ନାଟ୍ୟ ମାୟାରେ ବିମୁଗ୍ଧ ରମେଶ:ଅବସର ଜୀବନର ସ୍ବପ୍ନ ରହିଛି ଅଧୁରା

ଆରଡ଼ି, ୭।୮ (ଡି.ଏନ.ଏ.) – ନାଟ୍ୟକଳା ପ୍ରତି ପିଲାଦିନର ଆକର୍ଷଣ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ସେ ଏକାଧାରରେ ଥିଲେ ଅଭିନେତା ଓ ନାଟ୍ୟକାର। ଉଚ୍ଚଶିକ୍ଷା ଲାଭ ପରେ ପରିବାରର ବୋଝ ସମ୍ଭାଳିବାକୁ ସେ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ। ଅବସର ସମୟରେ ନାଟକ ରଚନା କରି କଳା ଦୁନିଆର ଆକର୍ଷଣ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ପରେ ୨୦୦୮ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସ୍ବପ୍ନ ଥିଲା ଅବସର ଜୀବନରେ କଳା ବିକାଶ କେନ୍ଦ୍ର ଖୋଲି ନୂଆ କଳାକାର ସୃଷ୍ଟି କରିବା ଓ ଗରିବ କଳାକାରଙ୍କୁ ପ୍ରଶିକ୍ଷଣ ଦେବା। କିନ୍ତୁ ରୋଗାକ୍ରାନ୍ତ ଶରୀର ତାଙ୍କ ବାଟ ଓଗାଳିଲା। ଏଣୁ ତାଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। କଳା ପାଇଁ ଜୀବନ ନା ଜୀବନ ପାଇଁ କଳା ଏହାର ଅର୍ଥ ସେ ଏବେ ମଧ୍ୟ ଖୋଜି ଚାଲିଛନ୍ତି।
ଏହି ନାଟ୍ୟ ପ୍ରତିଭା ହେଲେ ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ନାନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ପଣ୍ଡା। ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ପିଲାଦିନେ ଗଁା ଆଖପାଖରେ ଯେଉଁଠି ବି ଯାତ୍ରା କି ନାଟକ ମଞ୍ଚସ୍ଥ ହୁଏ, ସେଠାକୁ ଛୁଟି ଯାଆନ୍ତି। ସେ ଥିଲେ ନାଟ୍ୟ ମାୟାରେ ବିମୁଗ୍ଧ ଦର୍ଶକ। ନାଟକ ଦେଖୁ ଦେଖୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଶିକ୍ଷକତା ଚାକିରି ସମୟରେ କଳାର ଆକର୍ଷଣକୁ ଏଡ଼ାଇ ନ ପାରି ଦିନରେ ପିଲାଙ୍କୁ ପାଠ ପଢାଇ ସାରି ରାତିରେ ସାଜୁଥିଲେ କଳାର ପୂଜାରୀ। ନାୟକ, ଖଳନାୟକ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଅନେକ ପ୍ରଶଂସା ଓ କରତାଳି ସାଉଁଟିଛନ୍ତି। କେତେକ ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବା ସହ ପ୍ରାୟ ୨୫ଟି ନାଟକ ରଚନା କରିଛନ୍ତି। ବିଭିନ୍ନ ଗଁାକୁ ଯାଇ ଯୁବକଙ୍କୁ ଡ୍ରାମା ଶିଖାଇ ନାଟକ ମଞ୍ଚସ୍ଥ କରି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ‘ନଦୀର ନାମ ଅଶ୍ରୁଧାର ତଟର ନାମ ପ୍ରେମ’, ‘ସତୀ ଚଉଁରା’, ‘କାହାଣୀ ଏକ ବିପ୍ଲବୀର’, ‘ପ୍ରେୟସୀକୁ ଚିଠି’, ‘କିଏ ଭାଙ୍ଗିଦେଲା ସୁନା ସଂସାର’, ‘ମାଧବୀ ଅପାର ଗୋଲାପି ଓଠ’, ‘ପୁଅ ଚିହ୍ନିଲାନି ନିଜ ଗଁାକୁ’ ବହୁଚର୍ଚ୍ଚିତ ସଫଳ ନାଟକ। ଯାଜପୁର କଳା ନିକେତନ, ପୂରୀ ନାଟ୍ୟସଂସ୍ଥା, ଭଦ୍ରକ ପୂଜ୍ୟପୂଜ୍ୟା ସଂସ୍ଥା, ବାଙ୍କସାହି ନାଟ୍ୟ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଏଥିପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି। ହୃଦ୍‌ରୋଗରେ ପୀଡ଼ିତ ହେବା ପରଠାରୁ ସେ କଳା ଦୁନିଆଠାରୁ ଦୂରେଇ ଯାଇଛନ୍ତି। ଏବେ ରୋଗଶଯ୍ୟାରେ ବିତୁଛି ତାଙ୍କ ଦିନ। ଭଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ମନର କଥା କହିବାକୁ ଚାହିଁଲେ, ଲେଖି କରି ଦିଅନ୍ତି। ଜଣେ ଆଦର୍ଶ ଶିକ୍ଷକ ଓ କଳାକାର ଭାବେ ରମେଶ ଏକ ବିରଳ ଓ ଭିନ୍ନ ପ୍ରତିଭାର ଅଧିକାରୀ ହୋଇଥିଲେ ବି ଅବହେଳିତ ଓ ଅନାଲୋଚିତ ହୋଇ ରହିଛନ୍ତି ବୋଲି ଓଡ଼ିଶାର ବରିଷ୍ଠ ନାଟ୍ୟକାର ସନ୍ତୋଷ ପାଢ଼ୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri