ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ

ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌କୁ ଅନୁମତି ଦେବା ପରେ  ପୁଟିନ୍‌ ଏହାର ଦୃଢ଼ ଜବାବ ଦେଇଛନ୍ତି। ୟୁକ୍ରେନ୍‌ ଆକ୍ରମଣର ୧,୦୦୦ତମ ଦିନରେ ପୁଟିନ୍‌ ମଙ୍ଗଳବାର ସଂଶୋଧିତ ଆଣବିକ ସିଦ୍ଧାନ୍ତରେ ସ୍ବାକ୍ଷର କରିଛନ୍ତି। ଅଣୁଅସ୍ତ୍ର କ୍ଷମତା ବିଶିଷ୍ଟ କୌଣସି ଦେଶର ସମର୍ଥନରେ ତାଙ୍କ ଦେଶ ଉପରେ କେହି ପାରମ୍ପରିକ ଆକ୍ରମଣ କଲେ ଏହାକୁ ମିଳିତ ଆକ୍ରମଣ ବିବେଚନା କରାଯିବ ବୋଲି ପୁଟିନ୍‌ କହିଛନ୍ତି। ରୁଷିଆ ଉପରେ ଆକାଶମାର୍ଗରୁ କୌଣସି ବଡ଼ ଧରଣର ଆକ୍ରମଣ ହେଲେ ଏହାର ଜବାବ ଆଣବିକ ଅସ୍ତ୍ରରେ ଦିଆଯିବ। ଆଣବିକ ଆକ୍ରମଣ ପାଇଁ ପୁଟିନ୍‌ ପ୍ରସ୍ତୁତ ଥିବା ଏଥିରୁ ପ୍ରତିଫଳିତ ହୋଇଛି। ଗତ ସେପ୍ଟେମ୍ବରରେ ପୁଟିନ୍‌ ଯୁଦ୍ଧ ସ୍ଥିତି ସମୀକ୍ଷା ବୈଠକରେ ମଧ୍ୟ ଆଣବିକ ସିଦ୍ଧାନ୍ତରେ ପରିବର୍ତ୍ତନ ହେବା କଥା ଘୋଷଣା କରିଥିଲେ। ଏବେ ସଂଶୋଧିତ ସିଦ୍ଧାନ୍ତରେ ପୁଟିନ୍‌ ସ୍ବାକ୍ଷର କରିବା ପରେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଇଛି। ଏଥିପାଇଁ ନାଟୋ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସୁଇଡେନ୍‌ ସରକାର ଏହାର ଜନସାଧାରଣଙ୍କ ପାଇଁ ପାମ୍ପଲେଟ୍‌ ଜାରି କରି ପ୍ରସ୍ତୁତ ରହିବାକୁ କହିଥିବାବେଳେ ନରଓ୍ବେ ମଧ୍ୟ ଏହାର ନାଗରିକମାନଙ୍କୁ ଅନ୍ତତଃ ସପ୍ତାହେ ପାଇଁ ଜରୁରୀ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛି।
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଦାୟିତ୍ୱ ନେବାକୁ ଆଉ ମାତ୍ର ୨ ମାସ ବାକି ଥିବାବେଳେ ବାଇଡେନ୍‌ ପ୍ରଶାସନ ଏହାର ନୀତିରେ ଉଲ୍ଲେଖନୀୟ ପରିବର୍ତ୍ତନ କରିଛନ୍ତି। ରୁଷିଆ ଭିତରେ ଆମେରିକା ନିର୍ମିତ ଏଟିଏସିଏମ୍‌ଏସ୍‌ ମିଶାଇଲ ଆକ୍ରମଣ କରିବା ପାଇଁ ଆମେରିକା ପ୍ରଥମ ଥର ଲାଗି ୟୁକ୍ରେନ୍‌କୁ ଅନୁମତି ଦେଇଛି। ଆମେରିକା କଟକଣା ହଟାଇବାର ଦିନକ ପରେ ୟୁକ୍ରେନ୍‌ ରୁଷିଆ ଉପରକୁ ୬ଟି ଏଟିଏସିଏମ୍‌ଏସ୍‌ କ୍ଷେପଣାସ୍ତ୍ର ଛାଡ଼ିଲାଣି। ରୁଷିଆ ସେନା ସେଥିରୁ ୫ଟିକୁ ଖସାଇ ଦେଇଥିବା ବେଳେ ଅନ୍ୟଟି ନଷ୍ଟ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସୋମବାର ମଧ୍ୟରାତ୍ରରେ ବ୍ରିଆନ୍‌ସ୍କସ୍ଥିତ ରୁଷିଆର ସାମରିକ ଅସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ୟୁକ୍ରେନ୍‌ ମିଶାଇଲ ମାଡ଼ କରିଥିବା କହିଛି। ଟାର୍ଗେଟରେ ଥିବା ଅଞ୍ଚଳରେ ଅନେକ ବିସ୍ଫୋରଣ ଶୁଣିବାକୁ ମିଳିଥିବା ୟୁକ୍ରେନ୍‌ ଜେନେରାଲ ଷ୍ଟାଫ୍‌ ରିପୋର୍ଟରେ କୁହାଯାଇଛି।
ୟୁକ୍ରେନ୍‌ର ଉତ୍ତର ସୀମାରେ ରୁଷିଆ ରାଷ୍ଟ୍ରପତି ଉତ୍ତର କୋରିଆ ସୈନ୍ୟଙ୍କୁ ମୁତୟନ କରିବା ପରେ କିଭ୍‌କୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ବାଇଡେନ୍‌ ପ୍ରଶାସନ ସୋମବାର ଅନୁମତି ଦେଇଥିଲେ। ଏହା ୟୁକ୍ରେନ୍‌-ରୁଷିଆ ଯୁଦ୍ଧରେ ଆଉ ଏକ ପର୍ଯ୍ୟାୟ ଉତ୍ତେଜନା ସୃଷ୍ଟି କରିବ ବୋଲି ମସ୍କୋ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri