ଆବର୍ଜନାରୁ ଇନ୍ଧନ ବାହାର କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ବର୍ଜ୍ୟବସ୍ତୁ ପରିଚାଳନା ଓ ଅପସାରଣ କ୍ଷେତ୍ରରେ ଇତିହାସ ରଚିଛି ପୂର୍ବତଟ ରେଳପଥ। ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶର ପ୍ରଥମ ସରକାରୀ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଗୁରୁବାର ପୂର୍ବତଟ ରେଳପଥର ମଞ୍ଚେଶ୍ୱରସ୍ଥିତ ରେଳଡବା ମରାମତି କାରଖାନାଠାରେ ରେଳବୋର୍ଡ ସଦସ୍ୟ (ରୋଲିଂ ଷ୍ଟକ୍‌) ରାଜେଶ ଅଗ୍ରଓ୍ବାଲ, ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏବଂ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି।
ନୂତନ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ବର୍ଜ୍ୟବସ୍ତୁରୁ ଇନ୍ଧନ ଉତ୍ପାଦନ ପ୍ଲାଣ୍ଟ୍‌ ଭାରତୀୟ ରେଲଓ୍ବେରେ ପ୍ରଥମ ଏବଂ ଦେଶରେ ଚତୁର୍ଥ ପ୍ଲାଣ୍ଟ୍‌। ଏହାକୁ ପଲିକ୍ରାକ୍‌ ପଦ୍ଧତି କୁହାଯାଉଥିବାବେଳେ ଏହା ବିଶ୍ୱର ପ୍ରଥମ ‘ପ୍ୟାଟେଣ୍ଟେଡ୍‌ ହେଟେରୋଜିନିୟସ୍‌ କାଟାଲିଟିକ୍‌ ପ୍ରୋସେସ୍‌’, ଯାହା ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ହାଇଡ୍ରୋକାର୍ବନ ତରଳ ଇନ୍ଧନ, ଗ୍ୟାସ୍‌, କାର୍ବନ ଏବଂ ଜଳରେ ରୂପାନ୍ତରିତ କରିଥାଏ। ରେଳଡବା ମରାମତି କାରଖାନାରୁ ବହୁ ଅଣଲୌହ ଓ ଧାତବ ବର୍ଜ୍ୟବସ୍ତୁ ଉତ୍ପନ୍ନ ହେଉଥିଲେ ମଧ୍ୟ ଏହାର ପରିଚାଳନା ପାଇଁ ଆଗରୁ କୌଣସି ପଦ୍ଧତି ନ ଥିଲା। ଏହି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହେବା ଦ୍ୱାରା ପ୍ଲାଷ୍ଟିକ, ପେଟ୍ରୋଲଜାତ ଆବର୍ଜନା, ଇ-ୱେଷ୍ଟ, ଗାଡ଼ିମୋଟର ଆବର୍ଜନା, ଅର୍ଗାନିକ ୱେଷ୍ଟ୍‌ ଭଳି ଆବର୍ଜନାକୁ ବ୍ୟବହାର କରାଯାଇ ଇନ୍ଧନ ସୃଷ୍ଟି କରାଯାଇପାରିବ। ସବୁଠାରୁ ବଡ଼କଥା ହେଲା, ଏହି ପ୍ରଣାଳୀରେ ମିଶ୍ରିତ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ନ କରି ମଧ୍ୟ ପଲିକ୍ରାକ୍‌ ପ୍ଲାଣ୍ଟରେ ସିଧାସଳଖ ପ୍ରକ୍ରିୟାକରଣ କରିହେବ। ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ୨୪ ଘଣ୍ଟା ମଧ୍ୟରେ ଇନ୍ଧନ ସୃଷ୍ଟି କରାଯାଇପାରିବ। ଏହା ବିଶ୍ୱରେ ପ୍ରଚଳିତ ପ୍ରଦୂଷଣ ମାନଦଣ୍ଡ ମଧ୍ୟରେ କାର୍ଯ୍ୟ କରୁଥିବାବେଳେ ଏଥିରେ ଅପେକ୍ଷାକୃତ କମ୍‌ ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହି ପ୍ରଣାଳୀ ୨୦୦୭ରୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ଅନ୍ତଃରାଷ୍ଟ୍ରୀୟସ୍ତରରେ ବହୁବାର ପୁରସ୍କୃତ ହୋଇଛି। ୨ କୋଟି ଟଙ୍କା ବ୍ୟୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ନିର୍ମିତ ଏହି ପ୍ରକଳ୍ପ ମାତ୍ର ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଏବଂ ଭୁବନେଶ୍ୱର ଷ୍ଟେଶନରେ ଥିବା କୋଚିଂ ଡିପୋ ସହିତ ଷ୍ଟେଶନର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ଏହି ପ୍ଲାଣ୍ଟ ଦ୍ୱାରା ପ୍ରକ୍ରିୟାକରଣ ହେବ। ପୂର୍ବତଟ ରେଳପଥର ଏହି ପ୍ଲାଣ୍ଟ୍‌ ଥରକୁ ୫୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁ ପରିଚାଳନା କ୍ଷମତା ରଖିଛି। ଏଥିପାଇଁ ବାର୍ଷିକ ୧୦.୪ ଲକ୍ଷ ଟଙ୍କା ପରିଚାଳନା ବାବଦରେ ଖଚ୍ଚର୍ର୍ ହେବାକୁ ଥିବାବେଳେ ୧୭.୫ ଲକ୍ଷ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri