ଇ-ସ୍କୁଟର ଦୁର୍ଘଟଣା:ଯୁବ ଆହତଙ୍କ ସଂଖ୍ୟା ୭୧% ବଢ଼ିଛି

ଓ୍ବାଶିଂଟନ,୨୧ା୧୦: ବିଦ୍ୟୁତ୍‌ଚାଳିତ ସ୍କୁଟର (ଇ-ସ୍କୁଟର) ପରିବହନର ଏକ ଲୋକପ୍ରିୟ ମାଧ୍ୟମରେ ପରିଣତ ହୋଇଥିବାବେଳେ କ୍ୱଚିତ୍‌ ହେଲ୍‌ମେଟ୍‌ ବ୍ୟବହାରରୁ ନାବାଳକ ଓ ଯୁବବର୍ଗଙ୍କ ମଧ୍ୟରେ ଦୁର୍ଘଟଣାଜନିତ ଆହତ ସଂଖ୍ୟା ବର୍ଷକ ମଧ୍ୟରେ ୭୧ ପ୍ରତିଶତ ବୃଦ୍ଧି ପାଇଛି। ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ନେତୃତ୍ୱରେ କରାଯାଇଥିବା ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ୨ ବର୍ଷର ଅଧ୍ୟୟନକୁ ଆଧାରକରି ଆମେରିକା ଏମର୍ଜେନ୍ସି ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇ-ସ୍କୁଟର ଦୁର୍ଘଟଣାରେ ୧୩,୫୫୭ ପିଲା ଆହତ ହୋଇଛନ୍ତି। ୨୦୨୦ରେ ଆହତଙ୍କ ସଂଖ୍ୟା ୫,୦୧୨ ଥିବାବେଳେ ୨୦୨୧ରେ ଏହା ୮,୫୪୫କୁ ବଢ଼ିଛି। ମୁଖ୍ୟତଃ ସେମାନଙ୍କ ହାଡ଼ରେ ଫାଟ ହୋଇଥିବାବେଳେ ସର୍ବାଧିକ ମୁଣ୍ଡରେ ଆଘାତ ଲାଗିଛି। ଅଧିକରୁ ଅଧିକ ନାବାଳକ ଓ କିଶୋର କିଶୋରୀ ଇ-ସ୍କୁଟର ବ୍ୟବହାର କରୁଥିବାବେଳେ ନିରାପଦ ଡ୍ରାଇଭିଂ ଲାଗି ଡାକ୍ତର, ନୀତି ନିର୍ଦ୍ଧାରକ ଓ ଗବେଷକମାନେ ଏକାଠି କାମ କରୁଛନ୍ତି। ଡ୍ରାଇଭିଂ ବେଳେ ହେଲ୍‌ମେଟ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିବା ଏବଂ ଅଧିକ ବାଇକ୍‌ ଓ ସ୍କୁଟର ଲେନ୍‌ ନିର୍ମାଣ ଆବଶ୍ୟକ ବୋଲି ପେରେଲମାନ୍‌ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ରାଧିକା ଗୁପ୍ତା କହିଛନ୍ତି। ମୁଣ୍ଡରେ ଆଘାତ ଲାଗିଥିବା ପିଲାଙ୍କ ମଧ୍ୟରୁ ୬୭ ପ୍ରତିଶତ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri