ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ:ସେସୁ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଗତ୍‌ସିଂହପୁର ଅଫିସ,୩୧ା୧୨
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେସୁ ଜଗତ୍‌ସିଂହପୁର-୨ କନିଷ୍ଠ ଯନ୍ତ୍ରୀ ଦୀପ୍ତି ପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୫ଟି ଦଳ ସ୍ବାଇଁଙ୍କ ଘର, କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ପୃଥକ ଭାବେ ଚଢ଼ାଉ କରି ଅନେକ କିଛି ତଥ୍ୟ ପାଇଛନ୍ତି। ପ୍ରତି ଦଳରେ ୫/୬ ଜଣ ଲେଖାଏଁ କର୍ମଚାରୀ ସୋମବାର ସକାଳୁ ଚଢ଼ାଉରେ ସାମିଲ ଥିଲେ। ବିଶେଷକରି ସ୍ବାଇଁଙ୍କ ସ୍ଥାନୀୟ ଗୋପାଳସାଗରସ୍ଥିତ ନୂଆ ବାସଭବନ, ଗାନ୍ଧୀ ଛକରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସ, ଜଗତ୍‌ସିଂହପୁର ବ୍ଲକ ବିସିପାତାଳସ୍ଥିତ ପୈତୃକ ଘର, ଜଗତ୍‌ସିଂହପୁର ବସ ଷ୍ଟପ୍‌ ନିକଟ କାର୍ଯ୍ୟାଳୟ ଓ ଶ୍ୱଶୁର ଘରେ ଏହି ଚଢ଼ାଉ ହୋଇଥିଲା।
ଏ ସମ୍ପର୍କରେ ଜଗତ୍‌ସିଂହପୁର ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସ୍‌ପି ତଥା ଇନ୍ସପେକ୍ଟର ହେମନ୍ତ କୁମାର ମହାନ୍ତି କହିଛନ୍ତି, ସ୍ବାଇଁଙ୍କ ଗୋପାଳସାଗରସ୍ଥିତ ଘରୁ ନଗଦ ୨୩,୮୦୦ ଟଙ୍କା ମିଳିଛି। ଏଥିସହ ଆସବାବପତ୍ର ୨,୯୦,୦୦୦ ଟଙ୍କା ଓ ୫ଟା ବ୍ୟାଙ୍କରେ ୨,୯୩,୦୦୦ ଟଙ୍କାର ଜମା ସଂକ୍ରାନ୍ତୀୟ କାଗଜପତ୍ର ଜବତ ହୋଇଛି। ଏହି ବିଲ୍ଡିଂର ମୂଲ୍ୟ ୨୯,୯୦,୦୦୦ ଟଙ୍କା ହୋଇଥିବାବେଳେ ସୁନା ୬୭,୦୦୦, ୨ଟି ବାଇକ୍‌ ମଧ୍ୟରୁ ଗୋଟିଏ ୧,୦୦,୦୦୦ ଓ ଅନ୍ୟଟି ୭୦,୦୦୦ ଟଙ୍କାର ବୋଲି ଜଣାଯାଇଛି। ବସ ଷ୍ଟପ୍‌ ନିକଟ କାର୍ଯ୍ୟାଳୟରୁ ୫ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ ହୋଇଛି। ପୈତୃକ ଘର ବିସିପିତଳରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇପାରିଛି। ସ୍ବାଇଁଙ୍କ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସର ମୂଲ୍ୟ ୫୧ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। କିନ୍ତୁ ଶ୍ୱଶୁର ଘରୁ କିଛି ମିଳିପାରିନାହିଁ। କଟକରେ ୧୩ ଲକ୍ଷରୁ ଅଧିକ ଟଙ୍କାର ଏକ ଜମି ଅଛି, ଯାହା ସ୍ବାଇଁଙ୍କ ବାପାଙ୍କ ନାଁରେ ଥିବା ଜଣାଯାଇଛି। ୨୦୧୧ ମସିହାରୁ ସ୍ବାଇଁ ଚୁକ୍ତିଭିତ୍ତିରେ କନିଷ୍ଠ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। ପ୍ରଥମେ କମ ଦରମା ପାଉଥିଲେ। ଏବେ ପାଖାପାଖି ୧୫,୦୦୦ ଟଙ୍କା ପାଉଥିବା ଜଣାଯାଇଛି। ତେବେ ମାତ୍ର ୮ ବର୍ଷରେ ସେ ଆୟଠାରୁ ଅଧିକ ସମ୍ପତ୍ତି ହାତେଇଥିବା ସଂକ୍ରାନ୍ତରେ ହୋଇଥିବା ଅଭିଯୋଗକୁ ଭିତ୍ତିକରି କଟକ ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶପ୍ରକାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯାଜପୁର ଡିଏସ୍‌ପି ବନମାଳୀ ଧଳ, କେନ୍ଦ୍ରାପଡ଼ା ଡିଏସ୍‌ପି ଏସ୍‌. ଏନ୍‌. ରାଉଗୁରୁ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri