ଆଳୁ ପିଆଜ ଗୋଦାମରେ ଚଢ଼ାଉ: ବିଲ୍‌, ଭାଉଚର ଦେଖାଇ ପାରିଲେନି ବ୍ୟବସାୟୀ

ବଲାଙ୍ଗୀର ଅଫିସ, ୨୭।୩: ବଲାଙ୍ଗୀର ସହରର କେତେଜଣ ଅସାଧୁ ବେପାରୀ ସେମାନଙ୍କ କଳାବେପାର ଆରମ୍ଭ କରିଦେଇଛନ୍ତି। ଆଳୁ, ପିଆଜ, ଚାଉଳ, ତେଲ, ଡାଲି, ପନିପରିବା ମୂଲ୍ୟକୁ ଅହେତୁକ ବୃଦ୍ଧି ଓ ଗଚ୍ଛିତ କରି ରଖିଥିବା ଅଭିଯୋଗ ପରେ ଜିଲା ପ୍ରଶାସନ ଓ ପୋଲିସ ଟିମ୍‌ ପକ୍ଷରୁ ଗୁରୁବାର ବିଭିନ୍ନ ଗୋଦାମରେ ଚଢ଼ାଉ କରାଯାଇଥିଲା । ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ, ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ବଲାଙ୍ଗୀର ଡେଲିମାର୍କେଟସ୍ଥିତ ବିଜୟ ଆଳୁ ଭଣ୍ଡାର, ମାରୁତି ଆଳୁ ଗୋଦାମ ଓ ପବନ କୁମାର ଏଣ୍ଡ କୋ. ଗୋଦାମରେ ସକାଳ ୮ଟାରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଖୁଚୁରା ବେପାରୀମାନେ ହୋଲସେଲରଙ୍କଠାରୁ ଅଧିକ ଟଙ୍କା ଦେଇ ଆଳୁ, ପିଆଜ କିଣିଥିବା କହିଥିଲେ । ପୂର୍ବର ଆଳୁ ଓ ପିଆଜ ଷ୍ଟକ ଥିଲେ ମଧ୍ୟ ଏହି ହୋଲସେଲରମାନେ କରୋନା ମହାମାରୀକୁ ନେଇ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା ପରେ ଆଳୁ କେଜି ୧୮ ଟଙ୍କାରୁ ୩୦ ଟଙ୍କା ଓ ପିଆଜ କେଜି ୨୦ ଟଙ୍କାରୁ ୨୮ ଟଙ୍କାକୁ ବଢ଼ାଇଥିବା ଜଣାପଡିଥିଲା । ଏହି ତିନି ହୋଲସେଲର ସେମାନଙ୍କର ୱେବିଲ, ଜିଏସ୍‌ଟି ବିଲ ଦେଖାଇ ପାରି ନ ଥିଲେ । ଫଳରେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ମିଶ୍ର କହିଛନ୍ତି। ହୋଲସେଲରଙ୍କଠାରୁ ଆଳୁ, ପିଆଜ ମୂଲ୍ୟ ବୃଦ୍ଧି ପରେ ଖୁଚୁରା ବେପାରୀମାନେ ବଜାରରେ ଆଳୁ କେଜି ୪୦ ଟଙ୍କା ଓ ପିଆଜ କେଜି ୪୫ ଟଙ୍କାକୁ ବୃଦ୍ଧି କରି ବିକ୍ରି କରୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ସାଧାରଣ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଆଳୁ, ପିଆଜ ପାଇଁ କଳାବଜାରକାରୀଙ୍କ ଶୋଷଣର ଶିକାର ହେଉଛନ୍ତି। ଗାନ୍ଧୀନଗରପଡାସ୍ଥିତ ସୁରୁଚି ମାର୍କେଟରେ ଅଚାନକ୍‌ ଚାଉଳ ମୂଲ୍ୟ ବୃଦ୍ଧି କରାଯାଇଥିବା ଜଣାପଡିଛି । ଏଠାରେ ଚାଉଳ କେଜି ମୂଲ୍ୟ ୪୦ରୁ ୫୦ ଟଙ୍କା ଯାଏ ବିକ୍ରି ହେଉଛି। ଏସ୍‌ପି ସନ୍ଦୀପ ମାଡକର ଗୁରୁବାର ସକାଳୁ ଡେଲିମାର୍କେଟଠାରେ ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ସଉଦା କରିବା ସମ୍ପର୍କରେ ସଚେତନ କରିଥିଲେ । ଅଯଥା ଭିଡ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । କ୍ରବାରଠାରୁ ବଲାଙ୍ଗୀର ଡେଲିମାର୍କେଟ ରାସ୍ତା ଉପରେ ବସୁଥିବା ପନିପରିବା ବେପାରୀଙ୍କୁ କୋଶଳ କଳାମଣ୍ଡଳ ପଡିଆକୁ ସ୍ଥାନାନ୍ତର କରାଯିବ। ସକାଳ ୭ଟାରୁ ୧୦ଟା ଓ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ଲୋକେ କିଣାବିକା କରିପାରିବେ । ସେହିଭଳି ପୃଥ୍ବୀରାଜ ହାଇସ୍କୁଲ ପଡିଆ, ପ୍ୟାଲେସ ଲାଇନ୍‌ ୱେସ୍କୋ ପଡିଆ, ମିଶନ୍‌ ପଡିଆଠାରେ ମଧ୍ୟ ଏଭଳି ସାମାଜିକ ଦୂରତା ଡେଲିମାର୍କେଟ ବସାଯିବ ବୋଲି ଉପଜିଲାପାଳ ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଜୁଲାଇ ୪ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ଧନଲାଭ ସହ ମିଳିବ ସୁଖ-ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ସୁଖ, ସମୃଦ୍ଧି, ପ୍ରେମ, ସୌନ୍ଦର୍ଯ୍ୟ ଓ ଭୌତିକ ସୁଖ-ସୁବିଧାର କାରକ ବୋଲି କୁହାଯାଏ। ଯେତେବେଳେ ବି ଶୁକ୍ର ନିଜର ରାଶି ପରିବର୍ତ୍ତନ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri