ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତାଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଅନ୍ୟପକ୍ଷେ ରାସ୍ତାର ରକ୍ଷଣାବେକ୍ଷଣ ନେଇ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରଙ୍କ ନିୟମ ଅନୁସାରେ ଆର୍‌ଡି ବିଭାଗ ଦ୍ୱାରା ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତାହାର ତଦାରଖ ଦାୟିତ୍ୱ ୫ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାର ବହନ କରିବେ। ପୁନଶ୍ଚ ସେହି କାର୍ଯ୍ୟର ରକ୍ଷଣାବେକ୍ଷଣ ଠିକାଦାର ଠିକ୍‌ ଭାବେ କରୁଛନ୍ତି କି ନାହିଁ ତାହାକୁ ବିଭାଗୀୟ ଅଧିକାରୀ ତଦାରଖ କରିବେ। କିନ୍ତୁ ସମ୍ପୃକ୍ତ ଠିକାଦାର ବିଭାଗର କେତେକ ଅଧିକାରୀଙ୍କୁ ହାତବାରିସି କରିଥିବାରୁ ନିମ୍ନମାନର କାମ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ କାର୍ଯ୍ୟ ସରିବାର ଅଳ୍ପ କିଛିଦିନ ମଧ୍ୟରେ ତାହା ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ବିଷୟରେ ଅଧିକାରୀଙ୍କୁ ଜଣାଇଲେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ୫ବର୍ଷ ଯାଏ ତାହାକୁ ମରାମତି କରିବା ଦାୟିତ୍ୱ ଠିକାଦାରର ବୋଲି କହିଚାଲିଛନ୍ତି। ତେଣେ ଅଳ୍ପ କିଛିଦିନ ମଧ୍ୟରେ ରାସ୍ତା ନଷ୍ଟ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡୁଛି। ହେଲେ ଠିକାଦାର ମରାମତି କରିବାର ନାଁ ଧରୁନାହାନ୍ତି।
ନୂଆଗାଁ ବ୍ଲକର ୫୭ନଂ. ଜାତୀୟ ରାଜପଥଠାରୁ କାଣିଗିରି ପର୍ଯ୍ୟନ୍ତ ୬.୭୭୦ କିଲୋମିଟର ପାଇଁ ୩୨୧.୬୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ୧୮ ମାସ ନ ଯାଉଣୁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସେହିପରି ୩ କୋଟି ୩୭ ଲକ୍ଷ ୮୬୧ ଟଙ୍କା ବ୍ୟୟରେ ନିର୍ମିତ କୋରଡାଠାରୁ କୃଷ୍ଣପ୍ରସାଦ ୬.୪୨୪ କି.ମି. ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅକ୍ଟୋବର ୨୦୨୨ ମସିହା ପର୍ଯ୍ୟନ୍ତ, ୨ କୋଟି ୭୫ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ମହୀପୁରଠାରୁ ନନ୍ଦିଘୋଷପୁର ୫.୩ କି.ମି. ରାସ୍ତାର ୨୦୨୧ ମସିହା ପର୍ଯ୍ୟନ୍ତ ରହିଛି। ଏହିସବୁ ରାସ୍ତାଗୁଡିକରୁ ପିଚୁଉଠି ଖାଲ ସୃଷ୍ଟି ହୋଇଥିଲେ ମଧ୍ୟ ତାହାର ମରାମତି କରାଯାଉନି। ରକ୍ଷଣାବେକ୍ଷଣ ମଧ୍ୟରେ ରାସ୍ତା ଉପରେ ଗର୍ତ୍ତ ଓ ଫାଟ ମରାମତି, ରାସ୍ତାରୁ ଘାସ ଡାଳପତ୍ର କାଟି ସଫା କରିବା, ପାଣି କଟାଧାରର ପୁନଃ ମରାମତି, ପିଚୁ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ପକାଇବା, ବର୍ଷକୁ ଥରେ ଶଙ୍ଖ ଓ ପୋଲରେ ଧଳା ରଙ୍ଗ ମାରିବା ଆଦି କାର୍ଯ୍ୟ କରିବା ପାଇଁ ସୂଚନା ଫଳକରେ ଲେଖାରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଉ ନାହିଁ। ଏପରି ଅଭିଯୋଗ ବିଷୟରେ ଆର୍‌ଡି ଏସ୍‌ଡିଓ ତ୍ରିଲୋଚନ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଏଥିପ୍ରତି ଆଗରୁ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିଲେ। ଯାହା ଫଳରେ ରାସ୍ତା ନଷ୍ଟ ହୋଇଯାଇଛି। କିନ୍ତୁ ଯେଉଁ ଠିକାଦାରଙ୍କ ରାସ୍ତା କାମକୁ ୫ବର୍ଷ ପୂରି ନାହିଁ ସେମାନଙ୍କୁ ଆମେ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଫିଟ୍‌ନେସ୍‌ବିହୀନ ସ୍କୁଲ ବସ୍‌ ଚଳାଇ ପିଲାଙ୍କ ଜୀବନ ସହ ଖେଳ

ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି...

୧ ଲୋକ ସଭା, ୪ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ଏସ୍‌ୟୁସିଆଇ

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ):ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପାର୍ଟିର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକ୍ରମେ ଆସନ୍ତା ନିର୍ବାଚନରେ କଟକ ଲୋକ ସଭା ଆସନରୁ ରାଜକିଶୋର ମଲ୍ଲିକ, କଟକ ସଦର ବିଧାନସଭା ଆସନରୁ...

ଅନସୂୟାଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ, ୧୯ କାଉନସିଲରଙ୍କ ଇସ୍ତଫା

ରାୟଗଡ଼ା,୨୯।୩(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ବିଧାନସଭା ଆସନ ପାଇଁ ବିଜେଡି ଅନସୂୟା ମାଝିଙ୍କ ନାମ ଘୋଷଣା କରିବା ପରେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଛି। ତାଙ୍କ ପ୍ରାର୍ଥତ୍ତ୍ୱକୁ...

ବିଜେଡିରୁ ଇସ୍ତଫା ଦେଲେ ଡମ୍ବରୁ ଶିଶା

ମାଲକାନଗିରି,୨୯ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ।...

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଛତୁଚାଷ

କେନ୍ଦ୍ରାପଡ଼ା,୨୯ା୩ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। ପର୍ଯ୍ୟଟନ ଶିଳ୍ପ ଓ କୃଷିଭିତ୍ତିକ ଶିଳ୍ପ ପାଇଁ ବାରମ୍ବାର ଦାବି ହେଉଛି। କର୍ମ ନିଯୁକ୍ତିକୁ ନେଇ...

ବିରଜା ମନ୍ଦିରରେ ପୂଜା ପରେ ସମ୍ବଲପୁର ଗଲେ ପ୍ରଣବ

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ସମ୍ବଲପୁର ସାଂସଦ ପ୍ରାର୍ଥୀ...

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

ଭାଜପା-କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ

ତିହିଡ଼ି,୨୯।୩ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାଜପା ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ଚିନ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri