ଆବର୍ଜନାର ପୁରୀ

ପୁରୀ ଅଫିସ,୧୫-୧:ପୁରୀ ହେବ ବିଶ୍ୱର ଐତିହ୍ୟ ସହର। ବଦଳିବ ଏହାର ରୂପରେଖ। ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରାଯିବ। ବହୁତଳ ପାର୍କିଂ, ନୂଆ ମାର୍କେଟ କମ୍ପ୍ଲେକ୍ସ, ରାସ୍ତାଘାଟର ସମ୍ପ୍ରସାରଣ, ଏପରି କି ରାଜ୍ୟର ପ୍ରଥମ ଟ୍ରମ୍ପେଟ ସେତୁ (ଶ୍ରୀସେତୁ ନାମରେ) ମଧ୍ୟ ତିଆରି ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା। ରାଜ୍ୟ ସରକାର ଏହା ଘୋଷଣା କରିବା ସହ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ କାର୍ଯ୍ୟ ବି ଜାରି ରହିଛି। ସରକାର ଶହ ଶହ କୋଟି ଟଙ୍କା ବ୍ୟୟରେ ବିକାଶର ସ୍ବପ୍ନ ଦେଖୁଛନ୍ତି, କିନ୍ତୁ ବାଙ୍କୀ ମୁହାଣ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି। ଟ୍ରିଟମେଣ୍ଟ ପ୍ଲାଣ୍ଟ କେବଳ କାମଚଳା ଭାବେ ଚାଲୁଥିବା ବେଳେ ସହରର ଆବର୍ଜନା ପାଣି ସିଧାସଳଖ ସମୁଦ୍ରରେ ମିଶୁଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ଠିକ୍‌ ଭାବେ କେମିକାଲଯୁକ୍ତ ପାଣି ସିଞ୍ଚନ ପ୍ରକ୍ରିୟା(ଏନ୍‌ଜାଇମିଂ ଡୋଜିଂ) ହେଉ ନ ଥିବାରୁ ଏହା ସଂଲଗ୍ନ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଛି। ଫଳରେ ଚକ୍ରତୀର୍ଥ ରୋଡ୍‌ ଦେଇ ଯିବାଆସିବା କରୁଥିବା ପର୍ଯ୍ୟଟକ ତିକ୍ତ ଅନୁଭୂତି ସାଉଣ୍ଟି ଫେରୁଛନ୍ତି।
ପୁରୀ ସହରର ବର୍ଜ୍ୟଜଳ ବିଶୋଧନ ପାଇଁ ସଂସ୍କୃତି ଭବନ ନିକଟରେ ୧୯୯୮ରେ ଉଦ୍‌ଘାଟିତ ହୋଇଥିଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ସହରର ବର୍ଜ୍ୟଜଳକୁ ଏଠାରେ ଟ୍ରିଟ୍‌ମେଣ୍ଟ କରି ବାଙ୍କୀ ମୁହାଣ ଦେଇ ସମୁଦ୍ରକୁ ଛାଡ଼ିବା ଥିଲା ଏହାର ଉଦ୍ଦେଶ୍ୟ। ହେଲେ ଅନେକ ସମୟରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଅଚଳ ରହିବା ଏବଂ ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବାରୁ ବର୍ଜ୍ୟଜଳ ସିଧା ସମୁଦ୍ରରେ ମିଶୁଛି। ଏହାଦ୍ୱାରା ସମୁଦ୍ର ପାଣି ପ୍ରଦୂଷିତ ହେଉଥିବା ବେଳେ ବାଙ୍କୀ ମୁହାଣ ସଂଲଗ୍ନ ଅଞ୍ଚଳର ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ରହିଛି। ସେହିପରି ସମୁଦ୍ର କୂଳରେ ୪ ବର୍ଷ ତଳେ ଡ୍ରେନେଜ ବିଭାଗ ପକ୍ଷରୁ ବର୍ଷାଜଳ ନିଷ୍କାସନ ନଳା ନିର୍ମାଣ କରାଯାଇଛି। ହୋଟେଲ ହଂସ କୋକୋପାମ୍‌ଠାରୁ ଆସିଥିବା ଏହି ନଳା ବାଙ୍କୀ ମୁହାଣଠାରେ ମିଶିଛି। ତେବେ ଏହି ବର୍ଷାଜଳ ନିଷ୍କାସନ ନଳାରେ ବହୁ ହୋଟେଲର ଯାବତୀୟ ମଇଳା ପାଣି ଛଡ଼ାଯାଉଛି। ଏହି ବର୍ଜ୍ୟଜଳ ବାଙ୍କୀ ମୁହାଣ ଦେଇ ସମୁଦ୍ରକୁ ଯାଉଛି। ବାଙ୍କୀ ମୁହାଣ ଏକ ପ୍ରକାର ଆବର୍ଜନା କୁଣ୍ଡରେ ପରିଣତ ହୋଇଛି ବୋଲି ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏନ୍‌ଜାଇମିଂ ଡୋଜିଂ କରାଯାଉଥିବା ନେଇ ଯାହା କୁହାଯାଉଛି ତା କେବଳ ନାଁକୁ ମାତ୍ର। କେମିକାଲଯୁକ୍ତ ପାଣି ସିଞ୍ଚନ କରି ଟ୍ରିଟମେଣ୍ଟ ହୋଇଗଲା ବୋଲି କୁହାଯାଇ କେବଳ ଲୋକଙ୍କୁ ଭୁଆଁ ବୁଲାଯାଉଛି। ଯଦି ଠିକ୍‌ ଭାବେ ବିଶୋଧନ କରାଯାଇ ପାଣି ସମୁଦ୍ରକୁ ଛଡ଼ାଯାଆନ୍ତା ଏମିତି ଦୁର୍ଗନ୍ଧ ହୁଅନ୍ତା ନାହିଁ ବୋଲି ଆଇନଜୀବୀ ଦାଶ କହିଛନ୍ତି।
