେ। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ଦୁଇଟି ଲିଗାଲ ଫାର୍ମ ମତଭେଦ ଦୂର କରିବା କାର୍ଯ୍ୟରେ ଲାଗିପଡିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଗଙ୍ଗଓ୍ବାଲ ଏୟାରଲାଇନ୍ସରେ ନିଜ ଟିମ୍‌ ବଢ଼ାଇ ଏହାର ନିୟନ୍ତ୍ରଣ ନିଜ ହାତକୁ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ଭାଟିୟା ଅନୁଭବ କରୁଛନ୍ତି। ଶସ୍ତା ଦରରେ ବିମାନ ଯାତ୍ରା ସେବା ଯୋଗାଉଥିବା ଇଣ୍ଡିଗୋ ଏବେ ଅନ୍ତର୍ଜାତୀୟ ଉଡ଼ାଣ ଲାଗି ଯୋଜନା ପ୍ରସ୍ତୁତ କରୁଛି। ଉଭୟ ଭାଟିୟା ଏବଂ ଗଙ୍ଗଓ୍ବାଲ ଯଥାକ୍ରମେ ଜେଏସ୍‌ଏ ଲ’ ଏବଂ ଖୈତାନ ଆଣ୍ଡ କମ୍ପାନୀ ଲ’ ଫାର୍ମ ମାଧ୍ୟମରେ ବିବାଦର ସମାଧାନ କରିବାକୁ ଆଗେଇଛନ୍ତି। ଜେଟ୍‌ ଏୟାରଓ୍ବେଜ ସାମୟିକ ଭାବେ ବନ୍ଦ ହୋଇଯିବା ପରେ ଇଣ୍ଡିଗୋ ପ୍ରମୋଟରଙ୍କ ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି। ଗଙ୍ଗଓ୍ବାଲ ଜଣେ ଆମେରିକା ନାଗରିକ ଏବଂ ସେ କମ୍ପାନୀରେ ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ରହିଛନ୍ତି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ତାଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ଇଣ୍ଡିଗୋରେ ତାଙ୍କର ପ୍ରାୟ ୩୭ ପ୍ରତିଶତ ଅଂଶଧନ ରହିଛି। ଅନ୍ୟପକ୍ଷରେ ଭାଟିୟା ୩୮ ପ୍ରତିଶତ ଶେୟାର ନିଜ ପାଖରେ ରଖିଛନ୍ତି। ୨୦୦୩-୦୪ରେ ଦୁଇଜଣ ଏକାଠି ହୋଇ ଭାରତରେ ଇଣ୍ଡିଗୋ ଏୟାରଲାଇନ୍ସ ଆରମ୍ଭ କରିଛନ୍ତି। ପାଖାପାଖି ୨/୩ ବର୍ଷ ଭାଟିୟା ଏୟାରଲାଇନ୍ସକୁ ଭଲ ଭାବେ ଚଳାଇଥିଲେ। ଏହାପରେ ଶସ୍ତା ବିମାନ ଯାତ୍ରା କରୁଥିବା ଇଣ୍ଡିଗୋର ବିମାନ ସେବାର ବିସ୍ତାର ହେଲା। ଫଳରେ ଏୟାରଲାଇନ୍ସ ସେକ୍ଟରରେ କମ୍ପାନୀ ମାର୍କେଟ ଶେୟାର ହିସାବରେ ଏକ ନମ୍ବର ସ୍ଥାନ ହାସଲ କରିପାରିଛି। ଅନ୍ୟପକ୍ଷରେ ବିଦେଶରେ ଟପ୍‌ ଏଭିଏଶନ ପ୍ରଫେସନାଲଙ୍କ ସହ କାମ କରିଥିବା ଗଙ୍ଗଓ୍ବାଲ ଇଣ୍ଡିଗୋକୁ ବିଦେଶୀ ବଜାରରେ ବିସ୍ତାର ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ। ଦୁଇ ପ୍ରମୋଟରଙ୍କ ଭିତରେ ମତଭେଦ ବୃଦ୍ଧି କାରଣରୁ ଏବେ ବହୁ ଦିନ ହେବ ଇଣ୍ଡିଗୋର ଟପ୍‌ ପୋଜିଶନରେ ବହୁ ପଦ ଖାଲି ପଡିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୦୬ ଅଗଷ୍ଟ ୪ରୁ ଇଣ୍ଡିଗୋ ଦିଲ୍ଲୀରୁ ନିଜର ପରିଚାଳନା ଆରମ୍ଭ କରିଥିଲା। ଚଳିତବର୍ଷ ମେ ୧୫ ସୁଦ୍ଧା ବିମାନ କମ୍ପାନୀର ମାର୍କେଟ କ୍ୟାପିଟାଇଲେଜଶନ ୬୧,୮୩୩ କୋଟି ଟଙ୍କା ଥିଲା। କମ୍ପାନୀର ଘରୋଇ ମାର୍କେଟ ଶେୟାର ୪୪.୩% ରହିଛି। ଇଣ୍ଡିଗୋ ଦୈନିକ ୧୪୦୦ ବିମାନ ଉଡ଼ାଣ ଭରିଥାଏ। ଏଥିସହିତ କମ୍ପାନୀ ନିକଟରେ ମୋଟ୍‌ ୨୨୫ ବିମାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri