ଆସନ୍ନ ବେକାରି ବିସ୍ଫୋରଣ

ବିମଳ ପ୍ରସନ୍ନ ଦାସ
ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ ବେକାରି ସମସ୍ୟା ବଡ଼ ବିପଦ ଭାବେ ଉଭା ହୋଇଛି। ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁଯାୟୀ ଲୋକମାନଙ୍କୁ କର୍ମସଂସ୍ଥାନ ମିଳୁନାହିଁ। ଏକ ଗଣତାନ୍ତ୍ରିକ ଶାସନର ସମୟସୀମା ୫ ବର୍ଷ ପୂରିବା ଆଗରୁ ସରକାର, ରାଜନୈତିକ ଦଳ, ନିର୍ବାଚନ କମିଶନ ପ୍ରଭୃତି ସଚେତନ ହୋଇ ଉଠନ୍ତି। ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ କରନ୍ତି। ଅନୁରୂପ ଭାବେ ସାଂସଦ ଓ ବିଧାୟକ ବର୍ଷ ବର୍ଷ ଧରି ଲୋକଙ୍କ ଅନୁରୋଧ ସତ୍ତ୍ୱେ ମନ ଦେଇ ନ ଥିବା କର୍ମ ଓ କର୍ତ୍ତବ୍ୟ ପ୍ରତି ହଠାତ୍‌ ସଜାଗ ହେଇ ଉଠନ୍ତି। ଏଥିରେ ବିସ୍ମିତ ହେବାର କିଛି ନାହିଁ। ଯଦି ପୂର୍ବର ପ୍ରତିଶ୍ରୁତି ଅନୁଯାୟୀ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ହୋଇ ନ ଥିବା ପ୍ରଶ୍ନ ଉଠେ, ତେବେ ନିର୍ଦ୍ଦିଷ୍ଟ ଉତ୍ତର ପରିବର୍ତ୍ତେ କୁହାଯାଏ ଏ ପର୍ଯ୍ୟନ୍ତ ସବୁ ଗ୍ରାମକୁ ସଡ଼କ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟାଳୟ, ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି, ଯାହା ହୁଏତ ପୂର୍ବରୁ କରାଯାଇଥାଏ। ତଥାପି ସରକାର ଯେପରି ନିଜର ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ ଦୃଢ଼ସଙ୍କଳ୍ପ, ପ୍ରତିନିଧିମାନେ ପୁଣି କ୍ଷମତାକୁ ଫେରିବା ପାଇଁ ବଦ୍ଧପରିକର।
ଲୋକମାନେ ରାସ୍ତାଘାଟ, ଛକ ସହର ବଜାରକୁ ଗଲେ ଦେଖନ୍ତି ରଙ୍ଗ ବେରଙ୍ଗର କେତେ ଆଖିଝଲସା ବିଜ୍ଞାପନ ଓ ଛବି। କେଉଁଠି ପ୍ରଧାନମନ୍ତ୍ରୀଙ୍କର ହାସ୍ୟମୁଖ ତ କେଉଁଠି ମୁଖ୍ୟମନ୍ତ୍ରୀଙ୍କ ପ୍ରସନ୍ନ ବଦନ। ଏମାନଙ୍କ ସହ ରାଜନୀତିରେ ନିଜକୁ ଚଳଚଞ୍ଚଳ ରଖିଥିତ୍ବା ଲୋକପ୍ରତିନିଧିମାନଙ୍କ ମନୋଲୋଭା ଚିତ୍ର। କିନ୍ତୁ ସହରଠାରୁ ଆରମ୍ଭ କରି ଗାଁ ଗହଳରୁ ଉଚ୍ଚଶିକ୍ଷା ପାଇଥିବା ଯୁବତୀଯୁବକମାନଙ୍କୁ ଘର ଆଗରେ ବା ବଜାରରେ ମୁହଁ ଶୁଖାଇ ଚାଲୁଥିତ୍ବା ଦେଖାଯାଏ। କାରଣ ପରିସଂଖ୍ୟାନ ବିଭାଗ ସୂଚନା ଦେଇଛି ଯେ, ଏମାନଙ୍କୁ ଛୋଟବଡ଼ ଚାକିରିଟିଏ ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଚଳିତବର୍ଷ ବେକାରଙ୍କ ସଂଖ୍ୟା ୭.୨ ପ୍ରତିଶତରେ ରହିଛି ଏବଂ ୪୦ ପ୍ରତିଶତ ଲୋକ ବେକାର ରହିଛନ୍ତି। ନିଯୁକ୍ତି ମିଳିବାର ଆଶା ନାହିଁ। ନେତାଙ୍କୁ ହାତରେ ରଖିଲେ, ତାଙ୍କ ପଛରେ ଗୋଡାଇଲେ ହୁଏତ ଚାକିରିଟିଏ ମିଳିଯିବ। ସେହି ଆଶାରେ ବେକାର ଯୁବତୀଯୁବକ ତାଙ୍କ ପଛରେ ଧାଡି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି।
ଓଡ଼ିଶା ପରି ଏକ କୃଷିପ୍ରଧାନ ରାଜ୍ୟରେ କର୍ମନିଯୁକ୍ତି କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ ବେକାରଙ୍କ ସଂଖ୍ୟା ୧୨ ଲକ୍ଷରୁ ଅଧିକ। ଅନୁରୂପ ଭାବେ ଦେଶରେ ବେକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩/୪ ବର୍ଷ ଧରି ନିଯୁକ୍ତି କ୍ଷେତ୍ରର ଅବସ୍ଥା ଅତ୍ୟନ୍ତ ନିରୁତ୍ସାହଜନକ ଓ ଉଦ୍‌ବେଗପୂର୍ଣ୍ଣ। ପରିସଂଖ୍ୟାନ କହେ, ଦେଶର ବେକାର ସଂଖ୍ୟା ୪୦ ପ୍ରତିଶତ।
ଆଉ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୭-୧୮ରେ ଭାରତର ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇ ୪୫ ବର୍ଷର ରେକର୍ଡକୁ ଭାଙ୍ଗି ଦେଇଛି। ଅର୍ଥାତ୍‌ ଏହି ସମୟରେ ସବୁଠାରୁ କମ୍‌ ଲୋକ ନିଯୁକ୍ତି ପାଇଛନ୍ତି। ସରକାରଙ୍କ ପ୍ରମୁଖ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି), ଷ୍ଟାଫ୍‌ ସିଲେକ୍ସନ କମିଶନ (ଏସ୍‌ଏସ୍‌ସି) ଏବଂ ରେଲଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ ବିଗତ ୪ ବର୍ଷ ମଧ୍ୟରେ ୩୮ ପ୍ରତିଶତ କମ୍‌ ନିଯୁକ୍ତି ସୃଷ୍ଟି କରିଛନ୍ତି। ୨୦୧୪-୧୫ରେ ଉପରୋକ୍ତ ସଂସ୍ଥା ୧ ଲକ୍ଷ ୩୦ ହଜାର ଯୁବତୀଯୁବକଙ୍କୁ ରୋଜଗାର ଦେଇଥିତ୍ବା ବେଳେ ୨୦୧୭-୧୮ରେ ୭୦,୮୦୫କୁ ଖସିଆସିଛି। ବିଡ଼ମ୍ବନାର କଥା ହେଲା, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ବ୍ୟାପକ ପଦବୀ ଖାଲି ପଡିଥିବା ବେଳେ ସେଗୁଡିକ ପୂରଣ କରାଯାଉନାହିଁ। ମାତ୍ର ଆହୁରି ଦୁଃଖଦ କଥା, ସରକାର ଏହା ସ୍ବୀକାର କରିବାକୁ ରାଜି ନୁହନ୍ତି। ଅପରନ୍ତୁ ବାହୁସ୍ଫୋଟ ମରାଯାଇ କୁହାଯାଉଛି ଯେ, ଦେଶରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ‘ବାହାପିଆଙ୍କ ବାରବାଟି ଚାଷ’ ବ୍ୟତୀତ ଏହା ବା ଆଉ କ’ଣ ହୋଇପାରେ?
କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଯୁବତୀଯୁବକଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହାର ନିଷ୍ଠୁର ବାସ୍ତବତା ଯୁବତୀଯୁବକ ଏବଂ ତାଙ୍କ ହତଭାଗ୍ୟ ମାତାପିତା ଅଙ୍ଗେ ନିଭାଉଛନ୍ତି। ଏପରି କି ପକୁଡିବାଲାଙ୍କୁ ନିଯୁକ୍ତି ପରିସରକୁ ଆଣି ସରକାର ରୋଜଗାର ସୁଯୋଗର ଯେଉଁ ନୂଆ ପରିଭାଷା ସୃଷ୍ଟି କଲେ, ତାହା ହାସ୍ୟାସ୍ପଦ ଓ ଲଜ୍ଜାଜନକ। ପ୍ରତ୍ୟେକ ଯୁବ ନାଗରିକଙ୍କ ଆଗରେ ସକାରାତ୍ମକ ଉପାୟରେ ଅର୍ଥ ଉପାର୍ଜନର ସମ୍ଭାବନା ଥିଲେ ସେ ଲକ୍ଷ୍ୟଭ୍ରଷ୍ଟ ହେବେନାହିଁ। ଯଦି ରାଷ୍ଟ୍ର ଯୁବଶକ୍ତିଙ୍କ ପାଇଁ ଚାକିରି ବା ଔଦ୍ୟୋଗିକ ନିଯୁକ୍ତି ସୃଷ୍ଟି କରିବାକୁ ସମର୍ଥ ହେବନାହିଁ, ସେମାନେ ହୁଏତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ବିଭିନ୍ନ ପ୍ରଲୋଭନର ଶିକାର ହୋଇ ବଞ୍ଚି ରହିବାକୁ ବାଧ୍ୟ ହେବେ। ଆଜିର ‘ବେକାରି’ ସରକାର ଓ ସମାଜ ପାଇଁ ଏକ ସତର୍କ ଘଣ୍ଟି। ସମାଧାନରେ ବିଳମ୍ବ ହେଲେ ବିସ୍ଫୋରଣ ଅବଶ୍ୟମ୍ଭାବୀ।
ମୋ-୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri