ଉଦଳା,୯ା୫(ଡି.ଏନ୍.ଏ.)- ସାରା ଦେଶ ଏବେ କରୋନା ସହିତ ମୁକାବିଲା କରୁଛି। ଏହି ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ। ମାତ୍ର ସେମାନଙ୍କୁ ଅନେକ ସ୍ଥାନରେ ଦୁର୍ବ୍ୟବହାର କରାଯିବା ସହିତ ମାଡ଼ ମରାଯାଉଥିବା କଥା ସାମ୍ନାକୁ ଆସୁଛି ା ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଘଟିଯାଇଛି ଏହି ଭଳି ଏକ ସ୍ପର୍ଶକାତର ଘଟଣା। କରୋନା ସଚେତନତା କାର୍ଯ୍ୟରେ ଯାଇଥିବା ଜଣେ ଆଶାକର୍ମୀ ଓ ଓ୍ବାର୍ଡମେମ୍ବରଙ୍କୁ ଆକ୍ରମଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ପୋଲିସ ସୂଚନା ଅନୁୟାୟୀ, କରୋନା ଯୋଗୁ ବାଲେଶ୍ୱର ଜିଲା ଏବେ ରେଡ୍ ଜୋନ୍ରେ ରହିଛି। ଏହି ଜିଲାର ରାଜବରହମପୁର ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ଉଦଳା ଥାନା ଅଧୀନ ଜାଲଦା ଗ୍ରାମର ଜଣେ ଯୁବକ ଯାଇଥିଲେ ା ଉକ୍ତ ଯୁବକ ଜଣକ ବୁଧବାର ରାତିରେ ନିଜ ସ୍ତ୍ରୀଙ୍କ ସହିତ ଶ୍ୱଶୁର ଘରୁ ନିଜ ଗ୍ରାମକୁ ଫେରି ଆସିଥିଲେ। ଖବରପାଇ ଜାଲଦା ଗ୍ରାମର ଆଶାକର୍ମୀ ଆରତୀ ମଲ୍ଲିକ ଏବଂ ୱାର୍ଡମେମ୍ବର ଜୟନ୍ତୀ ମଲ୍ଲିକ ଗୁରୁବାର ସକାଳେ ସମ୍ପୃକ୍ତ ଯୁବକଙ୍କ ଘରକୁ ପଚରାଉଚରା ପାଇଁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାର ଲୋକେ ଆଶାକର୍ମୀ ଏବଂ ୱାର୍ଡମେମ୍ବରଙ୍କ ଉପର ଆକ୍ରମଣ କରିଥିଲେ। ଆଶାକର୍ମୀଙ୍କ ଉପରକୁ ଜୋତା, ପନିଖି ଓ ବିଭିନ୍ନ ମାରଣାସ୍ତ୍ର ଫୋପାଡିଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବା ପରେ ଆଶାକର୍ମୀ ସେଠାରୁ ଚାଲି ଆସି ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ା ଅଭିଯୋଗକୁ ଆଧାର କରି ପୋଲିସ୍ ଏକ ମାମଲା(ନଂ.୧୩୭/୨୦୨୦)ରୁଜୁ କରି ତଦନ୍ତ ଆରମ୍ଭ କରିଛି ା
Posted inଆମ ଜିଲା ଖବର, ମୟୂରଭଞ୍ଜ View All
କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ: ବିକଳ୍ପ ରାସ୍ତା ନିର୍ମାଣ ଓ ଘାଟି ରାସ୍ତା ମରାମତି ନେଇ ଅନୁଧ୍ୟାନ
ଭଞ୍ଜନଗର, ୨୬/୯ (ବାବୁଲା ପ୍ରଧାନ): ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ସ୍ଥାନରେ ଭୂସ୍ଖଳନ ହେବାରୁ ବିଗତ ୫ ଦିନ…
ଭୟଙ୍କର ଭୂସ୍ଖଳନ: ହଠାତ୍ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା
ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍ ମାଟି ଓ…
ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ
ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…
ବସ୍ ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ, ୫ ଅଟକ
ବଲାଙ୍ଗୀ ର, ୨୬।୯(ସୁନିଲ କୁମାର ମହାନ୍ତି): ବସ୍ ଡିକିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରି ୫ ଜଣଙ୍କୁ ଅଟକ ରଖିଛି।…
ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…
କେଏସ୍ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…
ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…
ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ
ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…
ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା
କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

