ଆରଡ଼ିରେ ଶିବବିବାହ ମହୋତ୍ସବ ପ୍ରସ୍ତୁତି: ଜୁନ୍‌ ୬ରେ ମଙ୍ଗଳକୃତ୍ୟ, ୭ରେ ବିବାହ

ଭଦ୍ରକ ଅଫିସ, ୧୬।୫ – ଭଦ୍ରକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ମହୋତ୍ସବ ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସ ଏଥିରେ ସଭାପତିତ୍ୱ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ମିଶ୍ର, ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା, ଧାମନଗର ଏସ୍‌ଡିପିଓ ମନୋରଞ୍ଜନ ସାମଲ, ଆରଡ଼ିର ସେବାୟତଙ୍କ ପକ୍ଷରୁ ଇଂ. ସରୋଜ ପାଢୀ, ବାବାଜୀ ପାଢୀ, ବିଜୟ ଦାଶ, ଆଶିଷ ପାଢୀ, ଅରବିନ୍ଦ ପାଢୀ, ଚନ୍ଦ୍ରକାନ୍ତ ପାଢୀ, ସଞ୍ଜୟ ପାଢୀ, ସୁଶାନ୍ତ ପାଢୀ ଓ ବଙ୍କିମ୍‌ ପାଢୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ ଶିବବିବାହ ଉତ୍ସବ ଆସନ୍ତା ଜୁନ୍‌ ୭ ତାରିଖରେ ପାଳନ କରାଯିବ। ଏହି ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ମହାସମାରୋହରେ ପାଳନ କରାଯିବ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ ଜିଲାପାଳ।

ଏହିବର୍ଷ କନ୍ୟାକର୍ତ୍ତା ଭାବେ ଗଞ୍ଜାମ ବ୍ରହ୍ମପୁରର ଚନ୍ଦ୍ରଶେଖର ଦାଶ ଓ ବରକର୍ତ୍ତା ଭାବେ ବାଲେଶ୍ୱରର କାର୍ତ୍ତିକ ବେହେରାଙ୍କୁ ଚୟନ କରାଯାଇଛି। ଆରଡ଼ି ମ୍ୟାନେଜିଂ ଟ୍ରଷ୍ଟି ପକ୍ଷରୁ ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି। ଜୁନ୍‌ ୬ ତାରିଖ ଗୁରୁବାର ମଙ୍ଗଳକୃତ୍ୟ ଓ ୭ ତାରିଖ ଶୁକ୍ରବାର ବିବାହ ଉତ୍ସବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମାପନ କରାଯିବାକୁ ସ୍ଥିର ହୋଇଛି। ଏହି ଦେବଦମ୍ପତିଙ୍କ ବିବାହ ଉତ୍ସବରେ ବିଭିନ୍ନ ଜିଲାରୁ ପାରମ୍ପାରିକ ବାଦ୍ୟ ଅଣାଯାଇ ଶୋଭାଯାତ୍ରାରେ ସାମିଲ କରାଯିବ। ଚଳିତବର୍ଷ ପ୍ରଶାସନ ପକ୍ଷରୁ ୪ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ବିଭିନ୍ନ ବିଭାଗ ପକ୍ଷରୁ ଅସ୍ଥାୟୀ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଥିଲା। ଶେଷରେ ଆରଡ଼ି ଟ୍ରଷ୍ଟି ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

ଜଗାଦର୍ଶନ ସାରି ଫେରୁଥିବାବେଳେ ଅଘଟଣ: କଣ୍ଟେନର ପଛପଟୁ ଧକ୍କା ଦେଲା ମିନିବସ୍‌

ବାଲେଶ୍ୱର/ବସ୍ତା, ୮।୭( ହରିଶଙ୍କର ପାଢ଼ୀ/ବାଞ୍ଛାନିଧି ଦେ) : ବସ୍ତା ଥାନା ଅର୍ନ୍ତଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟ କୁଣ୍ଡପୂର ଛକ ନିକଟରେ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri