ଇଣ୍ଡିଆ ଗେଟ୍‌ରେ ପରିବେଶ ପାଇଁ ସଚେତନ କଲେ କପିଳ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ହ୍ରାସ ପାଇବା ସହ ଓଜୋନସ୍ତର ବଢ଼ିବାରେ ଲାଗିଛି। ପ୍ରଦୂଷଣ ବଳୟର ଅନ୍ଧକାରରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ଦିଲ୍ଲୀବାସୀ। ଏହାର ପ୍ରଭାବ ମଧ୍ୟ ଦେଶ ତଥା ବିଶ୍ୱ ପରିବେଶ ଉପରେ ପଡୁଛି। ଏହି ପରିସ୍ଥିତି ଓଡ଼ିଆ ପୁଅ କପିଳ ପ୍ରଧାନଙ୍କୁ ବ୍ୟଥିତ କରିଛି। ଗାଡ଼ି ଛାଡ଼ି ସାଇକେଲ ଚଲାନ୍ତୁ, ଗଛ ଲଗାଇ ପ୍ରଦୂଷଣରୁ ମୁକ୍ତି ପାଆନ୍ତୁ ଓ ସୁସ୍ଥ ପରିବେଶ ସୁସ୍ଥ ଜୀବନ ବିତାଇବା ପାଇଁ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ଦେଇଛନ୍ତି କପିଳ। ସେ ସାଇକେଲରେ ୨୫ ଦିନ ଧରି ୬ ରାଜ୍ୟର ୨୫ଶହ କିମି ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚତ୍ବା ପରେ ୫ଦିନ ଧରି ଇଣ୍ଡିଆ ଗେଟ୍‌ରେ ଲୋକଙ୍କୁ ସଚେତନ କରି ଫେରିଛନ୍ତି। ଗାଡ଼ି ଛାଡ଼ି ସାଇକେଲ ଚଲାନ୍ତୁ, ଗଛ ଲଗାଇ ପ୍ରଦୂଷଣରୁ ମୁକ୍ତି ପାଆନ୍ତୁ, ସୁସ୍ଥ ପରିବେଶ ସୁସ୍ଥ ଜୀବନ ବିତାଇବାକୁ ଲୋକଙ୍କୁ ବୁଝାଉଛନ୍ତି କପିଳ।

ସାଇକେଲ ଟ୍ରାକ୍‌ କରିବାକୁ ଦାବି କଲେ
କପିଳ ଦିଲ୍ଲୀରେ ସାଇକେଲ ଟ୍ରାକ୍‌ କରିବାକୁ ଦାବି ଉଠାଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ ରାସ୍ତାରେ ସାଇକେଲ ଟ୍ରାକ୍‌ ଦେଖିବାକୁ ମିଳୁନି। ଦିଲ୍ଲୀ ସରକାର ବହୁ ଲୋକାଭିମୁଖି ଯୋଜନା ହାତକୁ ନେଉଥିଲେ ମଧ୍ୟ ସବୁ ରାସ୍ତାକୁ ଲାଗି ସାଇକେଲ ଟ୍ରାକ୍‌ ଓ ଫୁଟ୍‌ପାଥ (ପାଦଚଲା ରାସ୍ତା) କରିବା ପାଇଁ ସେ ଗୁରୁତ୍ୱ ଦେଇଛନ୍ତି। ଏନେଇ କପିଳ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଓ ଢ଼େଙ୍କାନାଳ ଏମ୍‌ପି ମହେଶ ସାହୁଙ୍କୁ ଭେଟି ଆଲୋଚନା କରିଛନ୍ତି। ଉଭୟ ଏମ୍‌ପି ଆଗାମୀ ଦିନରେ କପିଳଙ୍କ ଦାବିକୁ ସଂସଦରେ ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଭିନ୍ନ ଚିନ୍ତାଧାରା, ନିଆରା ପ୍ରୟାସ
କପିଳଙ୍କ ଘର ପୁରୀ ଜିଲା ନିମାପଡ଼ାର ନିନିଗଁାରେ। ସେ ଜାନୁଆରୀ ୨ରୁ ଯାତ୍ରା ଆରମ୍ଭ କରି ଜାନୁୟାରୀ ୨୭ରେ ଇଣ୍ଡିଆ ଗେଟ୍‌ ନିକଟରେ ଶେଷ କରିଥିଲେ। ସେ କୁହନ୍ତି, ଦିନକୁ ପ୍ରାୟ ୧୧ ଘଣ୍ଟା ସାଇକେଲ ଚଲାଇ ୧୦୦ କି.ମି. ରାସ୍ତା ଅତିକ୍ରମ କରୁଥିଲେ। ଯିବା ବାଟରେ ଲୋକଙ୍କୁ ସଚେତନ କରିଥିଲେ। ପାଖାପାଖି ୧୦୮ ଥାନାରେ ପହଞ୍ଚତ୍ ଅଭିଯାନ ସମ୍ପର୍କରେ ଅବଗତ କରିଥିଲେ। ସମସ୍ତ ଥାନା ଅଧିକାରୀଙ୍କ ସାହାଯ୍ୟ ଓ ନିଜର ଦୃଢ଼ ମନୋବଳ ପାଇଁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିଛନ୍ତି ବୋଲି ସେ କହିଛନ୍ତି। ତେବେ ତାଙ୍କର ଏଭଳି ଭିନ୍ନ ଚିନ୍ତାଧାରା ଓ ନିଆରା ପ୍ରୟାସକୁ ନିଜ ଗାଁଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଲୋକେ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ କପିଳ ୨୦୧୮ରେ ମଧ୍ୟ ସାଇକେଲରେ ଦିଲ୍ଲୀ ଗସ୍ତ କରିଥିଲେ। ଗତଥର ସେ ଓଡ଼ିଶାରୁ ଝାଡଖଣ୍ଡ ପରେ ବିହାର ଓ ଉତ୍ତର ପ୍ରଦେଶ ହୋଇ ୧୪ଦିନରେ ଦିଲ୍ଲୀରେ ପହଞ୍ଚତ୍ଥିଲେ। ଚଳିତଥର ସେ ଓଡ଼ିଶାରୁ ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଭୋପାଳ, ଉତ୍ତର ପ୍ରଦେଶ ଓ ହରିଆଣା ଦେଇ ୨୫ଦିନରେ ଦିଲ୍ଲୀରେ ପହଞ୍ଚତ୍ଥିଲେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri