ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତାଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଅନ୍ୟପକ୍ଷେ ରାସ୍ତାର ରକ୍ଷଣାବେକ୍ଷଣ ନେଇ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରଙ୍କ ନିୟମ ଅନୁସାରେ ଆର୍‌ଡି ବିଭାଗ ଦ୍ୱାରା ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତାହାର ତଦାରଖ ଦାୟିତ୍ୱ ୫ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାର ବହନ କରିବେ। ପୁନଶ୍ଚ ସେହି କାର୍ଯ୍ୟର ରକ୍ଷଣାବେକ୍ଷଣ ଠିକାଦାର ଠିକ୍‌ ଭାବେ କରୁଛନ୍ତି କି ନାହିଁ ତାହାକୁ ବିଭାଗୀୟ ଅଧିକାରୀ ତଦାରଖ କରିବେ। କିନ୍ତୁ ସମ୍ପୃକ୍ତ ଠିକାଦାର ବିଭାଗର କେତେକ ଅଧିକାରୀଙ୍କୁ ହାତବାରିସି କରିଥିବାରୁ ନିମ୍ନମାନର କାମ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ କାର୍ଯ୍ୟ ସରିବାର ଅଳ୍ପ କିଛିଦିନ ମଧ୍ୟରେ ତାହା ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ବିଷୟରେ ଅଧିକାରୀଙ୍କୁ ଜଣାଇଲେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ୫ବର୍ଷ ଯାଏ ତାହାକୁ ମରାମତି କରିବା ଦାୟିତ୍ୱ ଠିକାଦାରର ବୋଲି କହିଚାଲିଛନ୍ତି। ତେଣେ ଅଳ୍ପ କିଛିଦିନ ମଧ୍ୟରେ ରାସ୍ତା ନଷ୍ଟ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡୁଛି। ହେଲେ ଠିକାଦାର ମରାମତି କରିବାର ନାଁ ଧରୁନାହାନ୍ତି।
ନୂଆଗାଁ ବ୍ଲକର ୫୭ନଂ. ଜାତୀୟ ରାଜପଥଠାରୁ କାଣିଗିରି ପର୍ଯ୍ୟନ୍ତ ୬.୭୭୦ କିଲୋମିଟର ପାଇଁ ୩୨୧.୬୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ୧୮ ମାସ ନ ଯାଉଣୁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସେହିପରି ୩ କୋଟି ୩୭ ଲକ୍ଷ ୮୬୧ ଟଙ୍କା ବ୍ୟୟରେ ନିର୍ମିତ କୋରଡାଠାରୁ କୃଷ୍ଣପ୍ରସାଦ ୬.୪୨୪ କି.ମି. ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅକ୍ଟୋବର ୨୦୨୨ ମସିହା ପର୍ଯ୍ୟନ୍ତ, ୨ କୋଟି ୭୫ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ମହୀପୁରଠାରୁ ନନ୍ଦିଘୋଷପୁର ୫.୩ କି.ମି. ରାସ୍ତାର ୨୦୨୧ ମସିହା ପର୍ଯ୍ୟନ୍ତ ରହିଛି। ଏହିସବୁ ରାସ୍ତାଗୁଡିକରୁ ପିଚୁଉଠି ଖାଲ ସୃଷ୍ଟି ହୋଇଥିଲେ ମଧ୍ୟ ତାହାର ମରାମତି କରାଯାଉନି। ରକ୍ଷଣାବେକ୍ଷଣ ମଧ୍ୟରେ ରାସ୍ତା ଉପରେ ଗର୍ତ୍ତ ଓ ଫାଟ ମରାମତି, ରାସ୍ତାରୁ ଘାସ ଡାଳପତ୍ର କାଟି ସଫା କରିବା, ପାଣି କଟାଧାରର ପୁନଃ ମରାମତି, ପିଚୁ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ପକାଇବା, ବର୍ଷକୁ ଥରେ ଶଙ୍ଖ ଓ ପୋଲରେ ଧଳା ରଙ୍ଗ ମାରିବା ଆଦି କାର୍ଯ୍ୟ କରିବା ପାଇଁ ସୂଚନା ଫଳକରେ ଲେଖାରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଉ ନାହିଁ। ଏପରି ଅଭିଯୋଗ ବିଷୟରେ ଆର୍‌ଡି ଏସ୍‌ଡିଓ ତ୍ରିଲୋଚନ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଏଥିପ୍ରତି ଆଗରୁ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିଲେ। ଯାହା ଫଳରେ ରାସ୍ତା ନଷ୍ଟ ହୋଇଯାଇଛି। କିନ୍ତୁ ଯେଉଁ ଠିକାଦାରଙ୍କ ରାସ୍ତା କାମକୁ ୫ବର୍ଷ ପୂରି ନାହିଁ ସେମାନଙ୍କୁ ଆମେ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ଘର ସିଡି ପାହାଚରୁ ଖସିପଡ଼ିଲେ, ଚାଲିଗଲା ଆଇଟିଆଇ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିର ଆଦିତ୍ୟ ମହାରଣା (୧୭) ଘର ଛାତ ସିଡ଼ି ପାହାଚରୁ ଖସି ସୋମବାର ଅପରାହ୍ନ…

ଡିଜିଟାଲ ଇଣ୍ଡିଆ ନାରା ପ୍ରହସନ: ନେଟୱର୍କ ପାଇଁ ଗଛ ଉପରେ ମଞ୍ଚା, ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି କୋମଳମତି ଶିଶୁ

ଥୁଆମୂଳ ରାମପୁର,୫।୫ (ଦୁର୍ଗା କୀର୍ତ୍ତି): ସମଗ୍ର ଦେଶରେ ଡିଜିଟାଲ ବିପ୍ଳବ ଓ ୫-ଜି ସେବାର ଜୟଗାନ କରାଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରୁ ଆସିଛି…

ଜିଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ପ୍ରୋଭିଜନାଲ ପେନସନ ପ୍ରଦାନ କର…

ହାଟଡିହୀ/ଛେନାପଦୀ,୫।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ନାୟକଙ୍କୁ ପ୍ରୋଭିଜନାଲ ପେନସନ ପ୍ରଦାନ କରିବା ପାଇଁ ମାନ୍ୟବର ଓଡିଶା ହାଇକୋର୍ଟ…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଜାଲ୍‌’ ବିଲ୍‌ ଆତ୍ମସାତ ଚିଠା : ବିନା କାମରେ କୋଟି କୋଟି ଟଙ୍କା ଲୁଟ୍‌, ଭିଜିଲାନ୍ସ ତଦନ୍ତ ଦାବି

ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri