ଆଶ୍ରମ ସ୍କୁଲର ଅବସ୍ଥା

ଅନ୍ନପୂର୍ଣ୍ଣା ପାଣ୍ଡେ
ଦୀର୍ଘଦିନ ହେଲା ବିଦେଶରେ ରହି ମଧ୍ୟ ମୁଁ ଦେଶମାଟିକୁ ଭୁଲିପାରିନାହିଁ। ବରଂ କିଛି ଅଘଟଣ ଘଟିବା ଖବର ପାଇ ବେଶି ବେଶି ଘାରି ହୋଇଛି। ଖବରକାଗଜରେ ପଢିଲି ଆଶ୍ରମ ବିଦ୍ୟାଳୟରେ ୧୩ ବର୍ଷର ଝିଅ ଅନ୍ତଃସତ୍ତ୍ୱା। ଆଉ ଗୋଟିଏ ଘଟଣା ମଧ୍ୟ ମୋତେ ଚକିତ କରିଥିଲା। ତାହା ହେଉଛି ପ୍ରଧାନଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଟିଏ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀମାନେ ଏକ କୋଠରିରେ ତାଲା ପକାଇ ଜିଲା ଅଧିକାରୀମାନଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି। ସେମାନେ ସ୍କୁଲ ସମୟରେ ପ୍ରେମାଳାପରେ ବ୍ୟସ୍ତ ରହନ୍ତି ଓ ଛାତ୍ରମାନଙ୍କୁ ଗୃହର ଭୃତ୍ୟ ଭଳି ବ୍ୟବହାର କରନ୍ତି। ଛାତ୍ରୀଛାତ୍ର ସେମାନଙ୍କୁ ସ୍କୁଲରୁ ବାହାର କରାଯାଉ ବୋଲି ଦାବି କରିଛନ୍ତି। ଏହା କେତୋଟି ଦୃଷ୍ଟାନ୍ତ ମାତ୍ର। ପ୍ରକୃତରେ ଆଶ୍ରମ ସ୍କୁଲମାନଙ୍କରେ ଅନେକ ବିଶୃଙ୍ଖଳା। ଝିଅମାନଙ୍କ ଅବସ୍ଥା ବଡ ଶୋଚନୀୟ। ମୁଣ୍ଡରେ ଉକୁଣି ଅଛି କହି ସେମାନଙ୍କୁ ଲମ୍ବା ବାଳ କାଟିବାକୁ ବାଧ୍ୟ କରାଯାଏ। ସେମାନଙ୍କର ଘର ଖାଦ୍ୟକୁ ନାକଚ କରାଯାଏ। ପଢା ନାମରେ ନାନା ଭେଦଭାବ ସୃଷ୍ଟି କରାଯାଏ। ଏବେ ଭାରତ ଯାଇଥିବା ବେଳେ ରାୟଗଡା ଯିବାର ସୁଯୋଗ ହୋଇଥିଲା। ସେଠାରେ ଶୁଣିଲି ଯେ ଆଶ୍ରମ ବିଦ୍ୟାଳୟରେ ପଢିଥିବା ଝିଅପୁଅମାନେ ବିଶେଷ କିଛି ଶିଖୁନାହାନ୍ତି। ବରଂ ଗାଈ ଚରାଉଛନ୍ତି ବା ବେକାର ହୋଇ ବୁଲୁଛନ୍ତି।
ଏଠାରେ ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ଦେଶର କିଛି ତଥ୍ୟ ତୁଳନାତ୍ମକଭାବେ ରଖୁଛି। ଊନବିଂଶ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସେମାନଙ୍କର ସ୍ଥାନୀୟ ଲୋକମାନଙ୍କୁ ବହୁ ଅତ୍ୟାଚାର ସହିବାକୁ ପଡୁଥିଲା। ସେମାନଙ୍କ ଛୁଆମାନଙ୍କୁ ଘରୁ ନେଇ ଆବାସିକ ବିଦ୍ୟାଳୟମାନଙ୍କରେ ରଖାଯାଉଥିଲା। ସେମାନଙ୍କୁ ନିଜର ଭାଷା, ଧର୍ମ ଏବଂ ଚଳନି ଭୁଲିଯିବା ପାଇଁ ଅନେକ ପ୍ରକାର ଚେଷ୍ଟା କରାଯାଉଥିଲା। ସେମାନଙ୍କ କେଶ କାଟି ଦିଆଯାଉଥିଲା। ନାଁ ବଦଳାଇ ଭିନ୍ନ ଧର୍ମର ନାଁ ଦିଆଯାଉଥିଲା ଏବଂ ନିଜ ଭାଷା ବ୍ୟବହାର କଲେ ମଧ୍ୟ ଦଣ୍ଡ ମିଳୁଥିଲା। ସେମାନଙ୍କର ସ୍ବାତନ୍ତ୍ର୍ୟ ଲୋପ କରିବା ପାଇଁ ଏସବୁ ପ୍ରୟାସ ଥିଲା।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ବ୍ରିଟିଶ ଲୋକମାନେ ଓଡିଶା ଆସି କେତେଗୁଡିଏ ମିଶନ ବସାଇଲେ। ମିଶନାରୀମାନେ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ବିଭିନ୍ନ ବିଦ୍ୟାଳୟ ଆରମ୍ଭ କଲେ। ଜଣେ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‌ ଭେରିୟର ଏଲଓ୍ବିନ ଆଦିବାସୀ ପିଲାଙ୍କ ପାଇଁ ଆଶ୍ରମ ସ୍କୁଲକୁ ଖୁବ୍‌ ପ୍ରୋତ୍ସାହନ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଆଦିବାସୀ କଲ୍ୟାଣ ଯୋଜନାର ସେ ଜଣେ ପରାମର୍ଶଦାତା ଥିଲେ। ତାଙ୍କର ମତ ଥିଲା ଯେ ଆଶ୍ରମ ବିଦ୍ୟାଳୟ ଆଦିବାସୀ ପିଲାମାନଙ୍କୁ ମୌଳିକ ଶିକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ସାମାଜିକ ଶୋଷଣରୁ ରକ୍ଷା କରିବ। ଆଦିବାସୀଙ୍କ ଉପରେ ସାହୁକାର ଓ ଧୋବଧାଉଳିଆ ଲୋକମାନଙ୍କର ଅତ୍ୟାଚାର ବିଷୟ ଆପଣମାନେ ଗୋପୀନାଥ ମହାନ୍ତିଙ୍କ ‘ପରଦା’ରୁ ଅବଗତ ହୋଇଥିବେ ନିଶ୍ଚୟ। ଅବଶ୍ୟ ‘ପରଦା’ ରଚନା ପରଠାରୁ ଦୀର୍ଘଦିନ ଅତିବାହିତ ହୋଇଗଲାଣି। କିନ୍ତୁ ଏତେ ଯତ୍ନ, ଅର୍ଥ ଖର୍ଚ୍ଚ, ସରକାରୀ ଯୋଜନା ସତ୍ତ୍ୱେ ସତରେ କ’ଣ ସେମାନେ ସୁରକ୍ଷିତ? ବିଶେଷକରି ଆଦିବାସୀ ଝିଅମାନେ ତ ଖୁବ୍‌ କଷ୍ଟରେ ଅଛନ୍ତି। ଆମେରିକାରେ ଆମେରିକୀୟ ଆଦିବାସୀ ପିଲାମାନଙ୍କୁ ଦୂରଦୂରାନ୍ତ ଆବାସିକ ବିଦ୍ୟାଳୟରେ ରଖିବାର କାରଣ ଅଲଗା ଥିଲା। ଆମେରିକାରେ ଊନବିଂଶ ଓ ବିଂଶ ଶତାବ୍ଦୀରେ ସରକାର ତାଙ୍କ ଆଦିବାସୀମାନଙ୍କ ସହିତ ୪୦୦ ଚୁକ୍ତିପତ୍ର କରାଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ କେନ୍ଦ୍ର ସରକାର ଆଦିବାସୀମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ଓ ଭରଣପୋଷଣର ଦାୟିତ୍ୱ ନେବେ। କିନ୍ତୁ ଦୁଃଖର ବିଷୟ ଯେ ଏହା କାର୍ଯ୍ୟରେ ସମ୍ଭବ ହୋଇପାରିଲା ନାହିଁ। ଖାଦ୍ୟ ଦେବା ନାମରେ ଆମେରିକା ସରକାର ଆଦିବାସୀଙ୍କ ଜାଗାରେ କଳକାରଖାନା ଓ ଖାଦ୍ୟ ବିକ୍ରି କାମ ଆରମ୍ଭ କଲେ। ବ୍ୟବସାୟୀ ନିଜ ନିଜ ଦୋକାନ ବସାଇ ଆୟର ପନ୍ଥା ବାହାର କଲେ। ଅପରପକ୍ଷରେ ଆଦିବାସୀଙ୍କର ଖାଦ୍ୟ ଯୋଗାଡ଼ ପ୍ରଣାଳୀ ଯଥା ଶିକାର ଓ ଅନ୍ୟ ସମସ୍ତ ପ୍ରକାର ଚାଷ କାର୍ଯ୍ୟ ବନ୍ଦ ହୋଇଗଲା।
ଆଦିବାସୀମାନଙ୍କର ଶିକ୍ଷାର ଦାୟିତ୍ୱ କିନ୍ତୁ ଚର୍ଚ୍ଚ ହାତରେ ରହିଲା। ଖ୍ରୀଷ୍ଟିଆନ ଶିକ୍ଷାଳୟଗୁଡିକ ଆମେରିକାର ଆଦିବାସୀଙ୍କୁ ଘୃଣା କରୁଥିଲେ ଓ ନିମ୍ନସ୍ତରରେ ରଖିଥିଲେ। ଏହିଭଳି ଶିକ୍ଷା ଦ୍ୱାରା ସେମାନେ ତାଙ୍କର ନିଜର ଭାଷା ଏବଂ ସଂସ୍କୃତି ଭୁଲିବାକୁ ଲାଗିଲେ, ଯାହାଦ୍ୱାରା ଶିକ୍ଷିତ ହୋଇ ସେମାନେ ସମ୍ପୂର୍ଣ୍ଣ ଆମେରିକୀୟ ହୋଇପାରିଲେ ନାହିଁ କିମ୍ବା ନିଜ ସଂସ୍କୃତିକୁ ଆଦରିପାରିଲେ ନାହିଁ। ସେମାନଙ୍କୁ ବାରମ୍ବାର ଅବଗତ କରାଗଲା ଯେ ”ତୁମେ ଆଦିବାସୀ। ତେଣୁ ଆଦିବାସୀ ଭଳି ବ୍ୟବହାର କରି ଶିଖ।“ ବର୍ତ୍ତମାନ ସେଠାକାର ଆଦିବାସୀମାନେ ମଦ୍ୟପାନ କରିବା ସହ ଡାଇବେଟିସ୍‌, ହୃଦ୍‌ରୋଗ ଓ ମାନସିକ ରୋଗରେ ପୀଡିତ।
ଏଠାରେ କେତୋଟି ପୁରାତନ ତଥ୍ୟ ଉପସ୍ଥାପନ କରୁଛି। ୧୮୭୦ ଏବଂ ୧୮୮୦ ବେଳକୁ ଆମେରିକାର କେନ୍ଦ୍ର ସରକାର ୩ଟି ଆବାସିକ ବିଦ୍ୟାଳୟ ଆରମ୍ଭ କରିଥିଲେ। ଗୋଟିଏ ପେନ୍‌ସିଲଭାନିଆରେ କାର୍ଲାଇଲ ବିଦ୍ୟାଳୟ, ଦ୍ୱିତୀୟଟି ଲରେନ୍ସ କସାସର ବିଦ୍ୟାଳୟ ଓ ତୃତୀୟଟି ରିଭରସାଇଡ କାଲିଫର୍ନିଆ ପ୍ରଦେଶରେ ଥିଲା। ତାଙ୍କର ପାଠ୍ୟକ୍ରମରୁ ଜଣାପଡେ ଯେ ତାଙ୍କର ଶିକ୍ଷା ପ୍ରଣାଳୀ ଦେଶର ଧଳା ଓ କଳା ଲୋକଙ୍କଠାରୁ ଅଲଗା ଥିଲା। ସେମାନଙ୍କୁ କେବଳ ଶ୍ରମ ଉପଯୋଗୀ ଟ୍ରେନିଂ ଦିଆଯାଉଥିଲା। ସେଠାରୁ ଉତ୍ତୀର୍ଣ୍ଣ ହେଲେ ସେମାନେ କେବଳ ଛୋଟକାଟିଆ ଚାକିରି କରିବାକୁ ଯୋଗ୍ୟ ହେଉଥିଲେ। ବର୍ତ୍ତମାନ ସେହି ବିଦ୍ୟାଳୟଗୁଡିକ ବନ୍ଦ ହୋଇଯାଇଛି। ସେହି ଶିକ୍ଷାର ଭବିଷ୍ୟତ ପିଢି ଉପରେ ପ୍ରଭାବ କଳନା କରିବା ସମ୍ଭବ ନୁହେଁ।
ଏହା ଉପରେ ଅନେକ ଆଲୋଚନା ହୋଇଛି। ବିଭିନ୍ନ ସମୟରେ ଅଭିଜ୍ଞ ବ୍ୟକ୍ତିମାନେ ବିଭିନ୍ନ ରିପୋର୍ଟ ଦେଇଛନ୍ତି। ଯେମିତି ଆମେରିକାର ଆଦିବାସୀମାନଙ୍କର କେଶ କାଟିଦେବା, ନାମ ପରିବର୍ତ୍ତନ କରିଦେବା ପ୍ରଭୃତି ଆମେ ଆଗରୁ ଆଲୋଚନା କରିଛେ। ନିଜର ଭାଷା ଉଚ୍ଚାରଣ କରିଦେଲେ ସେମାନଙ୍କ ଜିଭରେ ଲଙ୍କା ଲଗାଇ ଦିଆଯାଉଥିଲା ଏବଂ ପାଟିକୁ ସାବୁନ୍‌ରେ ଧୋଇବା ପାଇଁ ନିର୍ଦ୍ଦେଶ ଦିଆଯାଉଥିଲା। ଏଭଳି ଏକଲାପଣ ଆଦିବାସୀ ପିଲାଙ୍କୁ ନିଃସଙ୍ଗ କରି ଦେଉଥିଲା ଓ ସେମାନେ ଅନ୍ୟମାନଙ୍କଠାରୁ ଭିନ୍ନ ଏକଥା ସେମାନଙ୍କୁ ବାରମ୍ବାର ମନେ ପକାଇ ଦିଆଯାଉଥିଲା। ବର୍ତ୍ତମାନ ଆମେରିକାର ଆଦିବାସୀ ଅଞ୍ଚଳରେ ଆତ୍ମହତ୍ୟା, ବିଭିନ୍ନ ମାନସିକ ରୋଗ ତଥା ପାରିବାରିକ ହିଂସା ପ୍ରଭୃତି ଏହି ଶିକ୍ଷାର ସୁଦୂରପ୍ରସାରୀ ବିଷମୟଫଳ। ବର୍ତ୍ତମାନ ଆମେ ଓଡ଼ିଶାର ଆଶ୍ରମ ବିଦ୍ୟାଳୟମାନଙ୍କ ସମ୍ପର୍କରେ ଆଲୋଚନା କରିବା। ଏହି ଆଶ୍ରମ ବିଦ୍ୟାଳୟଗୁଡିକ ପ୍ରାୟ ଆମେରିକା ଏବଂ କାନାଡାର ଢାଞ୍ଚା ଦ୍ୱାରା ଅନୁପ୍ରାଣିତ। ଏହି ବିଦ୍ୟାଳୟଗୁଡିକରୁ ଉତ୍ତୀର୍ଣ୍ଣ ହୋଇଥିବା ଆଦିବାସୀ ପିଲାମାନେ ସମାଜରେ ବଡ଼ ନାମ କରିବାର ଆମେ ଶୁଣୁନାହୁଁ। ତା’ଛଡା ନାନା ପ୍ରକାର ଦୁର୍ନୀତି, ଅପକର୍ମ ଏବଂ ଆଦିବାସୀ ଝିଅମାନଙ୍କ ଉପରେ ହେଉଥିବା ଶାରୀରିକ ଅତ୍ୟାଚାର ସମ୍ପର୍କରେ ବାରମ୍ବାର ଖବରକାଗଜରୁ ପଢିବାକୁ ପଡୁଛି।
ଟିକିଏ ଆତ୍ମୀୟତା ଦେଖାଇ ଆମେ ସେମାନଙ୍କ ନିକଟକୁ ଯାଇପାରନ୍ତେ କି? ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବାକୁ ଆପଣାପଣ ହିଁ ଲୋଡା ବୋଲି ମୁଁ ଭାବୁଛି। ଏହି ବିଦ୍ୟାଳୟର ପାଠ୍ୟପ୍ରଣାଳୀ ଉପରେ ଗବେଷଣା ହେବା ଉଚିତ। ଏହିଭଳି ଏକାଧିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ପ୍ରତିଦିନର ଅଭିଜ୍ଞତା, ସେମାନଙ୍କ ଅନୁଭବ ତଥା ଘରଠାରୁ ଏବଂ ସମାଜଠାରୁ ଦୂରରେ ରହିବାର ଅନୁଭବକୁ ମଧ୍ୟ ସମ୍ବେଦନଶୀଳ ହୋଇ ସମୀକ୍ଷା କରିବା ଆବଶ୍ୟକ।
adpandey101@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri