Posted inଫୁରସତ

ଇଂଲିଶ୍‌ର ସବୁଠାରୁ ଲମ୍ବା ଶବ୍ଦ: ଉଚ୍ଚାରଣ କରିବାକୁ ଲାଗେ ସାଢ଼େ ୩ ଘଣ୍ଟା

ନ୍ୟୁୟର୍କ,୧୦।୨: ସାଧାରଣତଃ କେତେକ ଇଂଲିଶ୍‌ ଶବ୍ଦକୁ ଉଚ୍ଚାରଣ କରିବାରେ ଅସୁବିଧା ହୋଇଥାଏ। ଚେକୋସ୍ଲୋଭାକିଆ ଭଳି ଶବ୍ଦ ଉଚ୍ଚାରଣକାରୀଙ୍କୁ ଅସୁବିଧାରେ ପକାଇଥାଏ। ତେବେ ଇଂଲିଶ୍‌ରେ ଏଭଳି ଏକ ଶବ୍ଦ ରହିଛି ଯାହାକୁ ଉଚ୍ଚାରଣ କରିବା ଲାଗି ସାଢ଼େ ୩ ଘଣ୍ଟା ଲାଗିଥାଏ। ଏହି ଶବ୍ଦରେ ଲକ୍ଷେ ୮୯ ହଜାର ୮ ଶହ ୧୯ଟି ଇଂଲିଶ୍‌ ଅକ୍ଷର ରହିଛି। ମଣିଷ ଶରୀରରେ ଥିବା ଟିଟିନ୍‌ ନାମକ ଏକ ପ୍ରୋଟିନ୍‌ର ଏହା ହେଉଛି ରାସାୟନିକ ନାମ। ବୈଜ୍ଞାନିକଙ୍କ ଅନୁସାରେ ମଣିଷ ଶରୀରରେ ପ୍ରାୟ ୨୦ ଲକ୍ଷରୁ ଅଧିକ ସଂଖ୍ୟକ ପ୍ରୋଟିନ୍‌ ରହିଛି। ପ୍ରୋଟିନ୍‌ ଆମିନୋ ଏସିଡ୍‌ରୁ ତିଆରି ହୋଇଥାଏ। ଶହେରୁ ଅଧିକ ଆମିନୋ ଏସିଡ୍‌ ଅଣୁ ମିଳିତ ହେଲେ ଗୋଟିଏ ପ୍ରୋଟିନ୍‌ ଅଣୁ ତିଆରି ହୋଇଥାଏ। ଟିଟିନ୍‌ରେ ୨୬ ହଜାରରୁ ଅଧିକ ଆମିନୋ ଏସିଡ୍‌ ଅଣୁ ରହିଛି। ତେଣୁ ଏହାର ରାସାୟନିକ ନାମ ଏତେ ଲମ୍ବା ହୋଇଛି। ପ୍ରଥମେ ଟିଟିନ୍‌ର ରାସାୟନିକ ନାମକୁ ଇଂଲିଶ୍‌ ଶବ୍ଦକୋଷରେ ରଖାଯାଇଥିଲା। ତେବେ ପଢ଼ିବାରେ ଅସୁବିଧା ହେବାରୁ ଏହାକୁ ହଟାଇ ଦିଆଯାଇଥିଲା। ଟିଟିନ୍‌ ପ୍ରୋଟିନ୍‌ ସମ୍ପର୍କରେ ୧୯୫୪ରେ ଜଣାପଡ଼ିଥିଲା। ଏହା ବିଷୟରେ ବୈଜ୍ଞାନିକ ରେଜି ନଟୋରି ପ୍ରଥମେ ସୂଚନା ଦେଇଥିଲେ। ୧୯୭୭ରେ ବୈଜ୍ଞାନିକ କୋସ୍ସକ୍‌ ମରୁୟାମା ଏବଂ ତାଙ୍କ ସହଯୋଗୀ ଟିଟିନ୍‌ ଉପରେ ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ। ଏହାର ନାମ କରଣ କୋନେକ୍ଟିନ୍‌ ଭାବେ କରିଥିଲେ। ୨ ବର୍ଷ ପରେ ବୈଜ୍ଞାନିକ କୁଆନ୍‌ ଓ୍ବାଙ୍ଗ୍‌ ଏହାର ନାମକରଣ ଟିଟିନ୍‌ ଭାବେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?