ଅନ୍ୟପକ୍ଷରେ ଏନ୍‌ଜାଇମିଂ ଡୋଜିଂ ମାଧ୍ୟମରେ ବର୍ଜ୍ୟଜଳକୁ ଟ୍ରିଟ୍‌ମେଣ୍ଟ କରାଯାଉଛି ବୋଲି ପ୍ଲାଣ୍ଟ ଦାୟିତ୍ୱରେ ଥିବା ଜୁସ୍‌କୋର ସୁପରଭାଇଜର ଯଶଓ୍ବନ୍ତ ବିଶି କହିଛନ୍ତି। ତାଙ୍କ କହିବାନୁଯାୟୀ, ପ୍ରତିମାସରେ ପାଣିର ବିଓଡି (ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ) ମପାଯାଉଛି। ବିଓଡିର ମାତ୍ରା ୩୦ ମଧ୍ୟରେ ରହିଲେ ତାହା ସମୁଦ୍ର ପାଣି ଖରାପ କରିବ ନାହିଁ। ଏଠାରେ ଟ୍ରିଟ୍‌ମେଣ୍ଟ ପରେ ବିଓଡି କେବେ ୨୬ ତ କେବେ ୨୮ ରହୁଛି। ହେଲେ ପାଣି କାହିଁକି ଏତେ ଦୁର୍ଗନ୍ଧ ହେଉଛି ପ୍ରଶ୍ନରେ ବିଶି କହିଥିଲେ, ଲୋକେ ସେମାନଙ୍କ ପାଇଖାନା ନଳାକୁ ଡ୍ରେନ୍‌ ସହିତ ସଂଯୋଗ କରିଛନ୍ତି। ଫଳରେ ଅଧିକ ମାତ୍ରାରେ ମଇଳା ପାଣି ଆସୁଛି। ଏଥିପାଇଁ ମଝିରେ ମଝିରେ ଲୋକଙ୍କୁ ଲଗାଇ କେମିକାଲଯୁକ୍ତ ପାଣି ସିଞ୍ଚନ କରି ମୁହାଣକୁ ଛଡାଯାଉଛି। କିନ୍ତୁ ବର୍ଜ୍ୟଜଳ ଟ୍ରିଟମେଣ୍ଟ ପରେ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଯାଇଥିବା ଜଳଧାରରେ ଅନେକ ବସ୍ତିବାସିନ୍ଦା ସେମାନଙ୍କ ପାଇଖାନା ପାଣିକୁ ମିଶାଉଛନ୍ତି। ଏହାଦ୍ୱାରା ମଇଳା ପାଣି ସିଧା ସମୁଦ୍ରକୁ ଯାଉଛି।
ବାଙ୍କୀ ମୁହାଣର ଏଭଳି ସ୍ଥିତି ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ ଭୂତତ୍ତ୍ବ ବିଜ୍ଞାନ ବିଭାଗ ମୁଖ୍ୟ ଡ. ଦେବାନନ୍ଦ ବେଉରା କହିଛନ୍ତି, ସମୁଦ୍ର ପାଣି ପ୍ରଦୂଷିତ ହେଉଥିବାରୁ ଏହା ଜଳଜୀବଙ୍କୁ ମଧ୍ୟ ପ୍ରଭାବିତ କରିବ। ଦୀର୍ଘଦିନ ଧରି ଯଦି ଏପରି ବର୍ଜ୍ୟଜଳ ପ୍ରବାହିତ ହୁଏ ତେବେ ଏହା ଭୂତଳ ଜଳକୁ ମଧ୍ୟ ପ୍ରଦୂଷିତ କରିବ। ତେଣୁ ଅତ୍ୟାଧୁନିକ ପ୍ଲାଣ୍ଟ ବସାଯାଇ ସହରର ବର୍ଜ୍ୟଜଳକୁ ଭଲ ଭାବେ ଟ୍ରିଟମେଣ୍ଟ କରି ସମୁଦ୍ର ଭିତରେ ନେଇ ଛଡ଼ାଯିବା ଦରକାର। ଏ ସମ୍ପର୍କରେ ପୁରୀ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ଟ୍ରିଟମେଣ୍ଟ ପ୍ଲାଣ୍ଟ ଠିକ୍‌ ଭାବେ କାର୍ଯ୍ୟ କରୁଛି। ଏହା ମଧୁର ଜଳ ସଂରକ୍ଷିତ ଅଞ୍ଚଳକୁ ଛୁଉଁ ନ ଥିବାରୁ ଭୂତଳ ଜଳ ପ୍ରଦୂଷଣ ହେବାର ଆଶଙ୍କା ନାହିଁ। ହେଲେ ଯେତେ ପ୍ରକାର ଉଦ୍ୟମ କଲେ ମଧ୍ୟ ବାଙ୍କୀ ମୁହାଣ ପର୍ଯ୍ୟନ୍ତ ଯାଇଥିବା ଜଳଧାରରେ ପାଇଖାନା ପାଣି ଛାଡ଼ିବା କାର୍ଯ୍ୟରୁ ବସ୍ତିବାସିନ୍ଦା ନିବୃତ୍ତ ରହୁନାହାନ୍ତି ବୋଲି ମିଶ୍ର କହିଛନ୍ତି।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri