Posted inଖେଳ

ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅନୁମତି

ନୂଆଦିଲ୍ଲୀ,୩୧।୮(ପି.ଟି.)- ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଏକ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ଘରୋଇ ଆମେଚର ଇଭେଣ୍ଟରେ ପେସାଦାର ବକ୍ସରଙ୍କୁ ଅଂଶଗ୍ରହଣ କରିବା ପାଇଁ ତତ୍କାଳ ନିର୍ଦ୍ଦେଶ ଦେଇଛି। ଗୁରୁବାର ଅନୁଷ୍ଠିତ ବିଏଫ୍‌ଆଇ କାର୍ଯ୍ୟକାରୀ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଯଥାଶୀଘ୍ର ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଅକ୍ଟୋବରରେ ପୁରୁଷ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମହିଳା ଇଭେଣ୍ଟ ମଧ୍ୟ ଆୟୋଜନ କରାଯିବ। ପ୍ରଥମଥର ପାଇଁ ଏହି ଦୁଇଟି ଇଭେଣ୍ଟରେ ପେସାଦାର ବକ୍ସର ଅଂଶଗ୍ରହଣ କରିବା ନେଇ ପଥ ପରିଷ୍କାର ହୋଇଛି। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଆଇ) ପେସାଦାର ବକ୍ସରଙ୍କୁ ଆମେଚର ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ଦେଉଥିବା ବେଳେ ବିଏଫ୍‌ଆଇ ମଧ୍ୟ ଏଭଳି କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛି। ଏନେଇ ବିଏଫ୍‌ଆଇ ସାଧାରଣ ସମ୍ପାଦକ ଜୟ କୋଓ୍ବଲି ଅନୁମତି ପ୍ରଦାନ କରିଛନ୍ତି। ତେବେ ଅଣସ୍ବୀକୃତିପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ଆୟୋଜିତ ହେଉଥିବା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ବକ୍ସରଙ୍କୁ ଏଭଳି ଅନୁମତି ପ୍ରଦାନ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବିଏଫ୍‌ଆଇର ଏହି ନିଷ୍ପତ୍ତି ପେସାଦାର ବକ୍ସରଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି।
ଭାରତୀୟ ତାରକା ବକ୍ସର ବିଜେନ୍ଦର ସିଂ ପେସାଦାର ବକ୍ସିଂରେ ପୂର୍ବରୁ ସାମିଲ ହୋଇଛନ୍ତି ଓ ସେ ୟୁଏସ୍‌ ସର୍କିଟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ବିଏଫ୍‌ଆଇର ଏହି ନିଷ୍ପତ୍ତି ସତ୍ତ୍ୱେ ସେ ଆମେଚର ବକ୍ସିଂଙ୍କୁ ପ୍ରତ୍ୟାବର୍ତ୍ତନ କରିବା ଭଳି ମନେ ହେଉନାହିଁ। ଉଲ୍ଲେଖଥାଉ କି, ଏଆଇବିଏ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ପେସାଦାର ବକ୍ସରଙ୍କୁ ଅନୁମତି ଦେଇଥିଲା। ଏପରି କି ଏକ କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟ ମଧ୍ୟ ଆୟୋଜନ କରିଥିଲା। ବିଏଫ୍‌ଆଇର ଏହି ନିଷ୍ପତ୍ତି ପୂର୍ବରୁ ପେସାଦାର ବକ୍ସରଙ୍କ ଆମେଚର ଷ୍ଟାଟସ ନେଇ କୌଣସି ସ୍ପଷ୍ଟତା ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

ମଇଦାନ କମ୍ପାଇଲେ ବୈଭବ! ସେମିଫାଇନାଲରେ କଲେ ଏମିତି କାରନାମା, ପଡିଗଲା ଚହଳ

ନୂଆଦିଲ୍ଲୀ,୧।୯: ଭାରତୀୟ କ୍ରିକେଟରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ୧୫ ବର୍ଷୀୟ ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ପ୍ରତିଯୋଗିତାମୂଳକ କ୍ରିକେଟରେ ପାଦ ଦେବା ପରଠାରୁ ନିଜର…

ପାକିସ୍ତାନ କ୍ରିକେଟରେ ଝଡ଼: ଇଂଲଣ୍ଡରେ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳି ଛାଡ଼ିଲେ…

ନୂଆଦିଲ୍ଲୀ,୧।୯: ପାକିସ୍ତାନ କ୍ରିକେଟରେ ସମସ୍ୟା କମିବାର ନାଁ ନେଉନାହିଁ। ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଦିଗ୍ଗଜ କ୍ରିକେଟର୍‌ ମିସବାହ-ଉଲ-ହକ…

ଏହି କ୍ରିକେଟର୍‌ଙ୍କ ହାତରେ ଅଛି ଚୁମ୍ବକ! ଏମିତି କ୍ୟାଚ୍‌ ଧରିଲେ, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ, ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୯: ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଗ୍ଲେନ ଫିଲିପ୍ସଙ୍କ କ୍ୟାଚ୍‌କୁ ନେଇ କ୍ରିକେଟ୍‌ ଜଗତରେ ଚହଳ ପଡ଼ିଛି। କାରିବିଆନ ପ୍ରିମିୟର ଲିଗ୍‌ରେ ସେ ଏମିତି ଏକ କ୍ୟାଚ ନେଇଛନ୍ତି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri