ଆବାସ ଯୋଜନା ବାଟବଣା: ପ୍ରକୃତ ହିତାଧିକାରିଙ୍କୁ ମିଳୁନି ଗୃହ

ଅତାବିରା, ୧ା୫(ଡି.ଏନ.ଏ.)- ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଗ୍ରାମାଞ୍ଚଳରେ ଗରୀବ ଶ୍ରେଣୀ ପରିବା ଦୀର୍ଘ ବର୍ଷ ଧରି ପୁଆଳ, ନଡ଼ାରେ ତିଆରି କୁଡିଆ ଘରେ ଜୀବନ ବିତାଉଛନ୍ତି। ହେଲେ ତାଙ୍କୁ ସରକାରୀ ଆବାସ ଗୃହ ମିଳୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ପକ୍କାଘର ସହ ଜମି ଥିବା ହିତାଧିକାରୀଙ୍କୁ ମୋ କୁଡ଼ିଆ, ବିଜୁ ପକ୍କାଘର, ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ନେଇ କାର୍ଯ୍ୟାଦେଶ ଯୋଗାଇ ଦିଆଯାଉଛି। ଫଳରେ ସରକାରଙ୍କ ଆବାସ ଯୋଜନା ବାଟବଣା ହେବାରେ ଲାଗିଛି। ଏପରି କି ରାଜନୈତିକ ଦଳର କର୍ମୀଙ୍କ ନାଁ ବିଜୁ ପକ୍କାଘର ଯୋଜନାରେ ଥିବା ଘର ଥିବା ବେଳେ ସେମାନଙ୍କୁ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିଥିବା ନଜିର ରହିଛି । ଗୋଟିଏ ପରିବାରର ବାପା, ପୁଅ, ସ୍ତ୍ରୀଙ୍କୁ  ଆବାସ ଗୃହ ମିଳିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବିଭାଗୀୟ ଅଧିକାରୀଙ୍କ ତୃଟିପୂର୍ଣ୍ଣ ସର୍ଭେ ଓ ପିଶି କାରବାର ଯୋଗୁ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଗୃହ ମିଳିପାରୁ ନାହିଁ। ଏହାର ଭିଜିଲାନ୍ସ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଯୁବ ଜାଗରଣ ମଞ୍ଚର ମାନସ ପଣ୍ଡା, ଗଜରାଜ କୁମ୍ଭାରଙ୍କ ସହ ଅନ୍ୟମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଅଧୀନ ଅଏଁଲାପାଲି ଗ୍ରାମ ଝୁମ୍ପୁଡିପଡ଼ାରେ। ମୋହନ ସିଦ୍ଧାର (୫୦)ଙ୍କ ପରିବାର କହିଲେ ସ୍ତ୍ରୀ ପ୍ରଶନ୍ନମତି ଏବଂ ୪ ଝିଅ ମିଥିଲା, ମମତା, କ୍ଷୀରେଶ୍ୱରୀ ଏବଂ ପୂର୍ଣ୍ଣିମା। ଅନ୍ୟପକ୍ଷେ ମୋହନଙ୍କ ପ୍ରଥମ ସ୍ତ୍ରୀ ବାପ ଘରେ ଥିବା ବେଳେ ଦିବ୍ୟାଙ୍ଗ ପୁତ୍ର ଗଣେଷ ତାଙ୍କ ପାଖରେ ରହୁଛନ୍ତି। ମୋହନ ବାରମ୍ବାର ଆବାସ ଗୃହ ପାଇଁ ପଞ୍ଚାୟତରେ ଅଭିଯୋଗ କରିଥିଲେ। ହେଲେ ତାଙ୍କୁ ଆବାସ ଗୃହ ଖଣ୍ଡିଏ ମିଳିପାରୁ ନାହିଁ। ଫଳରେ ପରିବାର ଲୋକେ ପୁଆଲ ନଡା କୁଡିଆ ଘରେ ବହୁ କଷ୍ଟରେ ରହୁଛନ୍ତି।

ମୋହନ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ଘର ଖଣ୍ଡିଏ ନ ମିଳିବା ପରିତାପର ବିଷୟ ହୋଇଛି। ମୋହନଙ୍କ ରାଶନ କାର୍ଡ ଥିବା ବେଳେ ୧ ଟଙ୍କିଆ ଚାଉଳ ପାଉଛନ୍ତି। ହେଲେ ତାଙ୍କୁ ଅନ୍ୟ କୌଣସି ସରକାରୀ ସହାୟତା ମିଳୁ ନ ଥିବା ମୋହନ କହିଛନ୍ତି। ସେ ଡ୍ରାଇଭର କାମ କରି ଯେଉଁ ଦିପଇସା ରୋଜଗାର କରୁଛନ୍ତି, ସେଥିରେ ତାଙ୍କ ପରିବାର ଚଳୁଛି। ଅନ୍ୟପକ୍ଷେ ମୋହନଙ୍କୁ ଏକ ଆବାସ ଗୃହ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ବିଡିଓ ପ୍ରଣବ କୁମାର ଚାନ୍ଦଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?