ବର୍ଷକ ପରେ ମିଳିଲା ଫନି ସହାୟତା: ବ୍ଲକ ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ବେତନଟୀ,୯ା୫(ଡି.ଏନ୍‌.ଏ.)- ୨୦୧୯ରେ ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାକୁ ଦୃଷ୍ଟିରେ କ୍ଷତିଗ୍ରସ୍ତମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ମୁକ୍ତାପୁର ପଞ୍ଚାୟତ ଅଧୀନ ଛଚିନାପଦା ଓ ଛୋଟରାୟପୁର ଗ୍ରାମର କୁମ୍ଭକାରମାନେ ସେହି ସମୟରେ ସହାୟତା ପାଇବା ପାଇଁ ଆବେଦନ କରିଥିଲେ। ଏହି ଆବେଦନ ବେତନଟୀ ବ୍ଲକର ଶିଳ୍ପ ବିକାଶ ଅଧିକାରୀ ମନୋରଞ୍ଜନ ପାତ୍ରଙ୍କ ଜରିଆରେ ହୋଇଥିଲା ବେଳେ ବର୍ଷକ ପରେ ୨୦୨୦ରେ ଆବେଦନକାରୀଙ୍କୁ ସହାୟତା ରାଶି ମିଳିଛି। ମାତ୍ର ଏହି ସହାୟତା ରାଶି ଗ୍ରାମର ଅଳ୍ପ ସଂଖ୍ୟକ ଗ୍ରାମବାସୀଙ୍କୁ ୮ ହଜାର ୨ଶହ ଟଙ୍କା ଲେଖାଏଁ ମିଳିଥିବା ବେଳେ ବହୁ ଗ୍ରାମବାସୀ ଏଥିରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ମୁକ୍ତାପୁର ପଞ୍ଚାୟତରୁ ଶତାଧିକ କୁମ୍ଭକାର ଯୁବନେତା ବିଶ୍ୱନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ବ୍ଲକ ଶିଳ୍ପ ବିକାଶ କାଯର୍‌ୟାଳୟକୁ ଦୀର୍ଘସମୟ ଧରି ଘେରାଉ କରି ରଖିଥିଲେ। ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ଏଥିପାଇଁ ଏକ ଲଖିତ ଅଭିଯୋଗ କାର୍ଯ୍ୟାଳୟର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଯୁବନେତା ହେମ୍ବ୍ରମ ସମସ୍ତଙ୍କ ଉପସ୍ଥିତିରେ ଶିଳ୍ପ ବିକାଶ ଅଧିକାରୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିବା ପରେ ବ୍ଲକ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଶିଳ୍ପ ବିକାଶ ଅଧିକାରୀ ପାତ୍ରଙ୍କୁ ପଚାରିବାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅନ୍ୟ ସହାୟତା ରାଶି ପ୍ରଦାନ କରିବା ପାଇଁ ଉଦ୍ୟମ କରୁଛି ଓ ଅନ୍‌ଲାଇନରେ ଆବେଦନ କରି ନ ଥିବା ହିତାଧିକାରୀ ଫନି ସହାୟତାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri