Posted inଖେଳ

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ ସଂଗତ। ୪୦ ବର୍ଷୀୟ ପୂର୍ବତନ ପାରାଆଥ୍‌ଲେଟ ୨୦୧୬ ରିଓ ଅଲିମ୍ପିକ୍ସ ପରେ ଇଚ୍ଛା ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ଶାରୀରିକ ସମସ୍ୟା ଅଧିକ ଖରାପ ହେଲେ ସେ ଇଚ୍ଛା ମୃତ୍ୟୁ ଗ୍ରହଣ କରିବେ ବୋଲି କହିଥିଲେ। କିନ୍ତୁ ସେତେବେଳେ ସେ କହିଥିଲେ, କ୍ରୀଡ଼ା ତାଙ୍କୁ ବଞ୍ଚତ୍ବାର ଇଚ୍ଛା ଦେଇଛି। ସେ ଡିଜେନେରେଟିଭ ନାମକ ଏକ ମାଂସପେଶୀ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ତାଙ୍କୁ ସର୍ବଦା ଯନ୍ତ୍ରଣା ସହିବାକୁ ପଡ଼ୁଥିଲା ଏବଂ ଗୋଡ଼ ପକ୍ଷାଘାତ ହୋଇଯାଇଥିଲା। ଏଥିଯୋଗୁ ସେ ଶୋଇ ପାରୁ ନ ଥିଲେ। ଏଣୁ ତାଙ୍କ ବଞ୍ଚତ୍ବା କଷ୍ଟକର ହୋଇଯାଇଥିଲା। ସେ ହ୍ବିଲଚେୟାର ବାସ୍କେଟବଲ, ସୁଇମିଂ ଓ ଟ୍ରାପ୍ଟାଥଲୋନ ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ସେ ୨୦୧୨ ଲଣ୍ଡନ ପାରାଗେମ୍ସରେ ୧୦୦ ମିଟର ହ୍ବିଲଚେୟାର ଦୌଡ଼ରେ ସ୍ବର୍ଣ୍ଣ ଓ ୨୦୦ ମି. ଦୌଡ଼ରେ ରୌପ୍ୟ ଜିତିଥିଲେ। ୨୦୧୬ ରିଓ ପାରାଅଲିମ୍ପିକ୍ସରେ ୪୦୦ ମି. ଓ ୧୦୦ ମି. ଦୌଡ଼ରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାତେଇଥିଲେ। ଏହାପରେ ସେ ଦେଖିବା ଶକ୍ତି ହରାଇ ବସିଥିଲେ। ବରବୁର୍ଟ ୨୦୦୮ରେ ଇଚ୍ଛା ମୃତ୍ୟୁ ପାଇଁ କାଗଜ ପତ୍ର ହସ୍ତାକ୍ଷର କରିଥିଲେ। ଏକଦା ସେ କହିଥିଲେ, ମୋ ପାଖରେ ଇଚ୍ଛା ମୃତ୍ୟୁ କାଗଜ ପତ୍ର ନ ଥିଲେ ବାଧ୍ୟହୋଇ ଆତ୍ମହତ୍ୟା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri