ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି ବଢିଯାଇଛି। କେଉଁଠି ନାଳ ଚୋକ ହୋଇ ରହିଛି ତ ଆଉ କେଉଁଠି ଅଳିଆ ଆବର୍ଜନା ପଡ଼ିରହି ନାନା ରୋଗର କାରଣ ସାଜୁଛି। ବର୍ଷା ଋତୁ ଆସିଯାଇଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଛି। ଅବଶ୍ୟ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଜିଲାରେ ୨୩ ରୋଗୀଙ୍କୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି। ଜିଲାରେ ୨୦୧୩ ରୁ ୨୦୧୯ ଅଗଷ୍ଟ ୫ ତାରିଖ ସୁଦ୍ଧା ୯୩୪ ଡେଙ୍ଗୁ ପଜିଟିଭ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସିଡ଼ିଏମ୍ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ସହରରେ ପ୍ରାୟ ୪୦ ଆପାର୍ଟମେଣ୍ଟ ଚିହ୍ନଟ କରାଯାଇ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି ବୋଲି ଜିଲା ମ୍ୟାଲେରିଆ ଅଧିକାରୀ ଡା.ଆର.ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଆପାର୍ଟମେଣ୍ଟକୁ ଏହି ଟିମ୍ ଯାଇ ସେଠାରେ ଦୀର୍ଘଦିନ ଧରି ଜମି ରହୁଥିବା ପାଣିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ ୨୦୧୨ରେ ଡେଙ୍ଗୁ ଜ୍ୱର ଉତ୍କଟ ରୂପ ଧାରଣ କରିଥିଲା। ଏହି ବର୍ଷ ମୋଟ ୫୩୩ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏମ୍କେସିଜି ମେଡିକାଲ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ବର୍ଷା ହେଲା ମାତ୍ରେ ଲୋକଙ୍କୁ ଡେଙ୍ଗୁ ଭୟ ଘାରିଥିଲା। ବିଶେଷକରି ଦୀର୍ଘଦିନ ଧରି ଜମାହୋଇ ରହୁଥିବା ପାଣିରୁ ଡେଙ୍ଗୁ ରୋଗର ବାହକ ଏଡିଶ ମଶା ସୃଷ୍ଟି ହୋଇଥାଏ। ବର୍ଷା ଦିନେ ସହରର ବିଭିନ୍ନ ସ୍ଥାନରେ ପଡି ରହୁଥିବା ଟାୟାର, ପଲିଥିନ, ପଇଡ଼ ଖୋଳପା ଓ ଭଙ୍ଗା ବାଲଟି ପ୍ରଭୃତି ସାମଗ୍ରୀରେ ପାଣି ଜମା ହୋଇ ରହିଥାଏ। ସାଧାରଣତଃ ଲୋକମାନଙ୍କ ଏହା ଉପରେ ଦୃଷ୍ଟି ପଡେ ନାହିଁ। ଏଭଳି ସାମଗ୍ରୀରେ ଦୀର୍ଘଦିନ ଧରି ପାଣି ଯେପରି ଜମି ନ ରହିବ ସେ ଦିଗରେ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଏପରିକି ସହରରେ ଜଳ ସମସ୍ୟା ଯୋଗୁ ଲୋକମାନେ ବଡ ବାଲଟି, ଡ୍ରମରେ ପାଣି ଗଛିତ ରଖିଥାନ୍ତି। ସେଥିରେ ମଧ୍ୟ ଦୀର୍ଘଦିନ ଧରି ପାଣି ରହିବା ଯୋଗୁ ସେଥିରେ ଏଡ଼ିଶ ମଶା ସୃଷ୍ଟି ହେବାର ଭୟ ରହିଛି। ଏଥିପ୍ରତି ଧ୍ୟାନ ଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ଡ୍ରମରେ ପାଣି ଜମା କରି ନ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଜନସାଧାରଣଙ୍କୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ଡ଼ମ୍ପିଂ ପଏଣ୍ଟ ରହିଥିବା ବେଳେ ତାହା ଠିକ୍ ଭାବେ ସଫା କରାଯାଉନାହିଁ। ଫଳରେ ସେଠାରେ ପାଣି ଜମି ରହୁଛି। ଏଣୁ ସେଥିରେ ମଧ୍ୟ ଏଡିସ ମଶା ଜନ୍ମ ହେବାର ଆଶଙ୍କା ରହିଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମା ଚୋକ ହୋଇ ରହିବା ଯୋଗୁ ଏହି ରୋଗର ବାହକ ଏଡିଶ୍ ମଶା ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଗର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏହା ସହିତ ଟିଫା ମେଶିନରେ ମଶା ମରା ଅଭିଯାନ ତ୍ୱରାନ୍ବିିତ କରିବାକୁ ଦାବି ହେଉଛି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍କେସିଜି ମେଡିକାଲ ଓ ସିଟି ହସ୍ପିଟାଲରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ବ୍ଲକସ୍ତରରେ ପିଏଚସି ଗୁଡିକରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଆବଶ୍ୟକ ସଚେତନ ଓ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯାଇ ପାରିଲେ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସିଡ଼ିଏମଓ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ୨୦୧୨ ପରେ ଜିଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି।
Posted inHome, ଆମ ଜିଲା ଖବର, ଗଞ୍ଜାମ View All
ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ
ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…
ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…
ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍; ଚାଲିଗଲା…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…
ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…
ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…
ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍, ଅର୍ଥ ଅନୁମୋଦନ କେବେ…?
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…
Archives

