ଉଦଳା,୯ା୫(ଡି.ଏନ୍.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ ଅନେକ ସ୍ଥାନରେ ଦୁର୍ବ୍ୟବହାର କରାଯିବା ସହିତ ମାଡ଼ ମରାଯାଉଥିବା କଥା ସାମ୍ନାକୁ ଆସୁଛି ା ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଘଟିଯାଇଛି ଏହି ଭଳି ଏକ ସ୍ପର୍ଶକାତର ଘଟଣା। କରୋନା ସଚେତନତା କାର୍ଯ୍ୟରେ ଯାଇଥିବା ଜଣେ ଆଶାକର୍ମୀ ଓ ଓ୍ବାର୍ଡମେମ୍ବରଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପୋଲିସ ସୂଚନା ଅନୁୟାୟୀ, କରୋନା ଯୋଗୁ ବାଲେଶ୍ୱର ଜିଲା ଏବେ ରେଡ୍ ଜୋନ୍ରେ ରହିଛି। ଏହି ଜିଲାର ରାଜବରହମପୁର ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ଉଦଳା ଥାନା ଅଧୀନ ଜାଲଦା ଗ୍ରାମର ଜଣେ ଯୁବକ ଯାଇଥିଲେ ା ଉକ୍ତ ଯୁବକ ଜଣକ ବୁଧବାର ରାତିରେ ନିଜ ସ୍ତ୍ରୀଙ୍କ ସହିତ ଶ୍ୱଶୁର ଘରୁ ନିଜ ଗ୍ରାମକୁ ଫେରି ଆସିଥିଲେ। ଖବରପାଇ ଜାଲଦା ଗ୍ରାମର ଆଶାକର୍ମୀ ଆରତୀ ମଲ୍ଲିକ ଏବଂ ୱାର୍ଡମେମ୍ବର ଜୟନ୍ତୀ ମଲ୍ଲିକ ଗୁରୁବାର ସକାଳେ ସମ୍ପୃକ୍ତ ଯୁବକଙ୍କ ଘରକୁ ପଚରାଉଚରା ପାଇଁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାର ଲୋକେ ଆଶାକର୍ମୀ ଏବଂ ୱାର୍ଡମେମ୍ବରଙ୍କ ଉପର ଆକ୍ରମଣ କରିଥିଲେ। ଆଶାକର୍ମୀଙ୍କ ଉପରକୁ ଜୋତା, ପନିଖି ଓ ବିଭିନ୍ନ ମାରଣାସ୍ତ୍ର ଫୋପାଡିଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବା ପରେ ଆଶାକର୍ମୀ ସେଠାରୁ ଚାଲି ଆସି ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ଅଭିଯୋଗକୁ ଆଧାର କରି ପୋଲିସ୍ ଏକ ମାମଲା(ନଂ.୧୩୭/୨୦୨୦)ରୁଜୁ କରି ତଦନ୍ତ ଆରମ୍ଭ କରିଛି ା
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...
ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...
ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା
ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...
ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …
ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...
Archives


