ହଂକଂ ପ୍ରତ୍ୟର୍ପଣ ବିଲ୍‌ ପ୍ରତ୍ୟାହୃତ

ହଂକଂ,୨୪ା୧୦(ଏଏଫ୍‌ପି): ହଂକଂରେ ୫ ମାସ ଧରି ବିକ୍ଷୋଭର କାରଣ ସାଜିଥିବା ବିବାଦୀୟ ପ୍ରତ୍ୟର୍ପଣ ବିଲ୍‌କୁ ବୁଧବାର ପ୍ରତ୍ୟାହାର କରାଯାଇଛି। ଲେଜିସ୍‌ଲେଟିଭ୍‌ କାଉନ୍‌ସିଲରେ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ବିକ୍ଷୋଭକାରୀଙ୍କ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। କାରଣ ପ୍ରତ୍ୟର୍ପଣ ବିଲକୁ ପ୍ରତ୍ୟାହାର କରିବା ହେଉଛି ଗଣତନ୍ତ୍ର ସପକ୍ଷବାଦୀଙ୍କ ୫ ଦାବି ମଧ୍ୟରୁ ମାତ୍ର ଗୋଟିଏ। ସରକାରଙ୍କ ନିଷ୍ପତ୍ତି ପରେ ଚାଇନା ଶାସିତ ଏହି ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ପୁଣି ଓହ୍ଲାଇଛନ୍ତି।
ସେମାନେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ବୋମା ଫିଙ୍ଗିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସ୍ଲୋଗାନ ଦେଇଛନ୍ତି, ‘ଗୋଟିଏ ନୁହେଁ, ସମସ୍ତ ୫ ଦାବି ପୂରଣ କର’।
ହଂକଂ ନେତା କେରି ଲାମ୍‌ କହିଛନ୍ତି, ପ୍ରତ୍ୟର୍ପଣ ବିଲ୍‌ ଏକ ଭଲ ବିଧେୟକ ହୋଇଥିଲେ ହେଁ ଏହାକୁ ପ୍ରତ୍ୟାହାର କରାଯାଇଛି। ସମସ୍ତ ସାବାଳକଙ୍କୁ ମତଦାନ ଅଧିକାର ଓ ଦଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ରାଜକ୍ଷମା ଭଳି ଅନ୍ୟ ଦାବିଗୁଡ଼ିକୁ ପୂରଣ କରିବା ତାଙ୍କ ନିୟନ୍ତ୍ରଣ ବାହାରେ। ସେହିପରି ରାଜରାସ୍ତାରେ ଖଣ୍ଡଯୁଦ୍ଧ ବେଳେ ପୋଲିସର ନିର୍ମମ ଆଚରଣ ବିରୋଧରେ ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଆନ୍ଦୋଳନକାରୀ ଦାବି କରିଛନ୍ତି। ପ୍ରତ୍ୟର୍ପଣ ବିଲ୍‌କୁ ପ୍ରତ୍ୟାହାର କରିନେବା ବଡ଼ କଥା ନୁହେଁ। ବହୁ ବିଳମ୍ବରେ ଏକ ଛୋଟ ଦାବିକୁ ସରକାର ମାନିନେଇଛନ୍ତି। ଏଥିଯୋଗୁ ବିଶେଷ କିଛି ଫରକ ପଡ଼ିବ ନାହିଁ ବୋଲି ୨୭ ବର୍ଷୀୟ ବିକ୍ଷୋଭକାରୀ କୋନ୍ନିଏ କହିଛନ୍ତି।
ପ୍ରକାଶ ଯେ, ୧୯୯୭ରେ ବ୍ରିଟେନର ଉପନିବେଶ ସହର ହଂକଂକୁ ଚାଇନାକୁ ହସ୍ତାନ୍ତର କରାଯାଇଥିଲା। ସେବେଠୁ ହଂକଂ ଚାଇନାର ଏକ ଅର୍ଦ୍ଧସ୍ବୟଂଶାସିତ ଅଞ୍ଚଳ ଭାବେ ପରିଗଣିତ ହୋଇଆସୁଛି ଏବଂ ଏହାର ଏକ ମିନି ସମ୍ବିଧାନ ରହିଛି। ହଂକଂର ସ୍ବତନ୍ତ୍ର ନ୍ୟାୟିକ ବ୍ୟବସ୍ଥା ଥିବାବେଳେ ହଂକଂର ରାଜନୈତିକ ବନ୍ଦୀ, ଅଧିକାର କର୍ମୀ ଓ ଅନ୍ୟ ଅପରାଧୀଙ୍କୁ ମାମଲାର ବିଚାର ପାଇଁ ଚାଇନାକୁ ପ୍ରତ୍ୟର୍ପଣ କରାଯିବା ଲାଗି ଗତ ଏପ୍ରିଲରେ ଏକ ବିଲ୍‌ ଅଣାଯାଇଥିଲା। ହଂକଂ ଓ ତାଇଓ୍ବାନ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର ହୋଇ ନ ଥିଲା। ତାଇଓ୍ବାନର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ତାଙ୍କ ଦେଶକୁ ପଠାଇବା ସମ୍ଭବ ନ ହେବାରୁ ମୁଖ୍ୟ କାର୍ଯ୍ୟନିର୍ବାହୀ କେରି ଲାମ୍‌ ଉକ୍ତ ସମସ୍ୟାର ସମାଧାନ ପାଇଁ ବିଲ୍‌ରେ କେତେକ ସଂଶୋଧନ ଆଣିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ହଂକଂବାସୀ ଏହାକୁ ନେଇ ଭୟଭୀତ ହୋଇଯାଇଥିଲେ। ହଂକଂର ସ୍ବାଧୀନତା ଛଡ଼ାଇନେବା ପାଇଁ ଏହା ବେଜିଂର ଏକ ଉଦ୍ୟମ ବୋଲି ସ୍ଥାନୀୟ ଲୋକେ ବିକ୍ଷୋଭ କରିଥିଲେ। ଅଦ୍ୟାବଧି ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଶତାଧିକ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ICC ମାନ୍ୟତାରେ ବଡ଼ ପରିବର୍ତ୍ତନ: ତିନୋଟିଯାକ ଫର୍ମାଟରେ ଏକକାଳୀନ ବଦଳିଲା ନମ୍ବର ୧ ସ୍ଥାନ; ଶୀର୍ଷରେ ଅଭିଷେକ

ନୂଆଦିଲ୍ଲୀ,୨୮।୧୦: ସାମ୍ପ୍ରତିକ ICC ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯେଉଁଥିରେ ତିନିଜଣ ଖେଳାଳି ନୂତନ ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।…

ପବନରେ ଉଡ଼ି ରାସ୍ତାରେ ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍‌

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାରି ଭିତରେ ଜୁନାଗଡ଼ ସହର ବଡ଼ପଡ଼ା…

ଅଟୋରୁ ୧୦୦ କେଜି ଗଞ୍ଜେଇ ଜବତ: ୨ ଜଣଙ୍କୁ ବାନ୍ଧିଲା ପୋଲିସ

କେସିଙ୍ଗା, ୨୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।…

ଅଭିଷେକ-ବୈଭବଙ୍କ ବ୍ୟାଟିଂ ଦେଖି ତାଜୁବ୍ ପାକିସ୍ତାନ! କାନ ଧରି ପୂର୍ବତନ କ୍ରିକେଟର କହିଲେ….

ନୂଆଦିଲ୍ଲୀ,୨୮।୧୦ : ଭାରତୀୟ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର । ଅଭିଷେକ ଶର୍ମା ଓ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ…

ସ୍ମୃତି ମନ୍ଧାନାଙ୍କ ପାଇଁ ୩.୪୦ କୋଟି ଟଙ୍କାର ବୋଲି; WPL ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହେଲେ…

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL) ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ମୋଟ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ…

ବର୍ଷାରେ କାନ୍ଥ ଭୁଶୁଡ଼ି ଆହତ ମହିଳାଙ୍କୁ ଭେଟିଲେ ତହସିଲଦାର-ବିଡିଓ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଲଗାଣ ବର୍ଷା ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତର ଦିଆଁନିପାଟଣା ସାହିର ମଞ୍ଜୁଲତା ବରାଡ଼…

ଏତିକି ଟଙ୍କାର ଘରେ ରୁହନ୍ତି ବୈଭବ ସୂର୍ଯ୍ୟବଂଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପାଟନା,୨୮।୧୦:କ୍ରିକେଟ ପଡ଼ିଆରେ ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ନିର୍ଭୀକ ଭାବେ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସଫଳତା କେବଳ ତାଙ୍କ ରେକର୍ଡ ମଧ୍ୟରେ ସୀମିତ…

ପୁରୁଷୋତ୍ତମପୁରରେ ବାତ୍ୟାର ପ୍ରଭାବ: ଲଗାଣ ବର୍ଷା ସହ ପବନ, ଫସଲ ନଷ୍ଟ ଚିନ୍ତାରେ ଚାଷୀ

ପୁରୁଷୋତ୍ତମପୁର,୨୮ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି। ଏଠାରେ ୮୮.୦ ମିଲିମିଟର ବର୍ଷା ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?