ଆଶାରେ ସଞ୍ଜୀବନୀ

ଡ. ଅଜୟ କୁମାର ନନ୍ଦ

ବିଜ୍ଞାନ ଯୁଗରେ ଆଜିର ଯନ୍ତ୍ରମାନବ ମଧ୍ୟ ଭୟ ଓ ଆଶଙ୍କାଜନିତ ଦୋଛକି ଗ୍ଲାନିରୁ ବର୍ତ୍ତି ପାରୁନାହାନ୍ତି। କେଉଁ ଗୋଟିକର ଉଚିତ ମୁକାବିଲା କରି ନ ପାରିବା, ଉଭୟ ଜ୍ଞାନ ଆହରଣ ଓ ବିଜ୍ଞାନ ପ୍ରୟୋଗର ପରିପକ୍ୱତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶ୍ୱର କୋଣ ଅନୁକୋଣ,ଏପରି କି ଦେଶ ବିଦେଶରୁ ଟପି ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରୁଛନ୍ତି ସଂକ୍ରମଣଜନିତ ଏକ ଅଜଣା ରୋଗର ଭୟ। ବୈଶ୍ବିକ ମହାମାରୀକୁ ରୋକିବା ବା ନିଦାନ କରିବାର ଯୋଜନା ଦିନକୁ ଦିନ ଗଡ଼ିବାରେ ଲାଗିଛି। ବିଶ୍ୱର ଅନେକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ମଧ୍ୟ ଏ ଅଦୃଶ୍ୟ ଯୁଦ୍ଧର ରଣନୀତି ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତିରେ ଉପନୀତ ହୋଇପାରୁନାହାନ୍ତି।
ଭୂତାଣୁ ସଂକ୍ରମଣ ତାଲିକାରେ ଉଭୟ ଦେଶ ଓ ରାଜ୍ୟ ସକ୍ରିୟ ହେବା ଇତିମଧ୍ୟରେ ଆଠମାସ ଅତିବାହିତ ହୋଇଗଲାଣି। ସଂକ୍ରମଣ ରୋକିବା ନେଇ ସରକାରଙ୍କର ସମସ୍ତ ପ୍ରାଥମିକ ପ୍ରକ୍ରିୟା ଯଥା ଲକ୍‌ଡାଉନ, ଶଟ୍‌ଡାଉନ ଓ ଅନ୍‌ଲକର ପଞ୍ଚମ ପର୍ଯ୍ୟାୟ ଇତିମଧ୍ୟରେ ଶେଷ ହୋଇଥିଲା ବେଳେ ସାମାଜିକ ଦୂରତା, ମାସ୍କ ପରିଧାନ, ବାରମ୍ବାର ହାତ ସଫା ଆଦି କୋଭିଡ୍‌ ନିୟମ ଉଭୟ ସଂକ୍ରମଣ ରୋକିବା ଓ ଆରୋଗ୍ୟ ହାର ବଢ଼ାଇବା ନିମନ୍ତେ ଅନେକାଂଶରେ ସଫଳ ହୋଇଛି। ପୁନଶ୍ଚ କେଉଁଠାରେ ପୁନଃ ସଂକ୍ରମଣର ଭୟ ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିପକାଉଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜଳବାୟୁର ଅହେତୁକ ପରିବର୍ତ୍ତନ ଏଲନିନୋ ପ୍ରବାହରେ ଚଳିତବର୍ଷ ଶୀତର ପ୍ରକୋପ ପୂର୍ବ ବର୍ଷ ତୁଳନାରେ ଅଧିକ ଅନୁଭୂତ ହେବ, ଯାହା ମହାମାରୀ ସଂକ୍ରମଣକୁ ଖୋରାକ ଯୋଗାଇବ। ଅନ୍ୟପକ୍ଷରେ ଉଭୟ ଜୀବନ ଓ ଜୀବିକାକୁ ବାଦ୍‌ ନ ଦେଇ ସଂକ୍ରମଣର ଦୃଢ଼ ମୁକାବିଲା କରିବାରେ ଜନସାଧାରଣଙ୍କର ଅହେତୁକ ସମର୍ଥନ ଓ ଶୃଙ୍ଖଳିତ ଆଚରଣ ସ୍ପଷ୍ଟ ପ୍ରମାଣିତ ହୋଇଛି। ମହାମାରୀ ପ୍ରବାହଜନିତ ଅର୍ଥନୀତି ସୁଧୁରିବାରେ ସବୁଜ ସଙ୍କେତ ପ୍ରତୀୟମାନ ହେଉ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ପିଢ଼ି ଓ ଦୀର୍ଘଦିନ ବନ୍ଦହୋଇ ରହିଥିବା ମଣିଷଗଢ଼ା କାରଖାନା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପୁନଃ ସଞ୍ଚାଳନ ସହିତ ଛାତ୍ରୀଛାତ୍ରଙ୍କ ପାଠ ପଢା ଏବେ ପ୍ରମୁଖ ଆହ୍ବାନ ହୋଇ ଛିଡାହୋଇଛି। ସରକାର ଏ ଦିଗରେ ଅଧିକ ସମ୍ବେଦନଶୀଳ ଥିଲେ ମଧ୍ୟ ଅଭିଭାବକ, ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ହିଁ ଆଣିଦେବ ଅସୁସ୍ଥ ଶିକ୍ଷା ବ୍ୟବସ୍ଥାରେ ସୁସ୍ଥ ମଲମ। ଜନସ୍ବାସ୍ଥ୍ୟ ସହିତ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସପକ୍ଷରେ ଅନେକ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ମାନେ ମତ ସାବ୍ୟସ୍ତ କରୁଛନ୍ତି। ଶିକ୍ଷା ବର୍ଷର ଅର୍ଦ୍ଧାଧିକ ସମୟ ଅତିକ୍ରମ କରିବାକୁ ବସିଥିବାବେଳେ, ଛାତ୍ରୀଛାତ୍ରମାନଙ୍କ ନିମନ୍ତେ ଭବିଷ୍ୟତର ଅଗ୍ନିପରୀକ୍ଷା ଯଥା ଦଶମ ଓ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ପରିଚାଳନା ନେଇ ସମସ୍ୟା ଠିଆ ହୋଇଛି। ବାକି ସମୟର ସଦୁପଯୋଗ କରି ପାଠ୍ୟକ୍ରମ ସାରିବା ନେଇ କେଉଁ ରଣନୀତି ଆପଣେଇବାକୁ ପଡିବ ଉଭୟ ସରକାର ଓ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ। ଅନ୍‌ଲାଇନ ଶିକ୍ଷା କ୍ଷେତ୍ରରେ ବୈଷୟିକ ଭିତ୍ତିଭୂମି, ଅଭିଭାବକଙ୍କ ଆର୍ଥିକ ସଙ୍କଟ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ଏ ଦିଗରେ ବାଧକ ସୃଷ୍ଟି କରୁଛି। ଯଦିଓ ଏକତୃତୀୟାଂଶ ଛାତ୍ରୀଛାତ୍ର ସୁଫଳ ପାଇଛନ୍ତି ବାକି ସମସ୍ତେ ଏଥିରୁ ବଞ୍ଚିତ ହୋଇ ମାନସିକ ଅବସାଦରେ ଛନ୍ଦି ହୋଇପଡିଛନ୍ତି। ଅନ୍ୟପକ୍ଷରେ ସ୍କୁଲରେ ପିଲାଙ୍କ ଶାରୀରିକ ଉପସ୍ଥିତି କୋଭିଡ୍‌ ସଂକ୍ରମଣକୁ ଭୟାନକ କରିପାରେ ବୋଲି ଆନ୍ଧ୍ରପ୍ରଦେଶର ଏକ ସ୍କୁଲ ଖୋଲିବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ପିଲାମାନଙ୍କ ଯାତାୟାତ ଠାରୁ ଆରମ୍ଭ କରି କୋଭିଡ୍‌ ନିୟମ ଅନୁପାଳନ କରିବା ସହିତ ଶ୍ରେଣୀ ଗୃହରେ ଶୃଙ୍ଖଳିତ ଶିକ୍ଷାଦାନ କରିବା ନେଇ ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏସବୁ ସାବଧାନତା ଅବଲମ୍ବନ ଏକ ସାମୟିକ ପଦକ୍ଷେପ ହେଲେ ମଧ୍ୟ ଏହା ଦୀର୍ଘକାଳୀନ ସମାଧାନ ହୋଇ ନ ପାରେ। ଏବେ ସମସ୍ତଙ୍କ ଆଖି ଗୋଟିଏ ଜିନିଷ ଉପରେ କେନ୍ଦ୍ରୀଭୂତ ହୋଇଛି ତାହା ହେଲା କୋଭିଡ୍‌ ଭ୍ୟାକ୍ସିନ୍‌ ବା ଟିକା। କେବଳ ଭ୍ୟାକ୍ସିନ୍‌ ହିଁ ଆଣିପାରିବ ମହାମାରୀର ଅନ୍ତ, ଏହା ନିଃସନ୍ଦେହ।
ବିଶ୍ୱରେ ଟିକା ପ୍ରସ୍ତୁତିରେ ଇଂଲଣ୍ଡର ଅକ୍ସଫୋର୍ଡ ୟୁନିଭର୍ସିଟି ସମେତ ରୁଷିଆ, ଜର୍ମାନୀ, ଭାରତ, ଚାଇନା, ଆମେରିକା ପ୍ରଭୃତି ଦେଶ ଅହରହ ସଂଗ୍ରାମ ଚାଲୁ ରଖି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବା କୁହାଯାଉଛି। ସୂଚନାନୁଯାୟୀ ୧୪୧ଟି ଟିକାର ପରୀକ୍ଷଣ ମଧ୍ୟରୁ ବିଭିନ୍ନ ଦେଶରେ ୪୧ଟି ଟିକାର ମାନବ ପରୀକ୍ଷଣ ଚାଲୁ ରହିଛି। ଚଳିତବର୍ଷର ଶେଷ ଓ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଏହା ଅସିବ ବୋଲି କେତେକ ଦେଶର ବୈଜ୍ଞାନିକମାନେ ଆଶାବ୍ୟକ୍ତ କରୁଛନ୍ତି। ଏହାର ନିରାପତ୍ତା, ଗୁଣବତ୍ତା ଓ ପରିପକ୍ୱତା ଆଦିର ସଫଳ ରୂପାୟନ ହୋଇ ନ ଥିଲା ବେଳେ ଟିକା ଯୋଗାଣ ରାଜନୀତି ଏବେ ଜୋର ଧରିଛି। ଏପରି କି ବିଶ୍ୱର ବିକଶିତ ରାଷ୍ଟ୍ର ଆମେରିକା ତା’ର ରାଷ୍ଟ୍ରପତି ନିର୍ବାଚନର ଇସ୍ତାହାରରେ ମୁଖ୍ୟ ପ୍ରସଙ୍ଗ ବୋଲି ଅଭିହିତ କରିଥିଲା। ଅନ୍ୟପଟେ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ମଧ୍ୟ ଏ ଦୌଡ଼ରୁ ପଛେଇ ଯାଇ ନ ଥିଲା। ବିଭିନ୍ନ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ଓ ଉପନିର୍ବାଚନରେ ଏପରି ଏକ ଅପରାଜେୟ ବା ସହଜ ଅସ୍ତ୍ରକୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ରଣାଙ୍ଗନରେ ସାମିଲ କରାଇବାରେ ହାତଛଡ଼ା କରିବାକୁ ପଛାଇ ନ ଥିଲେ। ସମ୍ଭାବନାରେ ଥିବା ବିଶଲ୍ୟକରଣୀ ବା ମହାମାରୀ ପ୍ରତିଷେଧକ ଟିକା ଭାରତର ସବୁ ଲୋକଙ୍କୁ ଏକା ସମୟରେ ଦିଆଯିବା ପାଇଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ କରିବା ଆବଶ୍ୟକ। ଟିକା ଯୋଗାଣ ମିଶନ ଭଳି ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଜରିଆରେ ସ୍ବାସ୍ଥ୍ୟକର୍ମୀମାନଙ୍କ ଦ୍ୱାରା ସମସ୍ତଙ୍କୁ ଟିକା ଦେବା ହିଁ ମୁକ୍ଷ୍ୟ ଲକ୍ଷ୍ୟ ହେବା ଉଚିତ।
ବିଶ୍ୱନାଥ କୁଟୀର, ନୀଳକଣ୍ଠପୁର, ପୁରୀ
ajayakumananda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri